ETV Bharat / bharat

ମୋଦିଙ୍କ ମନ କି ବାତ: ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ ଯୁବପିଢୀ - ବେଟି ବଚାଓ ବେଟି ପଢାଓ

ମୋଦିଙ୍କ 'ମନ କି ବାତ' । କନ୍ୟାଙ୍କ ପାଇଁ #ଭାଗ୍ୟଲକ୍ଷ୍ମୀ ଅଭିଯାନ ଚଲାଇବାକୁ ମନ କି ବାତରେ ଅନୁରୋଧ କଲେ ମୋଦି । ତମ୍ବାଖୁ ସେବନରୁ ଦୂରେଇ ରହିବାକୁ ଯୁବକଙ୍କୁ ମୋଦିଙ୍କ ଅନୁରୋଧ ।

ଫାଇଲ ଫଟୋ
author img

By

Published : Sep 29, 2019, 12:29 PM IST

ହାଇଦ୍ରାବାଦ: ନିଜର ଅନେକ ଭାଷଣରେ କନ୍ୟାଙ୍କୁ ଗୁରୁତ୍ବ ଦେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 'ବେଟି ବଚାଓ ବେଟି ପଢାଓ'ଠୁ ନେଇ ସୁକନ୍ୟା ସମୃଦ୍ଧି ଭଳି ଅନେକ ଯୋଜନା ଝିଅଙ୍କ ପାଇଁ ଆରମ୍ଭ କରିଛନ୍ତି ମୋଦି । ପୂର୍ବରୁ 'ସେଲଫି ଓ୍ବିଥ୍‌ ବେଟି' ଭଳି ଏଥର ଦିପାବଳୀରେ ଝିଅଙ୍କ ସମ୍ମାନ ପାଇଁ କାର୍ଯ୍ୟକ୍ରମ ହେବା ଆବଶ୍ୟକ ବୋଲି କହିଛନ୍ତି ମୋଦି । କନ୍ୟାଙ୍କ ପାଇଁ #ଭାଗ୍ୟଲକ୍ଷ୍ମୀ ଅଭିଯାନ ଚଲାଇବାକୁ ମୋଦି ନିଜ ଦ୍ବିତୀୟ ସରକାରର ଚତୁର୍ଥ ମନ କି ବାତରେ ଅନୁରୋଧ କରିଛନ୍ତି ।

'ଲାତା ଦିଦିଙ୍କ ସହ ମୋର ଭାଇ ଭଉଣୀର ସମ୍ପର୍କ । ଆମେରିକା ଯିବା ପୂର୍ବରୁ ଦିଦିଙ୍କୁ ଭେଟିଥିଲି । ଫୋନରେ ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲି ।' କିଛି ଏପରି କଥାରୁ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାମ ନେଇ ମନ କି ବାତ ଆରମ୍ଭ କରିଛନ୍ତି ମୋଦି । ମନ କି ବାତ ଜରିଆରେ ମୋଦି ଦେଶବାସୀଙ୍କୁ ନବରାତ୍ରୀ ସହ ଆଗାମୀ ପର୍ବପର୍ବାଣି ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ପର୍ବ ପର୍ବାଣିରେ ଗରିବଙ୍କ ମନରେ ଖୁସି ଆଣିବାକୁ ମୋଦି କହିଛନ୍ତି । ଅନେକ ଲୋକଙ୍କ ଭାଗ୍ୟରେ ପର୍ବର ଖୁସି ନଥିବା ବେଳେ ସେମାନଙ୍କ ସହ ଖୁସି ବଣ୍ଟିବାକୁ ମୋଦି ଅନୁରୋଧ କରିଛନ୍ତି । ପରୀକ୍ଷା ପୂର୍ବରୁ ଏକଜାମ ଓ୍ବାରିଅର ବହି ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋଦି କହିଛନ୍ତି । ଚିନ୍ତା ମୁକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ, ଅଭିଭାବକଙ୍କୁ ଅନୁଭବ ସେୟାର କରିବାକୁ ମୋଦି ଅନୁରୋଧ କରିଛନ୍ତି । ଏହାସହ ଶିକ୍ଷକଙ୍କୁ ରାସ୍ତା ଦେଖାଇବା ପାଇଁ ସେମାନଙ୍କ ଉଦ୍ଦେଶ୍ୟରେ ବହି ଲେଖିବେ ବୋଲି ମୋଦି କହିଛନ୍ତି ।

ଅନ୍ୟପକ୍ଷେ ମନ କି ବାତରେ ଇ ସିଗାରେଟର କଥା କହିଛନ୍ତି ମୋଦି । ପିଏମ ଯୁବକଙ୍କୁ ନିଶା ଦ୍ରବ୍ୟ ସେବନରୁ ନିଜକୁ ଦୂରରେ ରଖିବାକୁ କହିଛନ୍ତି । ସମସ୍ତେ ମିଶି ଏକ ସୁସ୍ଥ ଭାରତର ନିର୍ମାଣ କରିବାକୁ ମୋଦି ଆହ୍ବାନ ଦେଇଛନ୍ତି । ସେହି ପରି ସିଙ୍ଗଲ ୟୁଜ ପ୍ଲାଷ୍ଟିକରୁ ଦେଶକୁ ମୁକ୍ତ କରିବା ଅଭିଯାନରେ ଅଂଶ ଗ୍ରହଣ କରନ୍ତୁ ବୋଲି ଦେଶବାସୀଙ୍କୁ ମୋଦି କହିଛନ୍ତି ।

Intro:Body:

hgf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.