ETV Bharat / bharat

ଏହି ଆୟୁର୍ବେଦିକ କ୍ଷୀର କୋରୋନା ସହ ଲଢିବାରେ ହେବ ସହାୟକ !

author img

By

Published : Jun 16, 2020, 7:17 PM IST

ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁର୍ବେଦରେ କ୍ଷୀରର ଏକ ବିଶେଷ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ସକାଳ ସମୟରେ ଏହାକୁ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଅଧିକ ପଢନ୍ତୁ...

ଏହି ଆୟୁର୍ବେଦିକ କ୍ଷୀର କୋରୋନା ସହ ଲଢିବାରେ ହେବ ସହାୟକ !
ଏହି ଆୟୁର୍ବେଦିକ କ୍ଷୀର କୋରୋନା ସହ ଲଢିବାରେ ହେବ ସହାୟକ !

ହାଇଦ୍ରାବାଦ: ରୋଗର ମୁକାବିଲା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ବୃଦ୍ଧି ହେବା ଅତ୍ୟନ୍ତ ଆବଶ୍ୟକ । ଏହା ଆପଣଙ୍କ ଶରୀରରେ ଏକ ବିଶେଷ ପ୍ରକ୍ରିୟା, ଯେଉଁଥିରେ ଆପଣଙ୍କ ଶରୀର ବାହାରୁ ଆସୁଥିବା କୌଣସି ଭାଇରସ ବିରୁଦ୍ଧରେ ଲଢି ଆପଣଙ୍କୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟାକୁ ପ୍ରତିରକ୍ଷା ପ୍ରଣାଳୀ କୁହାଯାଏ । ଆଜିର ଜୀବନଶୈଳୀ ଏବଂ ଖାଦ୍ୟ ଯୋଗୁଁ ଲୋକଙ୍କ ପ୍ରତିରୋଧକ ଶକ୍ତି ପୂର୍ବ ଅପେକ୍ଷା ବହୁତ ଦୁର୍ବଳ ହୋଇଯାଇଛି ।

ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆୟୁର୍ବେଦରେ କ୍ଷୀରର ଏକ ବିଶେଷ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ସକାଳ ସମୟରେ ଏହାକୁ ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଏବଂ ଆପଣ ନିଜକୁ ସମସ୍ତ ପ୍ରକାରର ଜୀବାଣୁ ଏବଂ ରୋଗରୁ ରକ୍ଷା କରିପାରିବେ । ତେବେ ଜାଣନ୍ତୁ ଏହି କ୍ଷୀର ପିଇବାର ଉପକାରିତା ଏବଂ ଏହାକୁ ତିଆରି କରିବାର ବିଷୟରେ ।

ଏହି ଆୟୁର୍ବେଦିକ କ୍ଷୀର ଉର୍ଜାକୁ ବଢାଇଥାଏ

'ଓଜାସ' ଇଂରାଜୀରେ ଏହାର ଅର୍ଥ ହେଉଛି ରେଡିୟନ୍ସ ଅର୍ଥାତ ଉଜ୍ଜ୍ୱଳତା । ଯେକୌଣସି ବ୍ୟକ୍ତିଙ୍କ ମୁହଁରେ ଚମକ ଦେଖାଇବା ସୂଚାଇଥାଏ ଯେ ବ୍ୟକ୍ତି ସୁସ୍ଥ ଏବଂ ଖୁସି ଅଟେ । ତେବେ ମଣିଷର ମୁହଁରେ ପ୍ରକୃତ ଚମକ ସେତବେଳେ ଆସେ ଯେତେବେଳେ ସେହି ବ୍ୟକ୍ତି ଶାରୀରିକ ଏବଂ ମାନସିକ ସ୍ତରରେ ସୁସ୍ଥ ରହେ । ଏହି ସ୍ୱତନ୍ତ୍ର କ୍ଷୀର ସମାନ କାମ କରେ ।

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ସ୍ମୃତି ଶକ୍ତି ବୃଦ୍ଧି କରେ, ଯାହା ଶିଖିବାର କ୍ଷମତା ବଢାଇଥାଏ ।

