ETV Bharat / bharat

ରାଜସ୍ଥାନରୁ ଫେରିଲେ 1200 ପ୍ରବାସୀ ଶ୍ରମିକ

ମଙ୍ଗଳବାର ପ୍ରାୟ 1200 ପାଖାପାଖି ଶ୍ରମିକ ରାଜସ୍ଥାନରୁ ଆସି ପହଞ୍ଚିଛନ୍ତି । ଡନକୁନି ରେଲୱେ ଷ୍ଟେସନରେ 1188 ଜଣ ପ୍ରବାସୀ ଶ୍ରମିକ ଆସିଛନ୍ତି । ଅଧିକ ପଢନ୍ତୁ...

ରାଜସ୍ଥାନରୁ ଫେରିଲେ 1200 ପ୍ରବାସୀ ଶ୍ରମିକ
ରାଜସ୍ଥାନରୁ ଫେରିଲେ 1200 ପ୍ରବାସୀ ଶ୍ରମିକ
author img

By

Published : May 6, 2020, 12:34 AM IST

କୋଲକାତା: ବିଭିନ୍ନ ଜାଗାରେ ଫସିଥିବା ପ୍ରବାସୀ ଶ୍ରମିକଙ୍କୁ ଫେରାଇବାର ଯୋଜନା ଦେଶବ୍ୟାପୀ ଆରମ୍ଭ ହୋଇଛି । ସମସ୍ତ ରାଜ୍ୟ ପକ୍ଷରୁ ସେମାନଙ୍କୁ ନିଜ ଘରକୁ ଫେରାଇ ଅଣାଯାଉଛି । ଏହି ପରିପ୍ରେକ୍ଷୀରେ ବିଳମ୍ବରେ ଯୋଜନା ଆରମ୍ଭ କରିଥିବା ପଶ୍ଚିମବଙ୍ଗ ସରକାର ଶ୍ରମିକଙ୍କୁ ଫେରାଇ ଆଣିଛନ୍ତି ।

ମଙ୍ଗଳବାର ପ୍ରାୟ 1200 ପାଖାପାଖି ଶ୍ରମିକ ରାଜସ୍ଥାନରୁ ଆସି ପହଞ୍ଚିଛନ୍ତି । ଡନକୁନି ରେଲୱେ ଷ୍ଟେସନରେ 1188 ଜଣ ପ୍ରବାସୀ ଶ୍ରମିକ ଆସିଛନ୍ତି । ଷ୍ଟେସନରେ ଏହି ସମସ୍ତ ଶ୍ରମିକଙ୍କ ସ୍କ୍ରିନିଂ ହେବା ପରେ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ଫେରିବାକୁ ଅନୁମତି ମିଳିବ । ପ୍ରତି ଜିଲ୍ଲାର ଶ୍ରମିକଙ୍କ ପାଇଁ ଅଲଗା ଅଲଗା ସ୍କ୍ରିନିଂ ବ୍ୟବସ୍ଥା ହୋଇଥିବା ଜଣାପଡିଛି ।

ପ୍ରଥମେ ସମସ୍ତ ଶ୍ରମିକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ହେବ । ଏହାପରେ ଯାହା ନିକଟରେ ଲକ୍ଷଣ ଦେଖାଯିବ ସେମାନଙ୍କୁ କ୍ବାରେଣ୍ଟାଇନ ସେଣ୍ଟରରେ ରଖାଯିବ । ବାକିମାନଙ୍କୁ ନିଜ ଅଞ୍ଚଳକୁ ପଠାଯିବ । ଏଥିପାଇଁ 64 ବସ ଓ 42ଟି ଛୋଟ ବଡ ଗାଡି ପ୍ରସ୍ତୁତ ଥିବା ପୋଲିସ ସୂଚନା ଦେଇଛି । ପ୍ରକାଶ ଥାଉ କି ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସରକାର ଟ୍ରେନ ଓ ବସର ସୁବିଧା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.