ETV Bharat / bharat

ସାଂସଦଙ୍କ ଆଚରଣ, ଜନପ୍ରତିନିଧିଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ: ଉପରାଷ୍ଟ୍ରପତି - parliament

ପ୍ରବଳ ହଟଗୋଳ ମଧ୍ୟରେ ସଂସଦର ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି । ଏହାରି ମଧ୍ୟରେ ସଂସଦରେ ଦେଖାଦେଉଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଅଧିକ ପଢନ୍ତୁ...

ସାଂସଦ ଅନ୍ୟ ଜନପ୍ରତିନିଧିଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ: ଉପରାଷ୍ଟ୍ରପତି

author img

By

Published : Feb 5, 2021, 10:32 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସୀମାରେ ଦୀର୍ଘ ଦିନରୁ ଜାରି ଚାଷୀ ଆନ୍ଦୋଳନର ଝଡ ଏବେ ସଂସଦରେ ଦେଖିବାକୁ ମିଳିଛି । ପ୍ରବଳ ହଟଗୋଳ ମଧ୍ୟରେ ସଂସଦର ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଛି । ଏହାରି ମଧ୍ୟରେ ସଂସଦରେ ଦେଖାଦେଉଥିବା ବିଶୃଙ୍ଖଳାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ତଥା ଦେଶର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।

ଉପରାଷ୍ଟ୍ରପତି କହିଛନ୍ତି, ସଂସଦର ସଦସ୍ୟମାନେ ଆଚରଣ ଏବଂ ସମାଲୋଚନାରେ ଅନ୍ୟ ଜନ ପ୍ରତିନିଧୀଙ୍କ ପାଇଁ ଆଦର୍ଶ ହେବା ଆବଶ୍ୟକ । ଆଜିକାଲି ବିତର୍କସ୍ତର ବେଳେବେଳେ ଦୁର୍ବଳ ହୋଇଯାଉଛି ଏବଂ ରାଜନେତାଙ୍କ, ବିଶେଷକରି ଜନ ପ୍ରତିନିଧୀଙ୍କ ଭାବନା ଲୋକଙ୍କ ଆଖିରେ କମିଯାଉଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଉପରାଷ୍ଟ୍ରପତି ।

ଥମୁନି ଚାଷୀ ଆନ୍ଦୋଳନ । ସଡକରୁ ସଂସଦ ଯାଏଁ ଅନୁଭୂତ ହେଉଛି ଆନ୍ଦୋଳନର ତାତି । ଗୋଟିଏ ପକ୍ଷେ ଦିଲ୍ଲୀ ସୀମାରେ ନିଜ ଦାବିକୁ ନେଇ ଅଟଳ ଚାଷୀଙ୍କ ଆନ୍ଦୋଳନରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଥିବା ବେଳେ ସଂସଦରେ ମଧ୍ୟ ଏହାକୁ ନେଇ ଜାରି ରହିଛି ମହାସଂଗ୍ରାମ ।

ଚାଷୀ ଆନ୍ଦୋଳନକୁ ନେଇ ବିରୋଧୀ ଚାଷୀଙ୍କ ଦାବି ଉପରେ ଚର୍ଚ୍ଚା ପରିବର୍ତ୍ତେ ନାରାବାଜି କରିବା ସହ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ହୋହାଲ୍ଲା କରୁଛନ୍ତି । ଏଥିପାଇଁ ବାରମ୍ବାର ଗୃହ କାର୍ଯ୍ୟରେ ସୃଷ୍ଟି ହେଉଛି ବାଧା । କେବଳ ରାଜ୍ୟସଭା ନୁହେଁ ଲୋକସଭାରେ ମଧ୍ୟ ବିରୋଧୀ ଚାଷୀ ଆନ୍ଦୋଳନକୁ ନେଇ ଜୋରଦାର ହଟଗୋଳ କରିଥିଲେ । ଏହାପରେ ସୋମବାର ଯାଏଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.