ETV Bharat / bharat

ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବେ ମୋଦି ସରକାର - ବିଦେଶରେ ଫସିଥିବା ଭାରତୀୟଙ୍କୁ ଆଣାଯିବ

ବିଦେଶରେ ଫସିରହିଥିବା ଭାରତୀୟମାନଙ୍କୁ ବିମାନ ଏବଂ ନୌସେନା ଜାହାଜ ଦ୍ବାରା ବିଦେଶରୁ ଅଣାଯିବ । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଇଛି । ମେ 7 ରୁ ଅନେକ ପର୍ଯ୍ୟାୟରେ ଅଣାଯିବ । ଏହି ସୁବିଧା ପେମେଣ୍ଟ ଆଧାରରେ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଦେଶରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବେ ମୋଦି ସରକାର

author img

By

Published : May 5, 2020, 1:26 AM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା କୋରୋନା ସଙ୍କଟ ମଧ୍ୟରେ ଲକଡାଉନ ଯୋଗୁଁ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି । ବିମାନ ଏବଂ ନୌସେନା ଜାହାଜ ମାଧ୍ୟମରେ ଭାରତୀୟମାନଙ୍କୁ ବିଦେଶରୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ମେ 7ରୁ ଅନେକ ପର୍ଯ୍ୟାୟରେ ଅଣାଯିବ ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ଭାରତୀୟମାନଙ୍କୁ ବିମାନ ଏବଂ ନୌସେନା ଜାହାଜ ଦ୍ବାରା ବିଦେଶରୁ ଅଣାଯିବ । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋଟୋକଲ୍ ପ୍ରସ୍ତୁତ କରାଯାଇଛି । ହାଇ କମିଶନ ଏବଂ ଭାରତୀୟ ଦୂତାବାସ ଲକଡାଉନରେ ଫସିଥିବା ଭାରତୀୟଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି । କୋରୋନା ଭାଇରସ ଲକଡାଉନ ସମୟରେ ବହୁ ସଂଖ୍ୟକ ଭାରତୀୟ ନାଗରିକ ବିଦେଶରେ ଫସି ରହିଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ, ଏହି ସୁବିଧା ପାଇବା ପାଇଁ ଯାତ୍ରୀମାନଙ୍କୁ ଅର୍ଥ ଦେବାକୁ ପଡିବ । ଅର୍ଥାତ ଏହି ସୁବିଧା ପେମେଣ୍ଟ ଆଧାରରେ ହେବ । ଏଥିପାଇଁ ବାଣିଜ୍ୟିକ ବିମାନ ଉପଲବ୍ଧ ହେବ ଏବଂ ମେ 7ରୁ ଲୋକଙ୍କୁ ବିଭିନ୍ନ ପର୍ଯ୍ୟାୟରେ ସ୍ଥାନାନ୍ତର କରାଯିବ । ଯାତ୍ରୀମାନଙ୍କୁ ବିମାନରେ ପ୍ରବେଶ କରିବା ପୂର୍ବରୁ ସ୍କ୍ରିନିଂ କରାଯିବ । ଯେଉଁ ଯାତ୍ରୀଙ୍କର କୋରୋନାର ଲକ୍ଷଣ ନାହିଁ, ସେମାନଙ୍କୁ କେବଳ ଯାତ୍ରା କରିବାକୁ ଅନୁମତି ଦିଆଯିବ । ସମସ୍ତ ଯାତ୍ରୀଙ୍କୁ ଯାତ୍ରା ସମୟରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ସମସ୍ତ ପ୍ରୋଟୋକଲଗୁଡିକ ଅନୁସରଣ କରିବାକୁ ପଡିବ ।

ଏହି ପରିପ୍ରେକ୍ଷୀରେ ଗୃହ ମନ୍ତ୍ରଣାଳୟ ଦ୍ବାରା ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପରେ ପଞ୍ଜୀକରଣ କରିବାକୁ ପଡ଼ିବ ଏବଂ ସମସ୍ତଙ୍କୁ ମେଡିକାଲରେ ପରୀକ୍ଷା କରାଯିବ । ଭାରତ ଆସିବା ପରେ ସେମାନଙ୍କୁ ଦେୟ ଆଧାରରେ ଡାକ୍ତରଖାନା କିମ୍ବା କ୍ବାରେଣ୍ଟାଇନ ସେଣ୍ଟରରେ 14 ଦିନ ରଖାଯିବ ।

14 ଦିନ ପରେ ପୁନର୍ବାର କୋଭିଡ-19 ପରୀକ୍ଷା କରାଯିବ ଏବଂ ସ୍ବାସ୍ଥ୍ୟ ପ୍ରୋଟୋକଲ୍ ଅନୁଯାୟୀ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୃହ ମନ୍ତ୍ରଣାଳୟ କହିଛି ଯେ ବୈଦେଶିକ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଖୁବଶୀଘ୍ର ସେମାନଙ୍କ ୱେବସାଇଟରେ ଏହି ବିଷୟରେ ସୂଚନା ଦେବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.