ହାଇଦ୍ରାବାଦ: ଭୂମିକମ୍ପରେ ଥରିଲା ତେଲେଙ୍ଗାନା । ଆଜି(ବୁଧବାର) ସକାଳୁ ତେଲେଙ୍ଗାନାର ମୁଗୁଲୁରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା 5.3 ମାଗ୍ନିଚ୍ୟୁଟ । ଆଜି ସକାଳ 7.27 ମିନିଟରେ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ଦେଇଛି ଜାତୀୟ ସେଣ୍ଟର ଫର୍ ସେସମୋଲୋଜି । 20 ବର୍ଷ ପରେ ପ୍ରଥମ ଥର ପାଇଁ ଏତେ ତୀବ୍ରତାରେ ଭୂମିକମ୍ପ ଅନୁଭୂତ ହୋଇଛି ରାଜ୍ୟରେ । ଓଡ଼ିଶାର ମାଲକାନଗିରିରେ ବି ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି ।
କେଉଁଠି ଅବସ୍ଥିତ ମୁଗୁଲୁ:
ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରୁ 200 କିଲୋମିଟର ଦୂରରେ ଅବସ୍ଥିତ ମୁଗୁଲୁ । ସକାଳୁ ସକାଳୁ ଲୋକେ ଭୂକମ୍ପ ଝଟକା ଅନୁଭବ କରିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ଓ ଜୀବନହାନିର ଖବର ସାମ୍ନାକୁ ଆସିନାହିଁ । ଭାରତୀୟ ସେସମୋଲୋଜି ସେଣ୍ଟର ପକ୍ଷରୁ ଭୂକମ୍ପର କେନ୍ଦ୍ରସ୍ଥଳ ଇଟୁରନଗରମ ଚିହ୍ନଟ କରାଯାଇଥିବା ବେଳେ ୟୁଏସ ଜିଓଲୋଜିକାଲ ସର୍ଭେ ମନିଂଟରିଂ ଷ୍ଟେସନ ପକ୍ଷରୁ ଏହାର କେନ୍ଦ୍ରସ୍ଥଳ ଗୋଦାବରୀ ନଦୀରେ ଥିବା କୁହାଯାଇଛି ।
କେଉଁଠି କେଉଁଠି ଅନୁଭୂତ ହେଲା ଭୂମିକମ୍ପ ?
ଭୂକମ୍ପର ଝଟକା କୋଥାଗୁଡେମ, ମନଗୁରୁ, ଭଦ୍ରାଚଳମ, ଚାର୍ଲା, ଚିନ୍ତାକାନି ଓ ନାଗୁଲଭନଛା, ଖମାମ ସହ ଆନ୍ଦ୍ର ପ୍ରଦେଶର ବିଜୟୱାଡା, ଜଗାପେଟ୍ଟ ସହର ମଧ୍ୟ ଅନୁଭୂତ ହୋଇଛି । ଏଥିସହ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମଧ୍ୟ ଭୂମିକମ୍ପର ଝଟ୍କା ଅନୁଭୂତ ହୋଇଛି । ମାତ୍ର 2 ସେକେଣ୍ଡ ପାଇଁ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାକୁ ନେଇ ଲୋକେ ଭୟଭୀତ ହୋଇଯାଇଥିଲେ ।
ଶେଷଥର ପାଇଁ ତୀବ୍ର ଭୂମିକମ୍ପ କେବେ ଅନୁଭୂତ ହୋଇଥିଲା ?
ତେଲେଙ୍ଗାନାରେ ପୂର୍ବରୁ 1993 ସେପ୍ଟେମ୍ବର 30ରେ 6.2 ତିବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
EQ of M: 5.3, On: 04/12/2024 07:27:02 IST, Lat: 18.44 N, Long: 80.24 E, Depth: 40 Km, Location: Mulugu, Telangana.
— National Center for Seismology (@NCS_Earthquake) December 4, 2024
For more information Download the BhooKamp App https://t.co/5gCOtjdtw0 @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/x6FAg300H5
ଏହା ମଧ୍ୟ ପଢନ୍ତୁ: |
For the first time in last 20years, one of the strongest earthquake occured in Telangana with 5.3 magnitude earthquake at Mulugu as epicentre.
— Telangana Weatherman (@balaji25_t) December 4, 2024
Entire Telangana including Hyderabad too felt the tremors. Once again earthquake at Godavari river bed, but a pretty strong one 😮 pic.twitter.com/RHyG3pkQyJ
ଓଡ଼ିଶାର 14 ଜିଲ୍ଲାକୁ ଭୂମିକମ୍ପ ଭୟ:
ସୂଚନା ଥାଉକି, ଆମ ରାଜ୍ୟ ଓଡ଼ିଶାରେ 14ଟି ଜିଲ୍ଲାକୁ ଭୂମିକମ୍ପ ଭୟ ରହିଛି । ସେ ମଧ୍ୟରୁ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଅଟେ ଗଜପତି ଜିଲ୍ଲା । 14ଟି ଜିଲ୍ଲା ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ବର, ମୟୂରଭଞ୍ଜ, ସୁନ୍ଦରଗଡ଼ । ଏନେଇ ଗତ ବିଧାନସଭାରେ ଗୃହରେ ଉତ୍ତର ରଖିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
- କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବାଲେଶ୍ବର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ଭୂକମ୍ପ ଭୟ ରହିଛି ।