ETV Bharat / bharat

ଲକଡାଉନ ନିୟମ ଉଲ୍ଲଙ୍ଘନ, ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ କମଲେଶ

ହରିୟାଣାର କଟିହାଲ ଜିଲ୍ଲାରେ ଥିବା ଏକ ଶିବ ଶକ୍ତି ଧାମ ସ୍ୱତନ୍ତ୍ର ପୂଜା ପାଠ କରିଛନ୍ତି ବିଜେପିର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କମଲେଶ ଢାଣ୍ଡା । ଅଧିକ ପଢନ୍ତୁ...

ଲକଡାଉନ ନିୟମ ଉଲ୍ଲଙ୍ଘନ, ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ କମଲେଶ
ଲକଡାଉନ ନିୟମ ଉଲ୍ଲଙ୍ଘନ, ମନ୍ଦିରରେ ପୂଜାର୍ଚ୍ଚନା କଲେ ମନ୍ତ୍ରୀ କମଲେଶ
author img

By

Published : May 19, 2020, 11:28 AM IST

ଚଣ୍ଡିଗଡ: ସାରା ଦେଶରେ ଲକଡାଉନ କାରଣରୁ ଲୋକମାନେ ଘରେ ଏକମାତ୍ର ବନ୍ଦି ସଦୃଶ ଅଛନ୍ତି । ଏପରିସ୍ଥଳେ ଲୋକମାନେ କେବଳ ଆବଶ୍ୟକ କାମ ପାଇଁ ନିଜ ଘରୁ ବାହାରକୁ ଯାଉଛନ୍ତି । ମନ୍ଦିର, ମସଜିଦ ଏବଂ ସମସ୍ତ ଧାର୍ମିକ ସ୍ଥାନ ବନ୍ଦ ରହିଛି ଏବଂ ସମସ୍ତ ପ୍ରକାର ପୂଜାପାଠ ଉପରେ ନିଷେଧାଦେଶ ରହିଛି । ଯାହାଫଳରେ ଲୋକମାନେ ଏକାଠି ହୋଇପାରିବେ ନାହିଁ । ସରକାର କେବଳ ନିଜ ଘରେ ରହି ପୂଜାପାଠ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ଏହି ସମୟରେ ଏପରି ଏକ ଘଟମା ଦେଖିବାକୁ ମିଳିଛି ଯାହା ଚର୍ଚ୍ଚାର ବି।ୟ ପାଲଟିଛି ।

ହରିୟାଣାର କଟିହାଲ ଜିଲ୍ଲାରେ ଥିବା ଏକ ଶିବ ଶକ୍ତି ଧାମ ମନ୍ଦିରର ଶ୍ରଦ୍ଧାଳୁ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିଛି, କିନ୍ତୁ ଏହିସମୟରେ ବିଜେପିର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କମଲେଶ ଢାଣ୍ଡା ପହଞ୍ଚି ସ୍ୱତନ୍ତ୍ର ପୂଜା ପାଠ କରିଥିଲେ ।

ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଏହି ପୂଜାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାକୁ ଲୋକମାନେ ନିନ୍ଦା କରୁଛନ୍ତି। ଏପର୍ଯ୍ୟନ୍ତ ମନ୍ତ୍ରୀ କମଲେଶ ଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଏହି ଭିଡିଓ ରବିବାର ପ୍ରସ୍ତୁତ କରାଯାଇତିବା କୁହାଯାଉଛି ।

ସୂଚନାମୁତାବିକ, ରବିବାର ରାଜ୍ୟ ମନ୍ତ୍ରୀ କମଲେଶ ଢାଣ୍ଡା କୁରୁକ୍ଷେତ୍ର ରୋଡରେ ଥିବା ଶିବ ଶକ୍ତି ଧାମ ମନ୍ଦିରରେ ପହଞ୍ଚି ଅଭାବୀ ଲୋକଙ୍କୁ ଖାଦ୍ୟ ଯୋଗାଇଥିଲେ । ଏହି ସମୟ ମଧ୍ୟରେ ମନ୍ଦିରର କବାଟ ଖୋଲା ଯାଇ ପୂଜା ଅର୍ଚ୍ଚନା କରାଯାଇଥିଲା।

ଏହି ପୂଜାର ଭିଡିଓ ଭାଇରାଲ ହେବା ପରେ, ମନ୍ଦିରର ପୁରୋହିତ ପ୍ରେମ ଶଙ୍କର ଶାସ୍ତ୍ରୀ କହିଛନ୍ତି ଯେ, ସାମାଜିକ ଦୂରତା ପାଳି ଆମେ ପୂଜା କରିଥିଲୁ । ଯଦିଓ ମନ୍ଦିର ବନ୍ଦ ହେବା ପରଠାରୁ ବନ୍ଦ ରହିଥିଲା ପୂଜାର୍ଚ୍ଚନା, କିନ୍ତୁ ରାଜ୍ୟ ମନ୍ତ୍ରୀ ପହଞ୍ଚିବା ପରେ ପୂଜାପାଠ କରାଯାଇଥିଲା। ବିଶ୍ୱ ପୂଜା ପାଇଁ ଏହି ପୂଜା ଆୟୋଜନ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.