ETV Bharat / bharat

ଭାଇଚାରା ପର୍ବ ‘ମିଞ୍ଜର ମେଳା’ ଆରମ୍ଭ

ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ଚମ୍ବାରେ ଆରମ୍ଭ ହୋଇଯାଇଛି ‘ମିଞ୍ଜର ମେଳା’ । ମୁସଲମାନ-ହିନ୍ଦୁଙ୍କ ମଧ୍ୟରେ ଭାଇଚାରାର ପ୍ରତୀକ ହେଉଛି ଏହି ମେଳା ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Jul 29, 2019, 7:42 PM IST

ସିମଲା: ପାହାଡି ରାଜ୍ୟ ହିମାଚଳ ପ୍ରଦେଶର ଚମ୍ବା ଠାରେ ଆୟୋଜିତ ହୋଇଯାଇଛି ଐତିହାସିକ ‘ମିଞ୍ଜର ମେଳା’ । ଗତ ରବିବାର ଠାରୁ ଏହା ଆରମ୍ଭ ହୋଇଯାଇଛି । ପ୍ରଭୁ ରଘୁବୀରଙ୍କୁ ମିଞ୍ଜର ଅର୍ପଣ କରାଯିବା ପରେ ଏହି ମେଳା ଆରମ୍ଭ ହୋଇଥିଲା । ମେଳାରେ ହିମାଚଛ ପ୍ରଦେଶ ବିଧାନସଭାର ଉପବାଚସ୍ପତି ହଂସରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପୂର୍ବନଗର ପରିଷଦ କାର୍ଯ୍ୟାଳୟ ଚମ୍ବାରୁ ମିଞ୍ଜର ଶୋଭାଯାତ୍ରା ବାହାରିଥିଲା । ଏଥିରେ ନଗର ପରିଷଦର ପଦାଧିକାରୀଙ୍କ ସମେତ ଉପାୟୁକ୍ତ ଚମ୍ବା ଓ ସଦର ବିଧାୟକ ପ୍ରମୁଖ ସାମିଲ ହୋଇଥିଲେ । ଐତିହାସିକ ଚୌଗାନରେ ଧ୍ବଜାବତରଣ ବିଧି ସମ୍ପର୍ଣ୍ଣ କରାଯାଇଥିଲା । ‘ମିଞ୍ଜର ମେଳା’ ହିନ୍ଦୁ-ମୁସଲିମ ଭାଇଚାରାର ପ୍ରତୀକ ଅଟେ । ପୁରୁଣା ପରମ୍ପରା ହିସାବରେ ଚଳିତ ଥର ମଧ୍ୟ ମିର୍ଜା ପରିବାର ସଦସ୍ୟ ମିଞ୍ଜର ପ୍ରସ୍ତୁତ କରିଥିଲେ । ପରିବାରର ସବୁଠୁ ବରିଷ୍ଠ ସଦସ୍ୟଙ୍କ ପକ୍ଷରୁ ଏହି ମିଞ୍ଜରକୁ ଭଗବାନ ରଘୁବୀରଙ୍କୁ ଅର୍ପଣ କରାଯାଇଥାଏ ।

ମିର୍ଜା ପରିବାର ଜଣେ ସଦସ୍ୟଙ୍କ କହିବାନୂଯାୟୀ, ଏହି ପରମ୍ପରା ରାଜା ମହାରାଜାଙ୍କ ଅମଳରୁ ଚାଲିଆସୁଛି । ଏହା 400 ବର୍ଷ ପୂରୁଣା ପରମ୍ପରା । ଯାହାକୁ ଆଜି ମଧ୍ୟ ଚମ୍ବାର ଅଧିବାସୀ ବଡ ଧୂମଧାମର ସହ ପାଳନ କରିନ୍ତି । ରାଜ୍ୟ ବିଧାନସଭାର ଉପବାଚସ୍ପତି କହିଛନ୍ତି ଯେ, ଏହି ପରମ୍ପରା ଅତି ପୂରୁଣା। ଏହାକୁ ହିନ୍ଦୁ-ମସୁଲମାନ ମିଶି ପାଳନ କରୁଛନ୍ତି । ଏହି ମେଳା କେବଳ ରାଜ୍ୟରେ ସାରା ଦେଶରେ ମଧ୍ୟ ଏହା ପ୍ରସିଦ୍ଧ ଲାଭ କରିଛି।

