ETV Bharat / bharat

G7ରେ ଭାଗ ନେବେ ମୋଦି, ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ସମ୍ମତି - ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରିଥିବା ଟେଲିଫୋନ ବାର୍ତ୍ତାଳାପରେ ‘ବିସ୍ତାରିତ ଜି7’ ବୈଠକରେ ଭାଗ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଚୀନର ସାମୂହିକ ଆଭିମୁଖ୍ୟ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେବେ । ଅଧିକ ପଢନ୍ତୁ...

G7ରେ ଭାଗ ନେବେ ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସହ କଥାବାର୍ତ୍ତା ପରେ ସମ୍ମତି

author img

By

Published : Jun 3, 2020, 12:26 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କରିଥିବା ଟେଲିଫୋନ ବାର୍ତ୍ତାଳାପରେ ‘ବିସ୍ତାରିତ ଜି7’ ବୈଠକରେ ଭାଗ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି । ଚୀନର ସାମୂହିକ ଆଭିମୁଖ୍ୟ ଉପରେ ଆଲୋଚନା କରିବା ପାଇଁ ପ୍ରଧାନମନ୍ତ୍ରୀ ଏହି ବୈଠକରେ ଯୋଗଦେବେ ।

ଗତ ସପ୍ତାହରେ ଟ୍ରମ୍ପ ଜି7 ବୈଠକକୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଚୀନର ପୁଞ୍ଜିବାଦୀ ଉଦ୍ଦେଶ୍ୟକୁ କିପରି ମୁକାବିଲା କରାଯିବ ସେନେଇ ବିଭିନ୍ନ ରଣନୀତି ବିଷୟରେ ଆଲୋଚନା କରିବାକୁ ଭାରତ, ଋଷ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆକୁ ଆମନ୍ତ୍ରଣ କରିଥିଲେ ।

ମଙ୍ଗଳବାର ଦିନ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଟେଲିଫୋନରେ ବାର୍ତ୍ତାଳାପ ହୋଇଥିବା ନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି । ଏହି ଫୋନ କଲରେ ଟ୍ରମ୍ପ ଆମେରିକୀୟ ପ୍ରେସିଡେନ୍ସିର ଗ୍ରୁପ୍ ଅଫ ସେଭେନ ବିଷୟରେ ଆଲୋଚନା କରିଥିଲେ । ସେହିପରି ଜି7ରେ ଭାରତ ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ଦେଶକୁ ଅନ୍ତର୍ଭୁକ୍ତ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ଜି7 ସମ୍ମିଳନୀରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ନିମନ୍ତ୍ରଣ ଦେଇଥିବା ପ୍ରକାଶ କରିଛନ୍ତି ।

ବିବୃତ୍ତି ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ତାଙ୍କର ସୃଜନଶୀଳ ତଥା ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ପାଇଁ ପ୍ରଶଂସା କରିଛନ୍ତି । ଏହି ଫୋରମ ଦ୍ବାରା କୋରୋନା ପରବର୍ତ୍ତୀ ସମୟର ବାସ୍ତବତାକୁ ଦୃଷ୍ଟିରେ ରଖି ଏହି ବିଶ୍ବ ଲାଭବାନ ହେବ ବୋଲି ସେ ସ୍ବୀକାର କରିଛନ୍ତି ।

ପ୍ରସ୍ତାବିତ ଶିଖର ବୈଠକର ସଫଳତା ଦୋହରାଇବାକୁ ଆମେରିକା ଓ ଅନ୍ୟ ଦେଶ ସହ କାର୍ଯ୍ୟ କରି ଭାରତ ଖୁସି ହେବ ବୋଲି ମୋଦି ଟ୍ରମ୍ପଙ୍କୁ କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ମୋଦି ଆମେରିକାରେ ଚାଲିଥିବା ଅସ୍ତିରତା ପ୍ରସଙ୍ଗରେ ଆଲୋଚନା କରିବା ସହ ତୁରନ୍ତ ସ୍ଥିରତା ପାଇଁ କାମନା କରିଛନ୍ତି । ଦୁଇ ନେତା ଉଭୟ ଦେଶର କୋରୋନା ପରିସ୍ଥିତି, ଭାରତ-ଚୀନ ସୀମା ଦ୍ବନ୍ଦ୍ବ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନରେ ସଂସ୍କାରର ଆବଶ୍ୟକତା ଭଳି ପ୍ରମୁଖ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଥିଲେ ।

ବାର୍ତ୍ତାଳାପ ସମୟରେ ଟ୍ରମ୍ପ ଚଳିତ ବର୍ଷ ଫେବୃଆରୀର ଭାରତ ଗସ୍ତକୁ ମନେ ପକାଇଥିଲେ । ଏହି ଗସ୍ତ ସ୍ମରଣୀୟ ତଥା ଐତିହାସିକ ଥିଲା ଓ ଏହା ଦ୍ବିପାକ୍ଷିକ ସମ୍ପର୍କରେ ନୂତନ ଗତିଶୀଳତା ଯୋଡିଛି ବୋଲି ମୋଦି କହିଛନ୍ତି । ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା ଓ ଆନ୍ତରିକତା ଭାରତ-ଆମେରିକା ସମ୍ପର୍କରେ ବନ୍ଧୁତା ଏବଂ ପାରସ୍ପରିକ ସମ୍ମାନକୁ ପ୍ରତିଫଳିତ କରିଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି ।

ପୂର୍ବ ଲଦାଖରେ ଲାଇନ ଅଫ ଆକ୍ଟ୍ୟୁଆଲ କଣ୍ଟ୍ରୋଲ (LAC)ରେ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ମୁହାଁମୁହିଁକୁ ଦୃଷ୍ଟିରେ ରଖି ଫୋନ ବାର୍ତ୍ତାଳାପ ଗୁରୁତ୍ବପୂର୍ଣ୍ଣ | ଯଦିଓ ହିଂସାତ୍ମକ ସ୍ଥିତିର ସମାଧାନ ପାଇଁ ଟ୍ରମ୍ପ ଦୁଇ ଏସୀୟ ଦେଶ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭାରତ କିମ୍ବା ଚୀନ ତାଙ୍କ କଥାକୁ ରକ୍ଷା କରିନଥିଲେ ।

ଏହି ସମସ୍ୟାର ସମାଧାନ ପାଇଁ ଉଭୟ ଭାରତ ଓ ଚୀନ କୂଟନୈତିକ ସୂତ୍ରରେ କଥାବାର୍ତ୍ତା ଜାରିରଖିଛନ୍ତି । ଜାରି ସୀମାବିବାଦକୁ ନେଇ ସି ଜିନପିଙ୍ଗ ଶାସନରେ ମୋଦି ସନ୍ତୁଷ୍ଟ ନୁହଁନ୍ତି ବୋଲି ଗତ ସପ୍ତାହରେ ଟ୍ରମ୍ପ ପ୍ରକାଶ କରିଥିଲେ । ଉହାନରୁ ଉତ୍ପନ୍ନ କୋରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରେ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଥିଲେ । ଏପରିକି ଚୀନ ସହ ବିଶ୍ବସ୍ବାସ୍ଥ୍ୟ ସଂଗଠନ ବୁଝାମଣା କରିଥିବା ଅଭିଯୋଗ କରି ଆମେରିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନରୁ ଓହରି ଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.