ETV Bharat / bharat

ଶେଷ ହେଉନି କାଶ୍ମୀର ସସପେନ୍ସ: ବଢୁଛି ଉତ୍କଣ୍ଠା, ସରକାର ଚୁପ - ଅଧାରୁ ଅମରନାଥ ଯାତ୍ରୀ ଫେରିବା

ଘାଟିରେ ସେନାଙ୍କୁ ହଜାର ସଂଖ୍ୟକ ସେନାଙ୍କୁ ନିୟୋଜିତ କରିବା ଓ ପରେ ଅଧାରୁ ଅମରନାଥ ଯାତ୍ରୀଙ୍କୁ ଫେରାଇବା ପରେ କାଶ୍ମୀରକୁ ନେଇ କୌଣସି ଏକ ବଡ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି ।

ଡିଜାଇନ ଫଟୋ
author img

By

Published : Aug 4, 2019, 11:07 AM IST

ଜମ୍ମୁକାଶ୍ମୀର: ଆଶା ଆଶଙ୍କାରେ କାଶ୍ମୀରବାସୀ । କାଶ୍ମୀରକୁ ନେଇ ଖାଲି ଦେଶ ନୁହେଁ ବିଦେଶରେ ମଧ୍ୟ ବଢୁଛି ଉତ୍କଣ୍ଠା । କେନ୍ଦ୍ର ସରକାର ଅମରନାଥ ଯାତ୍ରାକୁ ଅଧାରୁ ଅଟକାଇବା ପରେ ଏଭଳି ପରିସ୍ଥିତି ଉପୁଜିଛି ।
କେଉଁ ପରିସ୍ଥିତିରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ଦେଶରେ ବହୁ ପରିମାଣର ସୁରକ୍ଷା ବଳ, ବଳିଷ୍ଠ ଗୁଇନ୍ଦା, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ସତ୍ତ୍ବେ ସରକାର କାହିଁକି ସୁରକ୍ଷା ଦେବାରେ ଅକ୍ଷମତା ପ୍ରକାଶ କରିଛନ୍ତି ? କଣ ହୋଇପାରେ କେନ୍ଦ୍ର ସରକାରଙ୍କ ଷ୍ଟ୍ରାଟେଜି, ତାକୁ ନେଇ ଦେଶ ବିଦେଶରେ ଦେଖାଦେଇଛି ନାନା ଚର୍ଚ୍ଚା ।

କାଶ୍ମୀରକୁ ନେଇ କେନ୍ଦ୍ର ସରକାର କଣ ନିଷ୍ପତ୍ତି ନେବେ, ତାହା ଏବେ ଅସ୍ପଷ୍ଟ । ଏଭଳି ପଦକ୍ଷେପକୁ ନେଇ ଅବଦୁଲ୍ଲା ଖାନଦାନଙ୍କ ସମେତ ପୂର୍ବ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ମଧ୍ୟ ଦେଖାଦେଇଛି ଭୟ । ବୋଧେ ଦଳ ଜାଣିଛନ୍ତି ଯେ, ମୋଦି ଅମିତ ଶାହଙ୍କ କାଶ୍ମୀର ନୀତି କଣ , କାଶ୍ମୀରକୁ ନିଜ ପୂର୍ବ ପୁରୁଷଙ୍କ ସଂପତ୍ତି ଭାବୁଥିବା ଏହି ନେତାନେତ୍ରୀଙ୍କ ନିଦ ଏବେ ହଜିବାରେ ଲାଗିଛି । ଭୟ ଏତେ ଯେ ନିଜ ରାଜନୈତିକ ଶତ୍ରୁ ଫାରୁକ ଅବଦୁଲ୍ଲାଙ୍କ ବାସଭବନକୁ ଯାଇ ଏକାଠି ହେବାକୁ ନିବେଦନ କରିଛନ୍ତି ମେହେବୁବା ମୁଫତି । ଆଉ ମଧ୍ୟରାତ୍ରୀରେ ଯାଇ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ମଧ୍ୟ ସାକ୍ଷାତ କରି କାଶ୍ମୀର ପ୍ରସଙ୍ଗରେ ନୀତି ସ୍ପଷ୍ଟ କରିବାକୁ ଦାବି କରିଛନ୍ତି । ମେହେବୁବା ମୁଫତିଙ୍କ ଏହି ଗୋଟିଏ କାର୍ଯ୍ୟ ହିଁ ବୟାନ କରୁଛି ସେ କେତେ ବିଚଳିତ ।

