ETV Bharat / bharat

ସୁଧୁରୁଛି ଜମ୍ମୁ: 5ଟି ଜିଲ୍ଲାରେ ମୋବାଇଲ ସେବା ଚାଲୁ - ସୁଧୁରୁଛି ଜମ୍ମୁ

ଧାରା 370 ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପ୍ରଶାସନ ସମସ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଥିଲା । ବିଶେଷ କରି ସୋସିଆଲ ମିଡିଆ ଗ୍ରୁପ ଉପରେ ଅଧିକ କଟକଣା ଲାଗିଥିଲା ।

ଫାଇଲ ଫଟୋ
author img

By

Published : Aug 29, 2019, 8:06 AM IST

Updated : Aug 29, 2019, 9:24 AM IST

ଶ୍ରୀନଗର: ଧିରେ ଧିରେ ପରିସ୍ଥିତିରେ ଆସୁଛି ସୁଧାର । ଉଠୁଛି କଟକଣା, ସ୍ବାଭାବିକ ହେଉଛି ଜୀବନଯାତ୍ରା । ପ୍ରଥମେ ଶିକ୍ଷାନୁଷ୍ଠାନ, ଆଉ ଏବେ ମୋବାଇଲ ସେବା । କର୍ଫ୍ୟୁ ଯୋଗୁଁ ବନ୍ଦ ହୋଇଥିବା ମୋବାଇଲ ସେବା ପୁଣି ଆରମ୍ଭ ହୋଇଛି ।

ସୂଚନାନୁସାରେ ଜମ୍ମୁର 5ଟି ଜିଲ୍ଲାରେ ଏହି ସେବା ଆରମ୍ଭ ହୋଇଛି । ଏହି ଜିଲ୍ଲା ସବୁ ହେଲେ- ଡୋଡା, କିସ୍ତୱାର, ରାମବନ, ରଜୌରୀ ଓ ପୁଞ୍ଚ । ଅଗଷ୍ଟ 5ରୁ ସମସ୍ତ ଜିଲ୍ଲାରେ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ ଥିଲା । ଧାରା 370 ଉଚ୍ଛେଦ ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା । ତେବେ ପରିସ୍ଥିତିରେ ସୁଧାର ଆସୁଥିବାର ଦେଖି ପୁଣି ଥରେ ମୋବାଇଲ ସେବା ଆରମ୍ଭ ହୋଇଛି ।

jammu situation
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ଏଏନଆଇ

ବୁଧବାର ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜମ୍ମୁର 10ଟି ଜିଲ୍ଲାରେ ମୋବାଇଲ ସେବା ଆରମ୍ଭ ହେବା ନେଇ ମନ୍ତ୍ରଣାଳୟ ସୂଚନା ଦେଇଥିଲା । ତେବେ 5ଟି ଜିଲ୍ଲାରେ ପ୍ରଥମ ପଦକ୍ଷେପ ଭାବେ ଏହା ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ପରିସ୍ଥିତି ଦେଖି ବାକି ଜିଲ୍ଲାରେ ନିଷ୍ପତ୍ତି ନିଆଯିବ । ତେବେ କାଶ୍ମୀରର ହଣ୍ଡୱାରା ଓ କୁପୱାରା ଜିଲ୍ଲାରେ ଏହି ସେବା ଚାଲୁ ହୋଇଥିଲେ ବି କିଛି ମାତ୍ରାରେ କଟକଣା ଲାଗି ରହିଛି । ପୋଲିସ ଓ ରାଜସ୍ବ ବିଭାଗକ ସତର୍କ ଦୃଷ୍ଟିରେ ଏହି ଜିଲ୍ଲାରେ ମୋବାଇଲ ସେବା ଚାଲିବ ।

ଧାରା 370 ଉଚ୍ଛେଦ ପରେ ହିଂସାକାଣ୍ଡ ଘଟିବା ଆଶଙ୍କାରେ ପ୍ରଶାସନ ସମସ୍ତ ମୋବାଇଲ ଓ ଇଣ୍ଟରନେଟ ସେବା ବନ୍ଦ କରିଥିଲା । ବିଶେଷ କରି ସୋସିଆଲ ମିଡିଆ ଗ୍ରୁପ ଉପରେ ଅଧିକ କଟକଣା ଲାଗିଥିଲା । ହ୍ବାଟସ ଆପ ଗ୍ରୁପରେ ଅଧିକ ଉତ୍ତେଜନାମୂଳକ ଭାଷଣ ତଥା ବାର୍ତ୍ତା ପ୍ରେରଣର ଅଧିକ ସମ୍ଭାବନା ଥିବାରୁ ଏହାକୁ ସବୁ ଜାଗାରେ ବ୍ୟାନ କରାଯାଇଛି । ଏବେ ମଧ୍ୟ କେତେକ ସମ୍ବେଦନଶୀଳ ଜାଗାରେ ହ୍ବାଟ୍ସ ଆପ ଗ୍ରୁପରେ ସରକାରୀ ଓ ପୋଲିସ ଅଧିକାରୀ ଯୋଡି ହୋଇ ରହିଛନ୍ତି । ସେମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ଗ୍ରୁପ କାର୍ଯ୍ୟକାରୀ ହେଉଛି ।

Intro:Body:

BLANK FOR LINK 

Conclusion:
Last Updated : Aug 29, 2019, 9:24 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.