ଡେରାଡୁନ: ଉତ୍ତରାଖଣ୍ଡରେ ଥିବା କାର୍ବେଟ ଜାତୀୟ ପାର୍କ ଓ ଲ୍ୟାଣ୍ଡସ୍କେପର କୋଶୀ ନଦୀରେ ପ୍ରବାସୀ ପକ୍ଷୀଙ୍କର ଆଗମନ ଆରମ୍ଭ ହୋଇଯାଇଛି । ଶୀତ ଋତୁ ଆରମ୍ଭ ହେବାମାତ୍ରେ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଥାଏ । ଶୀତର ପ୍ରକୋପ ଯେତେ ଯେତେ ବୃଦ୍ଧି ହୋଇଥାଏ ପ୍ରବାସୀ ପକ୍ଷୀଙ୍କର ଆଗମନ ସେତିକି ମାତ୍ରାରେ ହୋଇଥାଏ ।
ବନ ବିଭାଗର ଜଣେ କର୍ମୀଙ୍କ କହିବାନୁଯାୟୀ, ପକ୍ଷୀଙ୍କ ଆଗମନ ହେବା ଦ୍ବାରା ବିଭାଗ ପକ୍ଷରୁ ଦାୟିତ୍ବ ବୃଦ୍ଧା ପାଇଥାଏ । ସୁରକ୍ଷା ଦୃଷ୍ଟିରୁ ଏହି ପକ୍ଷୀଙ୍କ ପାଇଁ 24 ଘଣ୍ଟା ନଜର ରଖିବାକୁ ପଡିଥାଏ । ତେବେ କାର୍ବେଟ ଜାତୀୟ ପାର୍କରେ ବର୍ତ୍ତମାନ ଠାରୁ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି । ହିମାଳୟ ଓ ଲଦାଖର ପାହାଡରୁ ବାହାରି ପକ୍ଷୀ ମାନେ ରାମନଗର ଓ କାର୍ବେଟ ନଦୀରେ ଆସି ବାସ କରିଥାନ୍ତି ଫଳରେ ନଦୀର ଶୋଭାରେ ବୃଦ୍ଧି ପାଇଥାଏ । କୋଶୀ ନଦୀ, ରାମଗଙ୍ଗା ସମେତ ଆଖପାଖ ନଦୀ ଓ ଜଳାଶୟରେ ପକ୍ଷୀ ମାନେ ଆସି ରହିବାକୁ ଲାଗିଲେଣି ।
![Migratory bird](https://etvbharatimages.akamaized.net/etvbharat/prod-images/4976547_gttt.jpg)
ତେବେ ଶୁଖାର୍ବ ଯଥା ରୈଡୀ ଶୈଳ ଡକର ଆକର୍ଷଣ ସବୁଠୁ ଅଧିକ ମନୋରମ ଅଟେ । ବିଦେଶୀ ପକ୍ଷୀ ଖାଦ୍ୟଗ୍ରହଣ ସହ ପ୍ରଜନନ ପାଇଁ ହଜାର ହଜାର କିମି ଦୂର ପାର କର ଆସି ପହଞ୍ଚିଥାନ୍ତି । ବର୍ତ୍ତମାନ ସମୟରେ କୋଶୀ ନଦୀରେ ଅନେକ ପକ୍ଷୀ ମାନଙ୍କର ରାବ ଶୁଣିବାକୁ ମିଳୁଛି । ଅନେକ ବର୍ଷ ଧରି ଏଠାକୁ ପକ୍ଷୀ ମାନେ ଆସୁଥିବାରୁ ପର୍ଯ୍ୟଟନ ସହ ଯୋଡି ହୋଇଥିବା ଲୋକଙ୍କର ଜୀବିକାରେ ମଧ୍ୟ ଏହା ସହାୟକ ହେଉଛି ।
ଏମାନଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି ଏହା ସହ ଶିକାରକୁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଏହି ଜଳାଶୟ ମାନଙ୍କରେ ବନକର୍ମୀଙ୍କ ଗସ୍ତକୁ ବଢାଇ ଦିଆଯାଇଥାଏ ।