ETV Bharat / bharat

'କୋରୋନା ଯୋଦ୍ଧାଙ୍କ ସହ ସର୍ବଦା ଉପସ୍ଥିତ ଅଛନ୍ତି ସରକାର ଏବଂ ଜନତା'

ରବିବାର 3 ସେନାର ଯବାନମାନେ କୋରୋନା ଲଢେଇରେ ଆଗଧାଡିର ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଫୁଲର ବର୍ଷା କରିଥିବା ବେଳେ ଗୃହମନ୍ତ୍ରୀ ଅମିତ୍‌ ଶାହ ଭାରତର ସମସ୍ତ କୋରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 3, 2020, 6:01 PM IST

Modi government and people are always present with Corona warriors: Amit shah
'କୋରୋନା ଯୋଦ୍ଧାଙ୍କ ସହ ସର୍ବଦା ଉପସ୍ଥିତ ଅଛନ୍ତି ସରକାର ଏବଂ ଜନତା'

ନୂଆଦିଲ୍ଲୀ: ସାରା ବିଶ୍ବ ଆଜି ମହାମାରୀ କୋରୋନା ବିରୋଧରେ ଲଢେଇ ଜାରି ରଖିଛି । ହେଲେ ଏହି ଲଢେଇରେ ଆଗଧାଡିର ନେତୃତ୍ବ ନେଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ କାର୍ଯ୍ୟକଳାପ ସର୍ବଦା ପ୍ରଶଂସନୀୟ । ଏପରି ଏକ ଘଡିସନ୍ଧି ମୂହୂର୍ତ୍ତରେ ଲୋକଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ 24 ଘଣ୍ଟା ନିଷ୍ଠାପର ଭାବେ କରୁଛନ୍ତି ସଂକ୍ରମିତଙ୍କ ଚିକିତ୍ସା ।

ଏହି ପରିପ୍ରେକ୍ଷୀରେ ତିନି ସେନାର ଯବାନମାନେ କୋରୋନା ସହ ଲଢୁଥିବା ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ ଏବଂ ଅନ୍ୟ ସମସ୍ତ ଆଗଧାଡିର ଯୋଦ୍ଧାଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ସେମାନଙ୍କ ଉପରେ ଫୁଲର ବର୍ଷା କରିଥିଲେ । ଏହି ଅଦ୍ଭୁତପୂର୍ବ ଦୃଶ୍ୟ ରବିବାର ସାରା ଭାରତବର୍ଷରେ ଦେଖିବାକୁ ମିଳିଛି ।

ଅନ୍ୟପଟେ କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ଗୃହମନ୍ତ୍ରୀ ଅମିତ୍‌ ଶାହ ଭାରତର ସମସ୍ତ କୋରୋନା ଯୋଦ୍ଧାଙ୍କୁ ସାଲ୍ୟୁଟ କରିଛନ୍ତି । ସେ କହିଛନ୍ତି ଯେ, ମୁଁ ଆପଣ ସମସ୍ତଙ୍କୁ ବିଶ୍ବାସ ଦେଉଛି କି ମୋଦି ସରକାର ଏବଂ ସାରା ଦେଶ ଆପଣଙ୍କ ସହ ସର୍ବଦା ଉପସ୍ଥିତ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ କୋରୋନାରୁ ମୁକ୍ତ କରି ଆମକୁ ଆହ୍ବାନକୁ ସୁଯୋଗରେ ପରିଣତ କରିବାକୁ ହେବ ଏବଂ ଏକ ସୁସ୍ଥ, ସମୃଦ୍ଧ ତଥା ଶକ୍ତିଶାଳୀ ଭାରତ ସୃଷ୍ଟି କରି ବିଶ୍ୱରେ ଏକ ଉଦାହରଣ ସୃଷ୍ଟି କରିବାକୁ ପଡିବ ।

ଶାହା ଟ୍ୱିଟ୍ କରି କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ବାରା ଦେଶକୁ କୋରୋନାରୁ ମୁକ୍ତ କରିବା ପାଇଁ ଦିନରାତି ଏକଜୁଟ କରି କାମ କରୁଥିବା ଡାକ୍ତର, ପୋଲିସ, ସାମରିକ ବାହିନୀ ଏବଂ ଅନ୍ୟ ଯୋଦ୍ଧାମାନଙ୍କ ପ୍ରତି ଥିବା ସମ୍ମାନର ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା । ଏହି ଯୋଦ୍ଧାମାନେ ଯେଉଁଭଳି ଭାବେ ବୀରତ୍ବର ସହ କୋରୋନା ସହିତ ଲଢୁଛନ୍ତି ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.