ETV Bharat / state

ବୁଲିବାକୁ ପ୍ଲାନ କରୁଛନ୍ତି କି ? IRCTC ଆଣିଛି ସ୍ପେଶାଲ ଟୁର୍‌ ପ୍ୟାକେଜ - IRCTC

ଶୀତ ଋତୁରେ ବୁଲିବାକୁ ପ୍ଲାନ କରୁଛନ୍ତି କି । ସ୍ପେଶାଲ ଟୁର୍‌ ପ୍ୟାକେଜ ଆଣିଛି IRCTC । ଉଭୟ ଟ୍ରେନ ଓ ବିମାନ ଯାତ୍ରୀଙ୍କ ପାଇଁ ରହିଛି ସ୍ବତନ୍ତ୍ର ପ୍ୟାକେଜ ।

IRCTC TOUR PACKAGE
IRCTC TOUR PACKAGE (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 9:29 AM IST

ବ୍ରହ୍ମପୁର: ଶୀତ ଋତୁ ଆରମ୍ଭ ସହ ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । ଶୀତ ଋତୁ ଆସିଲେ ପରିବାର ହେଉ ବା ସାଙ୍ଗସାଥୀଙ୍କ ସହ ବାହାରେ ଟିକେ ବୁଲି ଆସିବାକୁ ସମସ୍ତେ ଅଳ୍ପ ବହୁତ ପ୍ଲାନ କରନ୍ତି । ଆପଣ ବି ଶୀତ ଛୁଟି କାଟିବାକୁ ବାହାରକୁ ଯିବାକୁ ପ୍ଲାନ କରୁଛନ୍ତି କି ? ଭାବୁଛନ୍ତି କି କେମିତି ଯୋଜନା କରିବେ, କେଉଁଠି ରହିବେ । ଜମାରୁ ବି ବିବ୍ରତ ହୁଅନ୍ତୁ ନାହିଁ । ଏଥିପାଇଁ ଭଳି କି ଭଳି ବ୍ୟବସ୍ଥା କରିଛି IRCTC । (ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ ଏବଂ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ) ଆଇଆରସିଟିସି ପକ୍ଷରୁ କଣ କଣ ସବୁ ବ୍ୟବସ୍ଥା କରାଯାଇଛି ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି IRCTCର ବରିଷ୍ଠ ଅଧିକାରୀ ଡ.କ୍ରାନ୍ତି ପି ସାୱାରକର

କେମିତି ବୁଲିବେ, କେମିତି ଫେରିବେ ବ୍ୟବସ୍ଥା କରିଛି IRCTC:

IRCTC TOUR PACKAGE (ETV Bharat Odisha)

ଇଣ୍ଡିଆନ୍ ରେଲୱେ କ୍ୟାଟରିଙ୍ଗ୍ ଏବଂ ଟୁରିଜିମ୍ କର୍ପୋରେସନ୍ ଲିମିଟେଡ୍ (ଆଇଆରସିଟିସି) ପକ୍ଷରୁ ଚଳିତବର୍ଷର ଶୀତ ଛୁଟିକୁ ଦୃଷ୍ଟିରେ ରଖି ଦେଶର ପ୍ରମୁଖ ସ୍ଥାନକୁ କିପରି ଯାତ୍ରୀ ମାନେ ସୁବିଧାରେ ଯାଇ ସେଠାକାର ପରିବେଶକୁ ପରିକ୍ରମା କରି ପୁଣି ଫେରିବେ ସେ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ଉଭୟ ରେଳ ଓ ବିମାନ ସେବାରେ ରହିଛି ଭଳିକି ଭଳି ବ୍ୟବସ୍ଥା । ଓଡ଼ିଶାରୁ ବାହାରି ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ସେଠାରେ କିଛି ଦିନ ସେଠାକାର ବିଭିନ୍ନ ହୋଟେଲରେ ଅବସ୍ଥାନ କରି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ପରିକ୍ରମା କରିବା ପରେ ପୁଣି କିପରି ସୁରକ୍ଷିତ ଭାବରେ ଯାତ୍ରା ମାନେ ଫେରିବେ ସେ ନେଇ କରାଯାଇଛି ବ୍ୟବସ୍ଥା ।

ସରକାରୀ କର୍ମଚାରୀଙ୍କ ପାଇଁ ଏଲ୍.ଟି.ସି ସୁବିଧା:

ଶୀତ ଛୁଟିକୁ ନେଇ ଦେଶ ତଥା ଦେଶ ବାହାରର ବିଭିନ୍ନ ସ୍ଥାନକୁ ସୁବିଧାରେ ଯାଇ ପରିକ୍ରମା କରି ଫେରିବା ପାଇଁ ଆଇଆରସିଟିସି କରିଛି ବ୍ୟବସ୍ଥା । ସେଥିରେ ସରକାରୀ କର୍ମଚାରୀଙ୍କ ପାଇଁ ଏଲ୍.ଟି.ସି ସୁବିଧା ରହିଛି ।

ସାଉଥ ପାଇଁ 10 ଦିନିଆ ଟ୍ରେନ ଟୁର୍‌ ପ୍ୟାକେଜ:

