ETV Bharat / bharat

19 IRO କାର୍ଯ୍ୟାଳୟ ଖୋଲିବ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ - Forest and Climate Change

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ବିଭିନ୍ନ ମନ୍ତ୍ରଣାଳୟର 19 ଟି ସମନ୍ୱିତ ଆଞ୍ଚଳିକ କାର୍ଯ୍ୟାଳୟ । ମୁଖ୍ୟାଳୟ ରହିବ ଏହି ସହରରେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Ministry of Environment,
Ministry of Environment
author img

By

Published : Aug 18, 2020, 8:11 PM IST

ନୂଆଦିଲ୍ଲୀ: କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ବିଭିନ୍ନ ମନ୍ତ୍ରଣାଳୟର 19 ଟି ସମନ୍ୱିତ ଆଞ୍ଚଳିକ କାର୍ଯ୍ୟାଳୟ (ଆଇଆରଓ) ରେ ବିଭିନ୍ନ ଆଞ୍ଚଳିକ କିମ୍ବା ଉପ-ଆଞ୍ଚଳିକ କାର୍ଯ୍ୟାଳୟର ପୁନର୍ଗଠନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି ।

PHOTO
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ 19 ଟି IRO କାର୍ଯ୍ୟାଳୟ ଖୋଲିବ

ମନ୍ତ୍ରଣାଳୟର 10 ଟି ଆଞ୍ଚଳିକ କାର୍ଯ୍ୟାଳୟରୁ ସମ୍ବଳର ପୁନଃର୍ଗଠନ ସହିତ ନିୟୋଜନ IRO ଗଠନ କରାଯିବ । ଜଙ୍ଗଲ ସର୍ବେକ୍ଷଣ ଅଫ ଇଣ୍ଡିଆର 3 ଟି ଆଞ୍ଚଳିକ କାର୍ଯ୍ୟାଳୟ ଜାତୀୟ ଟାଇଗର ସଂରକ୍ଷଣ ପ୍ରାଧିକରଣ NTCA ର 3ଟି ଆଞ୍ଚଳିକ କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ CZA ର 4 ଟି ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ WCCB ର 5 ଟି ଆଞ୍ଚଳିକ ଏବଂ 3 ଟି ଉପ-ଆଞ୍ଚଳିକ କାର୍ଯ୍ୟାଳୟ ପ୍ରତିଷ୍ଠା ହେବ ।

ପ୍ରତିଷ୍ଠା ହେବାକୁ ଥିବା ଉନ୍ନତ, ସମୟାନୁବର୍ତ୍ତୀ ଏବଂ ପ୍ରଭାବଶାଳୀ ଢଙ୍ଗରେ MoEFCC ର ଆଦେଶ ସହ ଜଡିତ ଫଳାଫଳ ହାସଲ କରିବା ଖୋଲିବାକୁ ଥିବା କାର୍ଯ୍ୟାଳୟର ଲକ୍ଷ୍ୟ ହେବ । ଏହାସହ ହିତାଧିକାରୀଙ୍କ ନିକଟରେ ଏହାର ପ୍ରସାରକୁ ଆହୁରି ପହଞ୍ଚାଇବା ମନ୍ତ୍ରଣାଳୟ ସହିତ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଏବଂ ଏହାର ଉପଲବ୍ଧ ଉତ୍ସଗୁଡିକର ଉପଯୋଗ କରିବା ପାଇଁ ବିଜ୍ଞପତିରେ କୁହାଯାଇଛି ।

ଖୋଲିବାକୁ ଥିବା ନୂଆ 19 ଟି କାର୍ଯ୍ୟାଳୟର ମୁଖ୍ୟାଳୟ ସିଲୋଙ୍ଗରେ ରହିବ । ଆସନ୍ତା ଅକ୍ଟୋବର 1 ରୁ କାର୍ଯ୍ୟକ୍ଷମ ହେବ । ରାଞ୍ଚି, ଭୁବନେଶ୍ୱର, ବେଙ୍ଗାଲୁରୁ, ଚେନ୍ନାଇ, ଲକ୍ଷ୍ନୌ , ଭୋପାଳ, ନାଗପୁର, ଚଣ୍ଡିଗଡ, ଡେରାଡୁନ, ଜୟପୁର, ଗାନ୍ଧିନଗର, ବିଜୟୱାଡା, ରାୟପୁର, ହାଇଦ୍ରାବାଦ, ଶିମଲା, କୋଲକାତା, ଗୌହାଟି ଏବଂ ଜାମ୍ମୁ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.