ନୂଆଦିଲ୍ଲୀ: ଭାରତରେ ନିର୍ବାଚନ ପ୍ରଚାର କରିବା ବାଂଲାଦେଶୀ ଅଭିନେତାଙ୍କୁ ମହଙ୍ଗା ପଡିଲା। ତୃଣ ମୂଳ କଂଗ୍ରେସ ପାଇଁ ପ୍ରଚାର କରୁଥିବା କଳାକର ଫିରଦୌସ ଅହମଦଙ୍କ ଭିସା ରଦ୍ଦ କରିଦିଆ ଯାଇଛି । ଏହା ସହିତ ତାଙ୍କୁ ତୁରନ୍ତ ଭାରତ ଛାଡିବାକୁ ନୋଟିସ ଜାରି କରାଯାଇଛି। ଏପରିକି ଫିରଦୌସଙ୍କୁ କଳାତାଲିକା ଭୁକ୍ତ କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ।
-
MHA: After receiving report from Bureau of Immigration regarding visa violations committed by a Bangladesh National Mr Ferdous Ahmed(actor who campaigned for TMC), MHA has cancelled his business visa and issued him a leave India notice. He also has been blacklisted. pic.twitter.com/3lbqJEboEg
— ANI (@ANI) April 16, 2019 " class="align-text-top noRightClick twitterSection" data="
">MHA: After receiving report from Bureau of Immigration regarding visa violations committed by a Bangladesh National Mr Ferdous Ahmed(actor who campaigned for TMC), MHA has cancelled his business visa and issued him a leave India notice. He also has been blacklisted. pic.twitter.com/3lbqJEboEg
— ANI (@ANI) April 16, 2019MHA: After receiving report from Bureau of Immigration regarding visa violations committed by a Bangladesh National Mr Ferdous Ahmed(actor who campaigned for TMC), MHA has cancelled his business visa and issued him a leave India notice. He also has been blacklisted. pic.twitter.com/3lbqJEboEg
— ANI (@ANI) April 16, 2019
ଆବ୍ରଜନ ବ୍ୟୁରୋ ତରଫରୁ ଅଭିନେତାଙ୍କ ଦ୍ବାରା ଭିସା ଉଲ୍ଲଙ୍ଘନ ରିପୋର୍ଟ ମିଳିବା ପରେ ଗୃହ ମନ୍ତ୍ରଣାଳୟ ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗୃହ ମନ୍ତ୍ରଣାଳୟ ଅହମଦଙ୍କ ବ୍ୟବସାୟୀକ ଭିସାକୁ ରଦ୍ଦ କରିଛି । ଏହା ବ୍ୟତିତ ତାଙ୍କୁ ବ୍ଲାକ ଲିଷ୍ଟ ମଧ୍ୟ କରାଯାଇଛି।
ସୂଚନା ଯୋଗ୍ୟ ଯେ, ବାଙ୍ଗଲାଦେଶୀ ଅଭିନେତା ଅଭିନେତା ଫିରଦୌସ ଅହମଦ ଟିଏମସି ପାଇଁ ନିର୍ବାଚନ ପ୍ରଚାର କରୁଥିଲେ । ସେ ଉତ୍ତର ଦିନାଜପୁର ଜିଲ୍ଲାରେ ଟିଏମସିର ରାଜଗଙ୍ଗ ଲୋକସଭା ପ୍ରାର୍ଥୀ କହ୍ନେୟା ଲାଲ ଅଗ୍ରୱାଲଙ୍କ ପାଇଁ ପ୍ରଚାର କରୁଥିଲେ । ତେବେ ଏନେଇ ଅଭିଯୋଗ ହେବା ପରେ କୋଲକାତାର ବିଦେଶୀ କ୍ଷେତ୍ରୀୟ ପଞ୍ଜୀକରଣ ଅଧିକାରୀ (ଏଫଆରଆରଓ)ଙ୍କଠାରୁ ରିପୋର୍ଟ ମାଗିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।