ଆଇଆରସିଟିସି ପକ୍ଷରୁ ଟ୍ରେନ ଯୋଗେ କରାଯାଇଥିବା ବ୍ୟବସ୍ଥା ମଧ୍ୟରେ ରାଜଧାନୀ ଭୁବନେଶ୍ବରରୁ ସାଉଥ ଇଣ୍ଡିଆ ଟୁର ପାଇଁ ୯ ରାତ୍ର ଦଶ ଦିନ ପାଇଁ ସ୍ବତନ୍ତ୍ର ଟ୍ରେନ ଯୋଗେ ପରିକ୍ରମା ସୁବିଧା ରହିଛି । ଏହି ଟୁରରେ ଯାତ୍ରୀ ମାନେ ରାମେଶ୍ବରମ୍–କନ୍ୟାକୁମାରୀ–ତ୍ରିବିନ୍ଦ୍ରମ୍–ମଦୁରାଇ ଭଳି ସ୍ଥାନକୁ ପରିକ୍ରମା କରିବା ସହିତ ରହିବା ଖାଇବା ଭଳି ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପୁରୀରୁ ତିରୁମାଳା –ତିରୁଚିନାର୍ ପରିକ୍ରମା ପାଇଁ ଚାରି ରାତ୍ର ପାଞ୍ଚ ଦିନର ପ୍ୟାକେଜ, ବିଶାଖାପାଟଣାରୁ ଆରୁଖ ଗୋଟିଏ ଦିନରେ ଭଳି ବ୍ୟବସ୍ଥା ରହିଛି ।

ଏହା ମଧ୍ୟ ପଢନ୍ତୁ:

କମ୍‌ ବଜେଟରେ ରୋମାଣ୍ଟିକ ଟ୍ରିପ, ଶସ୍ତାରେ ବୁଲି ଆସନ୍ତୁ ଏସବୁ ଜାଗା

ଓଡ଼ିଶା ଭିତରେ ରୋମାଣ୍ଟିକ ସ୍ପଟ୍ ଖୋଜିଛନ୍ତି ? ଏହି ଖବର ପ୍ରେମୀଯୁଗଳଙ୍କ ପାଇଁ

ଟ୍ରେନରେ ରାଜପ୍ରସାଦ ଭ୍ରମ, ଦେଖିଲେ ଝଲସିଯିବ ଆଖି, ଏତିକି ଟିକେଟ ଦାମ୍ - Palace on Wheels

ଆକର୍ଷିତ କରୁଛି ଶିମିଳିପାଳ: କେଉଁଠୁ ଓ କେମିତି ପହଞ୍ଚିବେ, ପର୍ଯ୍ୟଟକଙ୍କ ପାଇଁ ଏଥର କ’ଣ ନୂଆ ?

ରହିବା, ବୁଲିବା ବ୍ୟବସ୍ଥା:

ଏଥିଯାତ୍ରାରେ ରହିଥିବା ପ୍ୟାକେଜରେ ଯାତ୍ରୀ ମାନେ ତୃତୀୟ ଏ.ସି ଯାତ୍ରା କରିବା ସହିତ ଟ୍ରେନରୁ ଓହ୍ଲାଇବା ପରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଗାଡି ବ୍ୟବସ୍ଥା, ରହିବା ପାଇଁ ବ୍ୟବସ୍ଥା ସହିତ ଯାତ୍ରା ସମୟରେ ବୀମା ବ୍ୟବସ୍ଥା ରହିଥିବା କୁହାଯାଇଛି । ଏପରିକି ଆସନ୍ତା ଡିସେମ୍ବର ୧୬ ଓ ୨୬ ତାରିଖରେ ଦେବଭୂମି ଉତ୍ତରାଖଣ୍ଡ ଯାତ୍ରା ବ୍ୟବସ୍ଥା କରାଯାଇଥିବା କୁହାଯାଇଛି ।

ବିମାନ ସେବାରେ କେଉଁ ସ୍ଥାନକୁ ଯିବା ପାଇଁ ରହିଛି ବ୍ୟବସ୍ଥା:

ରେଳରେ ନଯାଇ ବହୁତ କମ୍ ଦିନ ମଧ୍ୟରେ ଯେପରି ବିଭିନ୍ନ ରାଜ୍ୟକୁ ପରିକ୍ରମା କରି ଆସିପାରିବେ ସେନେଇ ମଧ୍ୟ ଆଇଆରସିଟିସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଆସନ୍ତା ଡିସେମ୍ବର ୫(ଆସନ୍ତାକାଲି) ବିଶାଖାପଟଣାରୁ ଆଣ୍ଡାମାନ ପରିକ୍ରମା କରିବା ଠାରୁ ଆରମ୍ଭ କରି ଭୁବନେଶ୍ବରରୁ ମହାରାଷ୍ଟ୍ରର ଜ୍ୟୋତିଲିଙ୍ଗ୍, ରାଜଧାନୀରରୁ ଗୁଜୁରାଟର ଦ୍ବାରିକା ଓ ସୋମନାଥ ଭଳି ପ୍ରମୁଖ ସ୍ଥାନ, ବିଶାଖାପାଟଣାରୁ କେରଳ, ମେଘାଳୟ , ଭୁବନେଶ୍ବରରୁ ଅରୁଣାଚଳ ଏବଂ ରାଜଧାନୀ ଭୁବନେଶ୍ବରରୁ କାଞ୍ଚିପୁରମ, ମହାବଳୀପୁରମ୍ ଏବଂ ତାର ନିକଟବର୍ତ୍ତୀ ଅଞ୍ଚଳ ଭଳି ସ୍ଥାନକୁ ପରିକ୍ରମା ପାଇଁ ଏହି ଟୁରରେ କରାଯାଇଛି ବ୍ୟବସ୍ଥା ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.