ନୂଆଦିଲ୍ଲୀ: ଦେଶରେ ଅର୍ଥନୈତିକ ଅସାମଞ୍ଜସ୍ୟ ଦିକୁ ଦିନ ବୃଦ୍ଧି ପାଉଛି । ଗରିବ ଲୋକ ଅଧିକ ଗରିବ ହେଉଛନ୍ତି ଏବଂ ପୁଞ୍ଜିପତି-ଶିଳ୍ପପତି ଅଧିକ ଧନୀ ହେଉଛନ୍ତି । ଏପରିକି ସରକାରଙ୍କ ଅପାରଦର୍ଶିତା ପାଇଁ ଭାରତର ସମ୍ପୂର୍ଣ୍ଣ ଅର୍ଥବ୍ୟବସ୍ଥା ଏବେ କିଛି ବାଣିଜ୍ୟିକ ମହାସମ୍ରାଟଙ୍କ ହାତକୁ ଚାଲିଯିବା ଉପରେ । ତେବେ ସରକାର ଯଦି ଭାଙ୍ଗିପଡିଥିବା ଅର୍ଥନୀତିର ମେରୁଦଣ୍ଡ ନ ସଳଖିବେ, ଭାରତରେ ନୂଆ ଗରିବୀର ସଜ୍ଞା ବଦଳିଯିବ । ଆଗକୁ ମଧ୍ୟବିତ୍ତ ପରିବାର ଦେଶର ନୂଆ ଗରିବୀ ତାଲିକାରେ ଯୋଡି ହେବେ । କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ସିରଜ ଟ୍ବିଟ୍ କରି ସରକାରଙ୍କ ଏପରି ବର୍ଷିଛନ୍ତି ।
ସରକାର ଗରିବ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଅର୍ଥବ୍ୟବସ୍ଥାରେ ସଂସ୍କାର ପାଇଁ ହୀନ ଉଦ୍ୟମ ଆରମ୍ଭ କରିଛନ୍ତି । ଯେଉଁଥି ପାଇଁ ମଧ୍ୟବିତ୍ତ ପରିବାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ସରକାର ସମ୍ଭାବ୍ୟ ଆର୍ଥିକ ମହାସଙ୍କଟକୁ ଟାଳିବା ପାଇଁ ବିପୁଳ ପରିମାଣର ନଗଦକୁ ବଜାରରେ ଉପଲବ୍ଧ କରାନ୍ତୁ । ଫଳରେ ଦେଶର ଅର୍ଥନୀତି ଟ୍ରାକକୁ ଫେରିବ ଏବଂ ଦେଶର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଭାବେ ଜଣାଶୁଣା ମଧ୍ୟବିତ୍ତ ପରିବାର ମୁଁହରେ ହସ ଫେରିବ ।
ତେବେ ରାହୁଲଙ୍କ ପୂର୍ବରୁ କଂଗ୍ରେସର ଅଫିସିଆଲ ଟ୍ବିଟରରେ ମୋଦିଙ୍କୁ ଟାର୍ଗେଟ କରିଥିଲା ଦଳ । ସରକାର ଘୋଷଣା କରିଥିବା ଅତ୍ମନିର୍ଭର ପ୍ୟାକେଜକୁ ନେଇ ବର୍ଷି ଥିଲା । ସଂଖ୍ୟା କେବେ ବି ମିଛ କହେନାହିଁ, ବରଂ ବିଜେପି ମିଛ କରିବାରେ ଓସ୍ତାଦ ବୋଲି ଟ୍ବିଟ କରି କହିଛି ଦଳ ।
ଏହାସହ ଦଳ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ଟାର୍ଟେଟ କରିଥିଲା । ନିର୍ମଳାଙ୍କ ସମୟରେ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗିଯାଇଛି । ଦେଶରେ ବେକାରୀ ହାର ରେକର୍ଡ ସ୍ତରରେ ପହଞ୍ଚିଛି ଏବଂ କୋରୋନା ସଙ୍କଟ ଆଗକୁ ବଡ ଆର୍ଥିକ ସମସ୍ୟା ଠିଆ କରିବ ବୋଲି କଂଗ୍ରସ କହିଛି ।
'ସରକାର ବଜାରକୁ ନଗଦ ନଛାଡିଲେ ସୃଷ୍ଟି ହେବେ ନୂଆ ଗରିବ'
ସରକାର ଯଦି ଭାଙ୍ଗିପଡିଥିବା ଅର୍ଥନୀତିର ମେରୁଦଣ୍ଡ ନ ସଳଖିବେ, ଭାରତରେ ନୂଆ ଗରିବୀର ସଜ୍ଞା ବଦଳିଯିବ । ଆଗକୁ ମଧ୍ୟବିତ୍ତ ପରିବାର ଦେଶର ନୂଆ ଗରିବୀ ତାଲିକାରେ ଯୋଡି ହେବେ । କଂଗ୍ରେସ ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି ସିରଜ ଟ୍ବିଟ୍ କରି ସରକାରଙ୍କ ଏପରି ବର୍ଷିଛନ୍ତି ।