ETV Bharat / bharat

ଦିଲ୍ଲୀରେ ଆରମ୍ଭ ହେଲା ମେଟ୍ରୋ ସେବା, କ୍ୟାସଲେସ୍ ପେମେଣ୍ଟରେ ସମସ୍ୟା

author img

By

Published : Sep 7, 2020, 3:07 PM IST

କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଛି ଦିଲ୍ଲୀ ମେଟ୍ରୋ ସେବା । ତେବେ ଏତେ ଦିନ ପରେ ମେଟ୍ରୋ ଖୋଲିବା ପରେ ଲୋକେ ଖୁସି ଥିବା ସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖିନ ହେଉଛନ୍ତି ।

ଦିଲ୍ଲୀ ମେଟ୍ରୋ ସେବା
ଦିଲ୍ଲୀ ମେଟ୍ରୋ ସେବା

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟର ଆରମ୍ଭ ହୋଇଛି ଦିଲ୍ଲୀ ମେଟ୍ରୋ ସେବା । ତେବେ ଏତେ ଦିନ ପରେ ମେଟ୍ରୋ ଖୋଲିବା ପରେ ଲୋକେ ଖୁସି ଥିବା ସହ ଅନେକ ସମସ୍ୟାର ମଧ୍ୟ ସମ୍ମୁଖିନ ହେଉଛନ୍ତି । 5 ମାସ ପରେ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ ହୋଇଛି । ଏହି ସମୟରେ ଲୋକଙ୍କୁ ମେଟ୍ରୋ ସ୍ମାର୍ଟ କାର୍ଡ ଓ ସ୍ମାର୍ଟକାର୍ଡକୁ ରିଚାର୍ଜ କରିବାରେ ସମସ୍ୟା ଦେଖାଦେଇଛି । କ୍ୟାସଲେସ୍ ସିଷ୍ଟମ କାରଣରୁ ନେଟୱାର୍କ ସମସ୍ୟା ଦେଖାଦେଇଛି ।

ସେଣ୍ଟ୍ରାଲ୍ ସେକ୍ରେଟେରିଏଟ, ଚୌରୀ ବଜାର, ଚାନ୍ଦିନୀ ଚୌକ ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖିନ ହେବାକୁ ପଡିଛି । କାଶ୍ମୀର ଗେଟରୁ ସିକନ୍ଦରପୁର ଯାତ୍ରା କରୁଥିବା ମହମ୍ମଦ ମୋହସିନ୍ କହିଛନ୍ତି ଯେ, ତାଙ୍କୁ ସ୍ମାର୍ଟ କାର୍ଡ ରିଚାର୍ଜ କରିବାରେ ସମସ୍ୟା ଦେଖାଦେଇଥିଲା । ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟୋକନ ବ୍ୟବସ୍ଥା କରାଯାଇନାହିଁ । ଟିକେଟ ଭେଣ୍ଡିଂ ମେସିନରେ ଲୋକଙ୍କୁ କାର୍ଡ ରିଚାର୍ଜ କରିବାକୁ ପଡୁଛି ।

ଆଉ ଜଣେ ଯାତ୍ରୀ ପରଭେଜ ଅହମ୍ମଦ କହିଛନ୍ତି ଯେ, ପ୍ରଥମ ଦିନରେ ଭିଡ ନଥିଲେ ସୁଦ୍ଧା ନେଟୱାର୍କ ସମସ୍ୟା କାରଣରୁ ଟିକେଟ କରିବାରେ ବିଳମ୍ବ ଦେଖାଦେଇଥିଲା । ଆଉ ଜଣେ ଯାତ୍ରୀ କହିଛନ୍ତି ଯେ, ସମସ୍ତଙ୍କ ପାଖରେ ଇ-ୱାଲେଟ୍ କିମ୍ବା କାର୍ଡ ନାହିଁ, ସେମାନେ ନଗଦ ନେଇ କାମ କରନ୍ତି । ତେବେ ଯଦି ସମସ୍ତେ ଅନଲାଇନର ସୁବିଧା ନେବେ ତ ନେଟୱାର୍କ ସମସ୍ୟା ବୃଦ୍ଧି ପାଇବ ।

ପ୍ରକାଶଥାଉକି, ସାନିଟାଇଜ୍ ଓ ହାଇଜିନ୍ ସହ ସୋମବାର ମେଟ୍ରୋ ସେବା ଆରମ୍ଭ ହୋଇଛି । ଏହାସହ ଭିଡକୁ ମଧ୍ୟ ଦୃଷ୍ଟିରେ ରଖାଯାଇଛି । ପ୍ରଥମେ ସମୟପୁର ବଦଲି ଓ ହୁଡା ସିଟି ସେଣ୍ଟରକୁ ୟେଲୋ ଲାଇନରେ ମେଟ୍ରୋ ସେବା ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.