ETV Bharat / bharat

ଚୀନ ଗଣମାଧ୍ୟମର ଅଜବ ଯୁକ୍ତି, ମୋଦିଙ୍କୁ ନେଇ ପ୍ରକାଶ କଲା ଏମିତି ରିପୋର୍ଟ... - media

ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚୀନ ଠାରୁ ବହୁ ପଛରେ ରହିଛି ଭାରତ । ମୋଦି ଶାସନ ସମୟରେ ଚୀନ ଭାରତ ଠାରୁ ବହୁ ଆଗରେ ଅଛି ବୋଲି ଚୀନର ଏକ ଜାତୀୟ ଗଣମାଧ୍ୟମ ନିଜ ରିପୋର୍ଟରେ ପ୍ରକାଶ କରିଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 14, 2019, 11:59 PM IST

ନୂଆଦିଲ୍ଲୀ: ମୋଦିଙ୍କ ଶାସନକାଳରେ ଚୀନ ଠାରୁ ବହୁ ପଛରେ ରହିଛି ଭାରତ । ଏହି କଥା ଆମେ କହୁନୁ ଚୀନର ଏକ ସରକାରୀ ଗଣମାଧ୍ୟମ ଏଭଳି ଦାବି କରିଛି । ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଭାରତ ଠାରୁ ବହୁ ଆଗରେ ରହିଛି ଚୀନ ।

ଚୀନର ଜାତୀୟ ଗଣମାଧ୍ୟମ ରିପୋର୍ଟରେ ଏହି କଥା ଉଲ୍ଲେଖ କରାଯାଇଛି । ଗତ 2018 ରେ ଚୀନର ଅର୍ଥବ୍ୟବସ୍ଥା ଆକାର 13.6 ଲକ୍ଷ କୋଟି ଡଲାର ଥିବାବେଳେ ଭାରତୀୟ ଅର୍ଥବ୍ୟବସ୍ଥା ଆକାର ରହିଥିଲା 2.8 ଲକ୍ଷ କୋଟି ଡଲାର ।

ପ୍ରକାଶ ଯେ, 2014ରେ ଚୀନ ଅର୍ଥବ୍ୟବସ୍ଥା ଆକାର 10.38 ଲକ୍ଷ କୋଟି ଡଲାର ରହିଥିଲା ବେଳେ ଭାରତର ଆକାର ରହିଥିଲା 2.04 ଲକ୍ଷ କୋଟି ଡଲାର । ଅର୍ଥାତ୍ ଦୁଇ ଦେଶ ଅର୍ଥବ୍ୟବସ୍ଥା ଆକାର ମଧ୍ୟରେ 8.34 ଲକ୍ଷ କୋଟିର ପାର୍ଥକ୍ୟ ରହିଛି । କିନ୍ତୁ 2018ରେ ଏହି ପାର୍ଥକ୍ୟ ବୃଦ୍ଧି ପାଇ 10.8 ଲକ୍ଷ କୋଟି ଡଲାରରେ ପହଞ୍ଚିଛି ।

ଏହି ରିପୋର୍ଟରେ ଆହୁରି କୁହାଯାଇଛି, ମୋଦିଙ୍କ ଶାସନରେ ଜିଡିପିରେ ମଧ୍ୟ ଆଖିଦୃଶିଆ ଅଭିବୃଦ୍ଧି ହୋଇନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମୟରେ ଜିଡିପି ଯେଉଁ ଅଭିବୃଦ୍ଧି ହୋଇଥିଲା ମୋଦିଙ୍କ ସମୟରେ ମଧ୍ୟ ସେତିକି ଅଭିବୃଦ୍ଧି ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.