ETV Bharat / bharat

ସମ୍ପର୍କୀୟ ଭାଇଙ୍କୁ ଚିତାବାଘ ମୁହଁରୁ ବଞ୍ଚାଇଲେ ନାବାଳକ - leopard

ସମ୍ପର୍କୀୟ ଭାଇର ଜୀବନ ରଖିଲା ନାବାଳକ । ବାଘ ମୁହଁରୁ ଫେରାଇ ଆଣିଲା ଭାଇକୁ । ଆଉ ଏଇ ସାହସ ପାଇଁ ଆଜି ସେ ସ୍ଥାନୀୟ ଅଞ୍ଚଳର ପ୍ରଶଂସାର ପାତ୍ର ହେବା ସହ ସମ୍ମାନିତ ହୋଇଛନ୍ତି ।

ଫଟୋ ସୌଜନ୍ୟ : ଇଟିଭି ଭାରତ
author img

By

Published : Jun 18, 2019, 12:08 PM IST

ମୁମ୍ବାଇ: ଚିତାବାଘ ମୁହଁରୁ ସଂପର୍କୀୟଙ୍କୁ ବଞ୍ଚାଇଲେ ନାବାଳକ । ମହାରାଷ୍ଟ୍ର ଥାନେ ଅଞ୍ଚଳର ଜଣେ 14 ବର୍ଷର ନାବାଳକ ନିଜ ସମ୍ପର୍କୀୟ ଭାଇର ଜୀବନ ରକ୍ଷା କରି ଏବେ ପ୍ରଶଂସାର ପାତ୍ର ପାଲଟିଛନ୍ତି । ତାଙ୍କର ସାହସିକତା ଯୋଗୁଁ ସ୍ଥାନୀୟ ପୋଲିସ ଅଫିସରଙ୍କ ଦ୍ବାରା ସମ୍ମାନିତ ହୋଇଛନ୍ତି ।

ଉଦ୍ଧାର କରିଥିବା ନାବାଳକ ହେଲେ ଥାନେ କର୍ପାଟୱାଡି ଗାଁର ନରେଶ କାଳୁରାମ ଭଲ୍ଲା । ନରେଶ ଏବଂ 7 ବର୍ଷର ସମ୍ପର୍କୀୟ ଭାଇ ହର୍ଷଦ ଜେଜେମାଙ୍କ ସହ ପାଖ ଜଙ୍ଗଲକୁ କୋଳି ତୋଳିବା ପାଇଁ ଯାଇଥିଲେ । ସେହି ସମୟରେ ହଠାତ ଏକ ଚିତା ଆସି ସାଥିରେ ଥିବା ଭାଇ ହର୍ଷଦକୁ ଆକ୍ରମଣ କରିଥିଲା । ଫଳରେ ଭୟଭୀତ ନହୋଇ ନରେଶ ବାଘ ଉପରକୁ ପଥରମାଡ କରିବା ସହ ବାଡିରେ ଘଉଡାଇ ଭାଇକୁ ଉଦ୍ଧାର କରିଥିଲେ ।

ଅନ୍ୟପଟେ ଦୁହିଁଙ୍କ ଚିତ୍କାର ଶୁଣି ହାତରେ କୁରାଢୀ ଧରି ଧାଇଁ ଆସିଥିଲେ ଜେଜେ ମା' । ତେବେ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ତନାଘନା ଆରମ୍ଭ କରିଥିଲେ । ଏହାପରେ ବ୍ୟବଚ୍ଛେଦ ପାଇଁ ସଞ୍ଜୟ ଗାନ୍ଧୀ ନାସନାଲ ପାର୍କକୁ ପଠାଯାଇଛି ।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.