ETV Bharat / bharat

ଅଯୋଧ୍ୟା ମାମଲାର ରାୟ: ସମସ୍ତ ରାଜ୍ୟ ପାଇଁ ଆଡଭାଇଜରି ଜାରି - mha sends general advisory to all states to remain alert

ସୁପ୍ରିମକୋର୍ଟଙ୍କ ପକ୍ଷରୁ ବିବାଦୀୟ ଅଯୋଧ୍ୟା ରାମ ଜନ୍ମଭୂମି- ବାବ୍ରୀ ମସଜିଦ୍‌ ମାମଲାର ରାୟ ଆସନ୍ତା ୧୭ ତାରିଖ ପୂର୍ବରୁ ଯେ କୗଣସି ଦିନ ପ୍ରକାଶ ପାଇବ । ଏନେଇ ସୁରକ୍ଷା ଦୃଷ୍ଟିକୋଣରୁ ସଜାଗ ରହିବା ପାଇଁ  ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରମାନଙ୍କ ନିକଟକୁ 'ଆଡ୍‌ଭାଇଜରି' ପଠାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 7, 2019, 9:48 PM IST

ନୂଆଦିଲ୍ଲୀ: ‌ଆଗାମୀ କିଛି ଦିନ ଭିତରେ ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରୀ ମସଜଦ୍‌ ମାମଲାରେ ରାୟ ପ୍ରକାଶ କରାଯାଇପାରେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ବିବାଦୀୟ ଅଯୋଧ୍ୟା ମାମଲାର ରାୟ ଆସନ୍ତା ୧୭ ତାରିଖ ପୂର୍ବରୁ ଯେ କୗଣସି ଦିନ ପ୍ରକାଶ ପାଇବ । ଏନେଇ ସୁରକ୍ଷା ଦୃଷ୍ଟିକୋଣରୁ ସଜାଗ ରହିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ଆଡ୍‌ଭାଇଜରି ଜାରି ହୋଇଛି ।

mha sends general advisory to all states to remain alert in ayodhya case
ଫଟୋ ସୌଜନ୍ୟ: ଏଏନଆଇ

ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପରେ କଡା ନଜର ରଖିବା ପାଇଁ ବର୍ତ୍ତମାନ ଠାରୁ ଅଯୋଧ୍ୟାକୁ ସରୁକ୍ଷା ଦୃଷ୍ଟିକୋଣରୁ ତିନିଗୋଟି ସେକ୍ଟରରେ ବିଭକ୍ତ କରାଯାଇଛି । ସାମାନ୍ୟ, ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ କ୍ଷେତ୍ରରେ ବଣ୍ଟା ଯାଇଛି । ସମସ୍ତ ସେକ୍ଟରରେ ପୋଲିସଙ୍କ ସହ ମାଜିଷ୍ଟ୍ରେଟ ନିଯୁକ୍ତ ରହିବେ । ଏହାସହ ସମଗ୍ର ଅଯୋଧ୍ୟାରେ ଡ୍ରୋନ ସାହାଯ୍ୟରେ ତୀକ୍ଷ୍ମ ନଜର ରଖାଯିବ ।

ଏଠାରେ ସୂଚନା ଯୋଗ୍ୟ ଯେ ଗୁରୁବାର କ୍ୟାବିନେଟ ବୈଠକ ଡାକି ଅଯୋଧ୍ୟା ରାୟକୁ ମାନବିକତା ଓ ବିନମ୍ରତା ସହ ଗ୍ରହଣ କରିବାକୁ ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । କୌଣସି ବିବାଦୀୟ ମନ୍ତବ୍ୟ ନଦେଇ ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।

Intro:Body:

yy

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.