ଲକ୍ଷ୍ନୌ: ଦିଲ୍ଲୀରେ ହିଂସାକୁ ନେଇ ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀଙ୍କ କଡା ଟିପ୍ପଣୀ । ଦିଲ୍ଲୀର ହିଂସାକୁ 1984 ଶିଖ୍ ଦଙ୍ଗା ସହ ତୁଳନା କରିଛନ୍ତି ସେ । ଦିଲ୍ଲୀର ଏହି ହିଂସା ଦେଶକୁ ବିଚଳିତ କରିଦେଇଥିବା କଥା ସେ କହିଛନ୍ତି ।
ସଂସଦରେ କେନ୍ଦ୍ର ସରକାର ସମସ୍ତ କାମ ସ୍ଥଗିତ କରି ଏହି ମାମଲା ଉପରେ ବିସ୍ତୃତ ଆଲୋଚନା କରାଯାଉ ବୋଲି ସେ ଟ୍ବିଟ କରିଛନ୍ତି । ଜନତାଙ୍କ ପ୍ରଶ୍ନର ଉତ୍ତର ଦିଆଯାଉ ମାତ୍ର ଏପରି ନହେବା ଦୁଃଖର ବିଷୟ ବୋଲି ଟ୍ବିଟ କରି ଜଣାଇଛନ୍ତି ମାୟାବତୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