ଏହା ପୁରୁଷଙ୍କ ଯୌନ ଦକ୍ଷତା ବୃଦ୍ଧି କରିଥାଏ । ଯାହା ବନ୍ଧ୍ୟାକରଣକୁ ହ୍ରାସ କରିଥାଏ ।

ମହିଳାଙ୍କ ହାଡରେ ଥିବା ଦୁର୍ବଳତା ଏବଂ ମାସିକଧର୍ମ ସମୟରେ ଘଟୁଥିବା ସମସ୍ୟାକୁ ଦୂର କରିଥାଏ ।

ତ୍ବଚାର ଚମକ ବଢାଇବାରେ ଏହା ସହାୟକ ହୋଇଥାଏ ।

ଏହା ଚର୍ମକୁ କଠିନ କରିଥାଏ, ଯାହାଦ୍ୱାରା ବାର୍ଦ୍ଧକ୍ୟର ଲକ୍ଷଣ ଶୀଘ୍ର ଦେଖାଯିବ ନାହିଁ ।

ଶରୀରରେ ରକ୍ତ ଶର୍କରା, ରକ୍ତଚାପ, ରକ୍ତର pH ମୂଲ୍ୟ, କୋଲେଷ୍ଟ୍ରଲ ଇତ୍ୟାଦି ନିୟନ୍ତ୍ରଣରେ ରଖେ ।

ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ, କର୍କଟ, ପେଟ ସମସ୍ୟା, କିଡନୀ ସମସ୍ୟା, ଯକୃତ ସମସ୍ୟା ଦୂରହୋଇଥାଏ ।

ଏକ ଗ୍ଲାସ ଆୟୁର୍ବେଦିକ କ୍ଷୀର ତିଆରି ପାଇଁ ଉପାଦାନ-

10ଟି ବାଦାମ

3ଟି ଖଜୁରି

1 ଗ୍ଲାସ ଗାଇକ୍ଷୀର

4 ଚାମଚ ହଳଦୀ, ୨ ଚିମୁଟା ଡାଲଚିନି ଏବଂ 1 ଚାମଚ ଗୁଜୁରାତି ପାଉଡର

1 ଚାମଚ ଦେଶୀ ଘିଅ

1 ଚାମଚ ମହୁ

ଆୟୁର୍ବେଦିକ ଲାଭ ସହିତ ଏହି କ୍ଷୀର କିପରି ପ୍ରସ୍ତୁତ କରିବେ?

ଏଥିପାଇଁ 10ଟି ବାଦାମ ଏବଂ 3ଟି ଖଜୁରିକୁ ରାତିରେ ପାଣିରେ ଭିଜାନ୍ତୁ । ସକାଳେ ବାଦାମକୁ ଛାଣି ଦିଅନ୍ତୁ ଏବଂ ଉଭୟକୁ ଗ୍ରାଇଣ୍ଡିଂ କରନ୍ତୁ । ଏହା ପରେ ଏହି ପେଷ୍ଟକୁ ଉଷୁମ କ୍ଷୀରରେ ମିଶାନ୍ତୁ ଏବଂ ଏଥିରେ ହଳଦୀ, ଡାଲଚିନି ଏବଂ ଗୁଜୁରାତି ଗୁଣ୍ଡକୁ ମିଶାନ୍ତୁ । ବର୍ତ୍ତମାନ ଏଥିରେ 1 ଚାମଚ ଘିଅ ମିଶାଇ ଭଲ ଭାବରେ ଗୋଳାନ୍ତୁ । ଏହାପରେ ସକାଳେ ଖାଲି ପେଟରେ ପିଅନ୍ତୁ ।

ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ

ଏହି କ୍ଷୀର ପିଇବା ପାଇଁ ଆପଣଙ୍କୁ ସକାଳେ ପେଟ ଖାଲି କରିବାକୁ ପଡିବ । ଯଦି ଆପଣ ଚାହାଁନ୍ତି, ଆପଣ ରାତିରେ ଶୋଇବା ପୂର୍ବରୁ ମଧ୍ୟ ଏହାକୁ ପିଇପାରିବେ। କିନ୍ତୁ ରାତିରେ ଆପଣଙ୍କୁ ଖାଦ୍ୟ ଏବଂ କ୍ଷୀର ମଧ୍ୟରେ 2 ଘଣ୍ଟା ବ୍ୟବଧାନ ରଖିବାକୁ ପଡିବ ।

ସକାଳେ କ୍ଷୀର ପିଇବା ପରେ 40 ମିନିଟ ପର୍ଯ୍ୟନ୍ତ କିଛି ଖାଆନ୍ତୁ ନାହିଁ।

ଡାଲଚିନି ଗରମ ଅଟେ ତେଣୁ ୨ ଚିମୁଟା ହିଁ ମିଶାନ୍ତୁ।

ଯଦି ଆପଣ ମଧୁମେହ ରୋଗୀ, ଦୟାକରି ଏହି କ୍ଷୀର ପିଇବା ପୂର୍ବରୁ ଥରେ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।

ଅନ୍ୟ ଲୋକଙ୍କ ପାଇଁ ଏହା ଲାଭଦାୟକ ଓ ନିରାପଦ ଅଟେ । ସବୁ ବୟସର ଲୋକମାନେ ଏହାକୁ ପିଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.