ଏହାସହ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ରାଜ୍ୟପାଳଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇପାରିନାହାଁନ୍ତି ନଥିବାବେଳେ, କେନ୍ଦ୍ର ସରକାରଙ୍କ ଠାରୁ ସେ ସ୍ପଷ୍ଟୀକରଣ ଲୋଡିଛନ୍ତି । ଅନ୍ୟପଟେ କେନ୍ଦ୍ର ସରକାର ନିଜ ମିଶନ ନେଇ ଆଗକୁ ବଢୁଛନ୍ତି । ଘାଟିରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ବିରୋଧୀ ଯେତେ ହଲ୍ଲାବୋଲ କଲେ ମଧ୍ୟ ସରକାର ନିର୍ବିକାର ନିସ୍ତେଜ , କାରଣ ସରକାର ମଧ୍ୟ ଜାଣିଛନ୍ତି ‘ଏବେ ନୁହେଁତ କେବେ ନୁହେଁ’ ତେବେ ଏଠି ଦୁଇଟି କଥା ସ୍ପଷ୍ଟ ଯେ କେନ୍ଦ୍ର ସରକାର କାଶ୍ମୀରକୁ ନେଇ କିଛି ଗୋଟିଏ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ।

କାରଣ କାଶ୍ମୀରରେ ଅତିରିକ୍ତ 35ହଜାର ଯବାନ ମୁତୟନ ହେବା, ଅନ୍ୟ ରାଜ୍ୟ କ୍ୟାମ୍ପରେ ସୁରକ୍ଷା ବଳଙ୍କୁ ସଜାଗ ରଖିବା ସହ ପାର୍ଲାମେଣ୍ଟ ଅଧିବେଶନ ଶେଷ ହେଉହେଉ ଗୃହମନ୍ତ୍ରୀ ଅମିତ ଶାହ ଦୁଇଦିନିଆ କାଶ୍ମୀର ଗସ୍ତ କରିବା । ଏହା ସଂକେତ ଦେଉଛି କେନ୍ଦ୍ର ସରକାର ମନସ୍ଥ କରିସାରିଛନ୍ତି କିଛି ଗୋଟେ ବଡ ଧରଣର ନିଷ୍ପତ୍ତି ନେଇପାରନ୍ତି ।

ତେବେ କଣ ହୋଇପାରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି

କାରଣ1-ଚଳିତ ବର୍ଷ ଶେଷ ଆଡକୁ 3ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ ଏହି ସମୟରେ କାଶ୍ମୀରରେ ମଧ୍ୟ ବିଧାନସଭା ନିର୍ବାଚନ କରିପାରନ୍ତି କେନ୍ଦ୍ର ସରକାର ।

କାରଣ2- ଧାରା ୩୭୦ ଏବଂ ଧାରା ୩୫-ଏ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇପାରନ୍ତି, ଏହି ଦୁଇଟି କାରଣ ପାଇଁ ଏହା ହୋଇଥାଇ ପାରେ କେନ୍ଦ୍ର ସରକାରଙ୍କ ପୂର୍ବ ପ୍ରସ୍ତୁତି । ଏହି ଦୁଇ କାରଣ ମଧ୍ୟରୁ ଯେକୌଣସି ଗୋଟିଏ ମଧ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ସରକାର କରିବା ସୁ- ନିଶ୍ଚିତ । ମୋଦି ଅମିତ ଶାହ ଯୋଡିଙ୍କ ସରକାର ପରିଚାଳନରୁ ଏହାସ୍ପଷ୍ଟ ଅନୁମେୟ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.