ହାଇଦ୍ରାବାଦ: ଗଣତନ୍ତ୍ରର ପ୍ରତିଯୋଗିତାରେ ମୋଦି 1 ନଂ ହେବା ପରେ ତାଙ୍କ ଉପରେ ପୁଣି ଅଙ୍ଗୁଳି ଉଠାଇଛନ୍ତି ଏଆଇଏମଆଇଏମର ଅଧ୍ୟକ୍ଷ ଓୱେସୀ । ହାଇଦ୍ରାବାଦରୁ ଚତୁର୍ଥଥର ପାଇଁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଓୱେସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି । ସେ ମୁସଲିମ ସମ୍ପ୍ରଦାୟକୁ ଦୃଷ୍ଟିରେ ରଖି କହିଛନ୍ତି, ମୋଦି ସମ୍ବିଧାନକୁ ଠିକ ଭାବେ ବୁଝିପାରୁ ନାହାଁନ୍ତି । ତାଙ୍କର ଆଗାମୀ କାର୍ଯ୍ୟକାଳରେ ଗୋସୁରକ୍ଷା ନାଁରେ ଭିଡହିଂସା ଜାରି ରଖିବେ ।
ମଜଲିସ-ଏ-ଇତେହାଦୁଲ ମୁସଲିମ (ଏଆଇଏମଆଇଏମ)ର ଅଧ୍ୟକ୍ଷ ଓୱେସୀ ମୋଦିଙ୍କୁ ସମାଲୋଚନା କରି କହିଛନ୍ତି, ‘ପ୍ରଧାନମନ୍ତ୍ରୀ ସମ୍ବିଧାନକୁ ଯାଇ ମୁଣ୍ଡିଆ ମାରିଲେ । କିନ୍ତୁ ମୁଁ କହି ରଖୁଛି, ସମ୍ବିଧାନରେ ବଞ୍ଚିବାର ଅଧିକାର କେବଳ ମଣିଷ ପାଖରେ ଅଛି ପଶୁଙ୍କ ପାଖରେ ନାହିଁ । ଯଦି ଏହି କଥାକୁ ପିଏମ ମୋଦି ବୁଝିପାରୁଛନ୍ତି ତେବେ ଆଉ କୌଣସି ଚିନ୍ତା ନାହିଁ । ମୋଦି ଯଦି ଭାବନ୍ତି ସମ୍ବିଧାନରେ ମଣିଷଙ୍କୁ ବଞ୍ଚିବାର ଅଧିକାର ଅଛି ତେବେ ମୁସଲିମ ସମ୍ପ୍ରଦାୟର ଲୋକଙ୍କ ଆଉ ଭୟ ନାହିଁ ।’
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ବିରୋଧରେ ମବ ଲିଞ୍ଚିଂ(ଭିଡହିଂସା) ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କହିଛନ୍ତି । ‘ଯଦି ପ୍ରଧାନମନ୍ତ୍ରୀ ଭାବୁଛନ୍ତି ସଂଖ୍ୟାଲଘୁ ଲୋକେ ଡରିକି ବଞ୍ଚୁଛନ୍ତି ତେବେ ଏହା ଭାବିବା ଭୁଲ । ପ୍ରଧାନମନ୍ତ୍ରୀଙ୍କୁ ଏହା ମଧ୍ୟ ଜାଣିବା ଉଚିତ ଯେ ଯେଉଁ ଲୋକେ (ମହମ୍ମଦ) ଅଖଲାକଙ୍କୁ ହତ୍ୟା କରିଛନ୍ତି ସେ ତାଙ୍କର ମୁଖ୍ୟ ବୈଠକର ସଭା ଆଗ ଆସନରେ ବସିଛନ୍ତି । ମୋଦି ସରକାର ପୁଣି ଫେରିବା ପରେ ମୁସଲିମ ସମ୍ପ୍ରଦାୟଙ୍କ ମଧ୍ୟରେ ଭୟର ବାତାବରଣ ବୃଦ୍ଧିପାଇଛି ।’