ETV Bharat / bharat

ସମାଧି ପାଇଁ ମିର୍ଚି ବାବାଙ୍କୁ ଅନୁମତି ଦେଲେନି ଜିଲ୍ଲାପାଳ

ଭୋପାଳ ଜିଲ୍ଲାପାଳଙ୍କୁ ସମାଧି ପାଇଁ ଅନୁମତି ପତ୍ର ପଠାଇଥିଲେ ମିର୍ଚିବାବା । ହେଲେ ପତ୍ର ଖାରଜ କରି ବାବାଙ୍କୁ ସୁରକ୍ଷା ଦେବକୁ ପୋଲିସଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।

ଫାଇଲ ଫଟୋ
author img

By

Published : Jun 15, 2019, 3:00 PM IST

ଭୋପାଳ: ସମାଧି ନେବାକୁ ଅନୁମତି ମାଗିଲେ ମିର୍ଚି ବାବା । କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବିଜୟୀ ନେଇ ଦେଇଥିଲେ ମତ । ସେ ଲୋକସଭା ନିର୍ବାଚନରେ ବିଜୟୀ ନ ହେଲେ ନେବେ ସମାଧି । ତେବେ ଦିଗବିଜୟଙ୍କ ହାର ପରେ ବାବାଙ୍କ ଉପରେ ଉଠିଥିଲା ପ୍ରଶ୍ନ । ଆଉ ଶେଷରେ ସେ ଭୋପାଳ ଜିଲ୍ଲାପାଳଙ୍କୁ ସମାଧି ପାଇଁ ଅନୁମତି ପତ୍ର ପଠାଇଥିଲେ ।

ହେଲେ ଜିଲ୍ଲାପାଳ ଏହି ପତ୍ରକୁ ଖାରଜ କରିବା ସହ ପୋଲିସକୁ ବାବାଙ୍କ ଜୀବନରକ୍ଷାର ସମସ୍ତ ଦାୟିତ୍ବ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଯଜ୍ଞ କରୁଥିବା ବେଳେ ମିର୍ଚି ବାବା ( ବୈରାଗ୍ୟନନ୍ଦ ଗିରି ମହାରାଜ ) ଦିଗବିଜୟଙ୍କ ବିଜୟୀର ଘୋଷଣା କରିଥିଲେ । ଆଉ ଏହା ମଧ୍ୟ କହିଥିଲେ ଯେ, ଯଦି ସେ ନିର୍ବାଚନ ହାରିଯାନ୍ତି ତେବେ ମୁଁ ସମାଧି ନେବି ।

ତେବେ ପ୍ରଜ୍ଞା ସିଂ ଠାକୁର ଦିଗବିଜୟଙ୍କୁ ହରାଇବା ପରେ ବାବାଙ୍କ ଉପରେ ଉଠିଥିଲା ପ୍ରଶ୍ନ। ଆଉ ଫଳାପଳ ବାହାରିବା ପରେ କିଛି ଦିନ ଯାଏ ବାବା ଗାଏବ ମଧ୍ୟ ରହିଥିଲେ । ଆଉ ବର୍ତ୍ତମାନ ସେ ଜିଲ୍ଲାପାଳଙ୍କୁ ଆସନ୍ତା 16 ତାରିଖରେ ସମାଧି ପାଇଁ ଅନୁମତି ମାଗିଥିଲେ । ଯଦି ତାଙ୍କୁ ସ୍ବୀକୃତି ଦିଆଯାଏ ଏବଂ କେଉଁ ସ୍ଥାନରେ ସେ ସାମଧି ନେବେ ସେ ବାବଦରେ କୁହାଯାଆନ୍ତା ତେବେ ସେ ଶାନ୍ତିରେ ସମାଧି ନେଇପାରନ୍ତେ ।

Intro:ରଜରେ ଭୋଜି କରୁଥିବା ବେଳେ 5ଶହ ଟଙ୍କାକୁ ନେଇ ଗଣ୍ଡଗୋଳ ସୃଷ୍ଟି ହୋଇ ଜଣେ ଆହତ ହୋଇଥିବା ଜଣାପଡିଛି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର ସହରର ସହଦେଵଖୁଣ୍ଟା ଥାନା ଅଧିନ କଣ୍ଟାବାଣିଆ ଗ୍ରାମରେ।
Body:ଗତକାଲି ପହିଲି ରଜ ଥିବାବେଳେ ଗ୍ରାମର ଯୁବକମାନେ ରାତିରେ ଭୋଜିର ଆୟୋଜନ କରିଥିଲେ। ଭୋଜି ଚାଲିଥିବା ବେଳେ ସେମାନଙ୍କ ମଧ୍ୟରୁ 5ଶହ ଟଙ୍କା ଚାନ୍ଦା ଜଣେ ଯୁବକଙ୍କୁ ମଗାଯାଇଥିଲା। ଯୁବକ ଜଣଙ୍କ ଟଙ୍କା ଦେବାକୁ ମନା କରିଥିଲେ। ଏହାକୁ ନେଇ ସୃଷ୍ଟି ହୋଇଥିଲା ଗଣ୍ଡଗୋଳ। ଗଣ୍ଡଗୋଳରୁ ଆରମ୍ଭ ହୋଇଥିଲା ମାରପିଟ। ଏହି ମାରପିଟରେ ଜଣେ ଯୁବକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି। ଆହତ ଯୁବକଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। Conclusion:ଅନ୍ୟପଟେ ଏହି ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବା ବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡିଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.