କ'ଣ ଏହି ମିଞ୍ଜର ମେଳା

ଏହି ମେଳାର ମହତ୍ତ୍ବ ହେଉଛି ରେଶମ ଡୋରରେ ମୋତିକୁ ଗୁନ୍ଥାଯାଇ ଏକ ହାର ତିଆରି କରାଯାଏ ଯାହାକୁ ମିଞ୍ଜର ବୋଲି କୁହାଯାଇଥାଏ । ତିଆରି ହୋଇଥିବା ଏହି ମିଞ୍ଜରକୁ ମୁସଲିମ ପରିବାର ପ୍ରସ୍ତୁତ କରିଥାନ୍ତି । ଆଉ ଏହାକୁ ଲକ୍ଷ୍ମୀ-ନାରାୟଣ ମନ୍ଦିରରେ ଅର୍ପଣ ହୋଇଥାଏ ।

ଶ୍ରାବଣ ମାସର ଦ୍ବିତୀୟ ରବିବାରରେ ଆରମ୍ଭ ହୋଇ ପୁରା ସପ୍ତାହ ଚାଲିଥାଏ । ଏହି ମେଳା ଜୁଲାଇ 28ରେ ଆରମ୍ଭ ହୋଇଥିବାବେଳେ ଅଗଷ୍ଟ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ମିଞ୍ଜର ଅର୍ପଣ କରିବା ଠାରୁ ଏହି ମେଳା ଆରମ୍ଭ ହୋଇ ଅଖଣ୍ଡ ଚଡି ମହଲରେ ପୂଜାର୍ଚ୍ଚନା ହୋଇଥାଏ । ଏହା ପରେ ଐତିହାସିକ ଚୌଗାନରେ ଧ୍ବଜାବତରଣ କରାଯାଇଥାଏ।

କିଏ ଓ କେମିତି ଆରମ୍ଭ କରିଥିଲେ

ଦୁଇ ସମ୍ପ୍ରଦାୟର ଏକତାର ଉଦାହରଣ ଏହି ମେଳା ମାଧ୍ୟମରେ ଦେଖିବାକୁ ମିଳିଥାଏ । କୁହାଯାଏଯେ, ଯେତେବେଳେ ରାଜା ପୃଥ୍ବ ସିଂହ ମୋଗଲ ସମ୍ରାଟ ଶାହଜାହାନଙ୍କ ରାଜତ୍ବ କାଳରେ ଭଗବାନ ରଘୁବୀରଙ୍କ ମୂର୍ତ୍ତୀକୁ ଚମ୍ବା ଆଣିଥିଲେ । ସେତବେଳେ ଶାହଜାହନ ମିର୍ଜା ସାଫି ବେଗଙ୍କୁ ରଘୁବୀରଙ୍କ ସାଥିରେ ରାଜଦୂତ ଭାବେ ପଠାଇଥିଲେ।

ମିର୍ଜା ସାଫି ବେଗ ଭଲ ଜରି କାମ କରୁଥିବା ବେଳେ, ସେ ଜରିରେ ମିଞ୍ଜର ପ୍ରସ୍ତୁତ କରି ଭଗବାନ ରଘୁବୀର, ଲକ୍ଷ୍ମୀନାରାୟଣ ଓ ରାଜା ପୃଥ୍ବୀ ସିଂହଙ୍କୁ ଅର୍ପଣ କରିଥିଲେ। ସେବେଠାରୁ ଆଜିପର୍ଯ୍ୟନ୍ତ ମିଞ୍ଜର ମେଳା ମିର୍ଜା ପରିବାର ଭଗବାନଙ୍କୁ ମିଞ୍ଜର ଅର୍ପଣ କରିବା ପରେ ହିଁଁ ଆରମ୍ଭ ହୋଇଥାଏ।

ସ୍ଥାନୀୟ ଲୋକ ଏମିତି ପାଳିଥାନ୍ତି ମିଞ୍ଜର

ସ୍ଥାନୀୟ ଲୋକେ ମକ୍କି ଓ ଧାନର ଫୁଲରେ ମିଞ୍ଜର ତିଆରି କରିଥାନ୍ତି । ଏକ ନାଲି କପଡାରେ ନଡିଆ ଓ ଋତୁ ଫଳକୁ ଗୁଡାଇ ପ୍ରଭୁ ରଘୁବୀର ଓ ଲକ୍ଷ୍ମୀନାରାୟଣଙ୍କୁ ଅର୍ପଣ କରିଥାନ୍ତି। ଏହାପରେ ମେଳାର ଆରମ୍ଭ ହୋଇଥାଏ। ଏକ ସପ୍ତାହ ଏହା ପାଳନ ହେବା ପରେ ଏହି ମିଞ୍ଜରକୁ ରାବି ନଦୀରେ ବିସର୍ଜନ କରିଥାନ୍ତି।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.