ଶ୍ରୀନଗର: ସାଧାରଣ ନିରାପତ୍ତା ଆଇନ(ପିଏସଏ)ଆକ୍ଟ ଅନୁଯାୟୀ ଜମ୍ମୁ-କାଶ୍ମୀରର ପୂର୍ବତମ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ତିନି ମାସ ବୃଦ୍ଧି କରାଯାଇଛି । ମେହବୁବାଙ୍କୁ ଗତ ବର୍ଷ ଅଗଷ୍ଟ 5 ରେ ଗୃହବନ୍ଦୀ କରି ରଖାଯାଇଥିଲା ।
କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରର ସ୍ବତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ, କାଶ୍ମୀର ଉପତ୍ୟକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି ସତର୍କତା ମୂଳକ ଏହି ପଦକ୍ଷେପ ଭାବେ ମେହେବୁବା, ଓମର ଓ ଫାରୁକ ଅବଦୁଲ୍ଲାଙ୍କ ସମେତ କାଶ୍ମୀରର କେତେକ ରାଜନୈତିକ ନେତାଙ୍କୁ ନଜରବନ୍ଦୀ ରଖାଯାଇଥିଲା ।
ମୁଫତିଙ୍କୁ ପ୍ରଥମେ ଗିରଫ କରି ଗୃହବନ୍ଦୀରେ ରଖାଯାଇଥିଲା । ଏହାପରେ ତାଙ୍କ ଉପରେ କଠୋର ଜନ ସୁରକ୍ଷା ଆଇନ (PSA) ଲାଗୁ କରାଯାଇଥିଲା । ସେ ପ୍ରଥମେ ଶ୍ରୀନଗରର ହରି ନିବାସ ଗେଷ୍ଟହାଉସରେ ରହିଥିଲା । ପରେ ତାଙ୍କୁ ଚାଶମା ଶଶି ଅଞ୍ଚଳର ପର୍ଯ୍ୟଟନ ବିଭାଗ ଏକ ହର୍ଟରେ ରଖାଯାଇଥିଲା । ଏହାପରେ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ତାଙ୍କୁ ଶ୍ରୀନଗରର ଟ୍ରାନ୍ସପୋର୍ଟ ୟାର୍ଡ ଲେନରେ ଥିବା ଏକ ସରକାରୀ କ୍ବାର୍ଟରରେ ରଖାଯାଇଛି ।
ଏହାପୂର୍ବରୁ ଓମାର ଅବଦୁଲ୍ଲାଙ୍କୁ ମାର୍ଚ୍ଚ ମାସରେ ସରକାର ଜନ ସୁରକ୍ଷା ଆଇନ (PSA) ପ୍ରତ୍ୟାହାର କରିବା ପରେ ମୁକ୍ତ କରାଯାଇଥିଲେ । ସେ ଦୀର୍ଘ 7 ମାସ ପରେ ଗୃହବନ୍ଦୀରୁ ମୁକୁଳିଥିଲେ ।