ETV Bharat / bharat

ଆଜି ଦିଲ୍ଲୀ ପୋଲିସ ସାମ୍ନାରେ ହାଜର ହୋଇପାରନ୍ତି ମୌଲାନା ସାଦ୍ - tablghi jamat case

ତବଲିଗୀ ଜମାତର ମୁଖ୍ୟ ମୌଲାନା ସାଦ ଆଜି ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇପାରନ୍ତି । ମୌଲାନା ସାଦ ଦାବି କରିଛନ୍ତି ଯେ, ତାଙ୍କର କୋରୋନା ପରୀକ୍ଷା ନେଗେଟିଭ୍ ହୋଇଛି ଏବଂ ଆଜି ସେ ତାଙ୍କ ରିପୋର୍ଟକୁ କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ରଖିବେ।

maulana saad
ମୌଲାନା ସାଦ୍
author img

By

Published : Apr 27, 2020, 3:21 PM IST

ନୂଆଦିଲ୍ଲୀ: ତବଲିଗୀ ଜମାତର ମୁଖ୍ୟ ମୌଲାନା ସାଦ ଆଜି ଦିଲ୍ଲୀ ପୋଲିସ ନିକଟରେ ହାଜର ହୋଇପାରନ୍ତି । ମୌଲାନା ସାଦ ଦାବି କରିଛନ୍ତି ଯେ, ତାଙ୍କର କୋରୋନା ପରୀକ୍ଷା ନେଗେଟିଭ୍ ହୋଇଛି ଏବଂ ଆଜି ସେ ତାଙ୍କ ରିପୋର୍ଟକୁ କ୍ରାଇମ ବ୍ରାଞ୍ଚ ସମ୍ମୁଖରେ ରଖିବେ। ସେ କହିଛନ୍ତି ଯେ, କ୍ରାଇମ ବ୍ରାଞ୍ଚର ନିର୍ଦ୍ଦେଶରେ ମୁଁ କୋରୋନା ପରୀକ୍ଷା କରିଛି।

ତେବେ ପ୍ରଶ୍ନ ଉଠୁଛି ଯେ, ମୌଲାନା ଏତେ ଦିନ ହେବ ନିଖୋଜ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ କୋରୋନା ପରୀକ୍ଷା ରିପୋର୍ଟକୁ ନେଇ ଏତେ ଦ୍ବନ୍ଦ କାହିଁକି ରହିଛି ? ଯେ ପର୍ଯ୍ୟନ୍ତ ମୌଲାନାଙ୍କ ରିପୋର୍ଟକୁ ନେଇ ସ୍ପଷ୍ଟ ନହେବେ ସେ ପର୍ଯ୍ୟନ୍ତ ଦିଲ୍ଲୀ ପୋଲିସ ତାଙ୍କୁ ଗିରଫ ମଧ୍ୟ କରିପାରିବ ନାହିଁ ।

ଦିଲ୍ଲୀ ପୋଲିସ ମୌଲାନା ସାଦ ଉପରେ କଡା ନଜର ରଖିବା ସହ ପ୍ରସ୍ତୁତି ଆରମ୍ଭ କରିଛି। ଦିଲ୍ଲୀ ପୋଲିସ ହାତରେ ମୌଲାନା ସାଦର ଜନ୍ମକୁଣ୍ଡଳୀ ଲାଗିବା ପରେ ତାଙ୍କର ସମସ୍ତ ଠିକଣା, ପୁଅ, ସମ୍ପର୍କୀୟ ଏବଂ ଉତ୍ତରାଧିକାରୀଙ୍କ ଠିକଣା ରେକର୍ଡ କରାଯାଇଛି । ଦିଲ୍ଲୀ ପୋଲିସ ଫାଇଲରେ ମଧ୍ୟ ମୌଲାନାର ସମ୍ପର୍କୀୟ ଅବଦୁଲ ରହୀମ ଅଛନ୍ତି। ଅବଦୁଲ ରହୀମ ଜାକିରନାଗରରେ ରୁହନ୍ତି ।

ଅବଦୁଲ ରହୀମଙ୍କ ଘରେ ମୌଲାନା ଓ ତାଙ୍କ ପୁଅ ଆଶ୍ରୟ ନେଇଥିବା କୁହାଯାଉଛି । ମୌଲାନା ସାଦ ଆଜିଯାଏଁ କ୍ରାଇମବ୍ରାଞ୍ଚକୁ ନିଜ ଠିକଣା ଦେଇନାହିଁନ୍ତି । ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ କ୍ରମାଗତ ଭାବରେ ତବଲିଗୀ ଜାମାତର ମୁଖ୍ୟ ମୌଲାନା ସାଦଙ୍କୁ ଖୋଜୁଛି, କିନ୍ତୁ ସଫଳତା ମିଳିପାରି ନାହିଁ । କିନ୍ତୁ ମୌଲାନା ସାଦ କହିଥିଲେ କି ଦିଲ୍ଲୀ ପୋଲିସ ଜାଣିଛି ସେ କେଉଁଠି ଅଛନ୍ତି । କ୍ରାଇମବ୍ରାଞ୍ଚ ନୋଟିସ ବି ପଠାଇଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.