ETV Bharat / bharat

ଟିକଟକ ନେଲା ନାବାଳକଙ୍କ ଜୀବନ

ଟିକଟକ ନେଲା ଜୀବନ । ଟିକଟକ ଯୋଗୁଁ ନିଜର ଜୀବନ ହାରିଛନ୍ତି 12 ବର୍ଷର ନାବାଳକ କୁଶାଲ। ବେକରେ ଲୁହାଚେନ ଲଗାଇ ଭିଡିଓ କରୁଥିବା ବେଳେ ଚାଲିଯାଇଛି ପ୍ରାଣ ।

author img

By

Published : Jun 23, 2019, 4:41 AM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

ଜୟପୁର : ପିଲାଠାରୁ ବୁଢାଯାଏ ସମସ୍ତଙ୍କୁ ଘାରିଛି ଟିକଟକ ନିଶା । ସକାଳୁ ସଂଧ୍ୟା ଯାଏ ଟିକଟକରେ ଭିଡିଓ ବନେଇବାରେ ବିତାଉଛନ୍ତି ଆଜିକାର ଯୁବପିଢି । ତେବେ ଏହି ଟିକଟକ ଯୋଗୁଁ ନିଜର ଜୀବନ ହାରିଛନ୍ତି 12 ବର୍ଷର ନାବାଳକ କୁଶାଲ। ରାଜସ୍ଥାନ କୋଟାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

କିଛିଦିନ ହେବେ ଏହି ନାବାଳକ ଟିକଟିକ ଭିଡିଓରେ ନିଜକୁ ବ୍ୟସ୍ତ ରଖୁଥିଲେ । ଆଉ ଶୁକ୍ରବାର ସେ ଘର ଭିତରେ ନିଜକୁ ବନ୍ଦ ରଖି ଭିଡିଓ କରୁଥିଲେ । ହେଲେ ଅନେକ ସମୟ ପର୍ଯ୍ୟନ୍ତ ଘରୁ କୌଣସି ଶବ୍ଦ ନଆସିବାରୁ କୁଶାଲଙ୍କ ମା' ଘର ଭିତରକୁ ଯାଇ ପୁଅ ବେକରେ ଲୁହାଚେନ ଲଗାଇ ପଡିଥିବା ଦେଖିବାକୁ ପାଇଥିଲେ । ସେ ହାତରେ ଚୁଡି,ମଙ୍ଗଳସୂତ୍ର ଏବଂ ସିନ୍ଦୁର ଲଗାଇଥିବାର ଦେଖିବାକୁ ମିଳିଥିଲା ।

ସଙ୍ଗେସଙ୍ଗେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟିକଟକ ଭିଡିଓ ଯୋଗୁଁ ପୁଅର ମୃତ୍ୟୁ ଘଟିଥିବା କହିଛନ୍ତି ମୃତ ନାବାଳକଙ୍କ ପିତା । ଟିକଟକର ନିର୍ଦ୍ଦେଶ ଅନୁସାରେ ସେ ନିଜକୁ ମାରିଛି, ଯଦି ଟିକଟକ ନଥାନ୍ତା ତେବେ ପୁଅ ମୋର ବଞ୍ଚିଥାନ୍ତା ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Intro:Body:

BLANK 

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.