ETV Bharat / bharat

କାଶ୍ମୀର ଟେନସନ: ସମସ୍ତ ରାଜ୍ୟରେ ହାଇଆଲର୍ଟ

author img

By

Published : Aug 5, 2019, 7:08 PM IST

Updated : Aug 5, 2019, 7:17 PM IST

ଧାରା 370 ଉଚ୍ଛେଦ ହେବାପରେ ଜମ୍ମୁ କାଶ୍ମୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ଦେଶରେ ସମଗ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ହାଇଆଲର୍ଟ ଜାରି କରାଯାଇଛି ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର । ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା 370 କୁ ଉଚ୍ଛେଦ କରିଛନ୍ତି । ଏହାଦ୍ବାରା ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇ କେନ୍ଦ୍ରଶାସିତ ରାଜ୍ୟରେ ପରିଣତ ହୋଇଛି । ତେବେ ଏହାକୁ ନେଇ ଜମ୍ମୁ-କଶ୍ମୀରରେ ଆଇନ୍‌ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ସ୍ଥିତି ସମୀକ୍ଷା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କାଶ୍ମୀର ଅଭିମୁଖେ ଗସ୍ତ କରିଛନ୍ତି ।

ସେପଟେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ରାଜ୍ୟମାନଙ୍କୁ ଅଧିକ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏକ ନିର୍ଦ୍ଦେଶନାମା ଜାରି କରି କୁହାଯାଇଛି, ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି। କେନ୍ଦ୍ର ମନ୍ତ୍ରିମଣ୍ଡଳ ସମଗ୍ର ଦେଶର ହିତରେ ଏବଂ ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ ଜମ୍ମୁ-କାଶ୍ମୀର ସମ୍ବନ୍ଧିତ କିଛି ମହତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଅସାମାଜିକ ବ୍ୟକ୍ତିଙ୍କୁ ଦେଶର କୌଣସି ସ୍ଥାନରେ ସୁରକ୍ଷା, ଶାନ୍ତି ଓ ଜନ ସଦଭାବର ମାହୋଲକୁ ଖରାପ କରିବାର ଅନୁମତି ଦିଅନ୍ତୁ ନାହିଁ ।

ତେବେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟର ଡିଜିପି ଓ ମୁଖ୍ୟ ଶାସନ ସଚିବମାନଙ୍କୁ ଆଲର୍ଟ କରାଯାଇଛି। ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ପୋଲିସ୍‌ ଫୋର୍ସ ମୁତୟନ କରିବାକୁ ଏଥିରେ କୁହାଯାଇଛି। ଏହା ସହିତ ସମସ୍ତ ରାଜ୍ୟ ସରକାରଙ୍କୁ ସେମାନଙ୍କ ରାଜ୍ୟରେ ରହୁଥିବା ଜମ୍ମୁ-କାଶ୍ମୀର ନିବାସୀ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ସୁରକ୍ଷା ଦେବାକୁ କୁହାଯାଇଛି । ଶାନ୍ତି ଭଙ୍ଗ ଏବଂ ହିଂସା ତଥା ସାମ୍ପ୍ରଦାୟିକ କୋହଳ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ମିଛ ଏବଂ ଗୁଜବ ପ୍ରଚାର କରୁଥିବା ମାଧ୍ୟମ ଉପରେ ମଧ୍ୟ ନଜର ରଖିବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Intro:Body:

BLANK

Conclusion:
Last Updated : Aug 5, 2019, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.