ETV Bharat / bharat

ଗଣମାଧ୍ୟମ ଦ୍ବାରା ଦିଆଯାଉଥିବା ମୁକ୍ତ ମନ୍ତବ୍ୟ କ୍ଷତିକାରକ: ଆଟର୍ଣ୍ଣି ଜେନେରାଲ

author img

By

Published : Oct 13, 2020, 5:59 PM IST

ଭାରତର ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗଣମାଧ୍ୟମ ଦ୍ବାରା ମୁକ୍ତ ଭାବରେ ମନ୍ତବ୍ୟ ଦିଆଯାଉଥିବା ଆଇନଗତ ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବା ଆବଶ୍ୟକ ।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ଆଟର୍ଣ୍ଣି ଜେନେରାଲ କେ.କେ ଭେନୁଗୋପାଲ ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଗଣମାଧ୍ୟମ ଦ୍ବାରା ମୁକ୍ତ ଭାବରେ ମନ୍ତବ୍ୟ ଦିଆଯାଉଥିବା ଆଇନଗତ ପ୍ରସଙ୍ଗକୁ ଅନୁଧ୍ୟାନ କରାଯିବା ଆବଶ୍ୟକ । କାରଣ ଏହା ଅନୁଷ୍ଠାନରେ ବ୍ୟାପକ କ୍ଷତି ଘଟାଉଛି।

ଜଷ୍ଟିସ୍ ଏଏମ୍ ଖାନୱିଲକର, ବିଆର ଗାଭାଇ ଏବଂ କୃଷ୍ଣ ମୁରାରୀଙ୍କୁ ନେଇ ଗଠିତ ଏକ ବେଞ୍ଚ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅବମାନନା ମାମଲାର ଶୁଣାଣି କରିଥିଲେ । 2009 ରେ ତେହେଲକାକୁ ଦେଇଥିବା ଏକ ସାକ୍ଷାତକାର ପରେ ଏହି ଅବମାନନା ମାମଲା କରାଯାଇଥିଲା ।

ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ ମନ୍ତବ୍ୟ ଦେଇଛନ୍ତି ଯେ ବିଚାରପତି ତଥା ଜନସାଧାରଣଙ୍କ ବିଚାରଧାରାକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ବିଚାରାଧୀନ ବିଷୟ ଉପରେ ଗଣମାଧ୍ୟମ ମୁକ୍ତ ଭାବରେ ମନ୍ତବ୍ୟ ଦେଉଛି, ଯାହା ଏକ ବଡ କ୍ଷତି ଘଟାଉଛି।

ସେ ରାଫେଲର ଏକ ଉଦାହରଣ ଦେଇ ମଧ୍ୟ ଏହା ଦର୍ଶାଇଥିଲେ ଯେ, କିପରି ମାମଲାର ଶୁଣାଣି ଦିନ ଏହା ଉପରେ ମନ୍ତବ୍ୟ ଦିଆଯାଉଥିଲା । ତେବେ ଏନେଇ ବୈଠକ କରାଯିବ ଓ ଆଇନଗତ ପ୍ରଶ୍ନଗୁଡିକ ଶୀର୍ଷ ଅଦାଲତାରେ ଯୁକ୍ତ କରାଯିବ । ଏହି ମାମଲାକୁ ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.