ETV Bharat / bharat

ମାତୃ ମୃତ୍ୟୁ ହାର ହ୍ରାସ ଭାରତ ପାଇଁ ବଡ ଆହ୍ବାନ - ମାତୃ-ମୃତ୍ୟୁ ହାରକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ  ଭାରତରେ ମାତୃ ଓ ଶିଶୁ କଲ୍ୟାଣ ବିଭାଗକୁ  ସତର୍କ ହେବାପାଇଁ ବିରାଟ ବଡ ଆହ୍ୱାନ ଦେଇଛି । ରିପୋର୍ଟରେ ଗର୍ଭାବସ୍ଥା ସମ୍ବନ୍ଧୀୟ ଜଟିଳତା, ଶିଶୁର ଜନ୍ମ ଓ ଜନ୍ମର 42 ଦିନ ପରେ ମାତୃ ବିୟୋଗ ସଂଖ୍ୟା ବଢିବା ସମସ୍ୟାକୁ ଗୁରୁତର ଭାବରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 17, 2019, 8:30 PM IST

Updated : Nov 17, 2019, 9:15 PM IST

ନୂଆଦିଲ୍ଲୀ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଭାରତର ମାତୃମୃତ୍ୟୁକୁ ନେଇ ରିପୋର୍ଟ ବେଶ ସମ୍ବେଦନଶୀଳ ଓ ଚିନ୍ତାଜନକ । ସମ୍ପ୍ରତି ଆମ ଦେଶରେ ମାତୃ ମୃତ୍ୟୁହାର ଯେଉଁ ଭଳି ଦୃତଗତିରେ ଅଗ୍ରଗତି କରୁଛି ତାହା ବିପଦଜ୍ଜନକ ବିପଦ ସଙ୍କେତ । ଦେଶରେ ଅଳ୍ପ ବୟସରେ ଗର୍ଭଧାରଣ, ରକ୍ତହୀନତା, ଅପପୃଷ୍ଟି , ଘରୋଇ ହିଂସା, ବାଲ୍ୟବିବାହ, ଶୈକ୍ଷିକ ଉପଲବ୍ଧି ଭଳି ସମସ୍ୟା ଫଳରେ ମାତୃମୃତ୍ୟୁ ହାର ବଢିବାର ମୁଖ୍ୟ କାରଣ ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଭାରତରେ ମାତୃ ଓ ଶିଶୁ କଲ୍ୟାଣ ବିଭାଗକୁ ସତର୍କ ହେବାପାଇଁ ବିରାଟ ବଡ ଆହ୍ୱାନ ଦେଇଛି । ରିପୋର୍ଟରେ ଗର୍ଭାବସ୍ଥା ସମ୍ବନ୍ଧୀୟ ଜଟିