ETV Bharat / bharat

ମାଗଣାରେ ନିଜ ଗାଡିରେ କୋରୋନା ସୁସ୍ଥଙ୍କୁ ଘରେ ପହଞ୍ଚାଇ ଚର୍ଚ୍ଚାରେ ଇସ୍ରାଇଲ - କୋରୋନା ସୁସ୍ଥ ରୋଗୀ

କୋରୋନା ମହାମାରୀ ମଧ୍ୟରେ ମିଜୋରାମର ଜଣେ ବ୍ୟକ୍ତି ମାନବିକତାର ଉଦାହରଣ ସୃଷ୍ଟି କରୁଛନ୍ତି। 46 ବର୍ଷିୟ ଇସ୍ରାଇଲ ଲାଲରେମଲୁଆଙ୍ଗା କୋରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ମାଗଣାରେ ସେମାନଙ୍କୁ ଘରକୁ ପଠାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

corona
ମାଗଣାରେ କୋରୋନା ସୁସ୍ଥ ରୋଗୀଙ୍କୁ ଘରେ ପହଞ୍ଚାଉଛନ୍ତି ବ୍ୟକ୍ତି
author img

By

Published : Jul 9, 2020, 10:41 PM IST

ଏଞ୍ଜୌଲ: କୋରୋନା ମହାମାରୀ ମଧ୍ୟରେ ମିଜୋରାମର ଜଣେ ବ୍ୟକ୍ତି ମାନବିକତାର ଉଦାହରଣ ସୃଷ୍ଟି କରୁଛନ୍ତି। 46 ବର୍ଷିୟ ଇସ୍ରାଇଲ ଲାଲରେମଲୁଆଙ୍ଗା କୋରୋନାରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ମାଗଣାରେ ସେମାନଙ୍କୁ ଘରକୁ ପଠାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେ ନିଜ କାରରେ ସୁସ୍ଥଙ୍କୁ ସେମାନଙ୍କ ଘରେ ପହଞ୍ଚାଉଛନ୍ତି ।

ଲୁଙ୍ଗଲେଇ ଜିଲ୍ଲାର ବାସିନ୍ଦା ଇସ୍ରାଇଲ ପେଶାରେ ଜଣେ ପାଦ୍ରୀ ଅଟନ୍ତି । କିନ୍ତୁ ଆଜିକାଲି ସେ ଧାର୍ମିକ କାର୍ଯ୍ୟ ପରିବର୍ତ୍ତେ ସାମାଜିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି। ସେ କହିଛନ୍ତି ଯେ, କୋରୋନା ସଙ୍କଟ ସମୟରେ ବାହାରୁ ଆସିଥିବା ଲୋକଙ୍କ ଅମାନୁଷିକ ପରିସ୍ଥିତି ଏବଂ ଯନ୍ତ୍ରଣା ତାଙ୍କୁ ଅଶାନ୍ତ କରିଦେଇଥିଲା।

ଫଳରେ କୋରୋନାରେ ସୁସ୍ଥ ହେଉଥିବା ଲୋକଙ୍କୁ ସେ ତାଙ୍କ ଘରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ । ଯେଉଁମାନେ କ୍ୱାରେଣ୍ଟିନ ଅବଧି ଶେଷ କରିଛନ୍ତି ଇସ୍ରାଇଲ ସେମାନଙ୍କୁ ମାଗଣାରେ ଘରକୁ ପଠାଉଛନ୍ତି । ଏହି ନିସ୍ବାର୍ଥପର କାର୍ଯ୍ୟ ପାଇଁ ତାଙ୍କୁ କୋରୋନା ସନ୍ଦିଗ୍ଧ ଏବଂ କୋରୋନା ଆକ୍ରାନ୍ତ ରୋଗୀମାନେ ବହୁତ ସମ୍ମାନ ଦେଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.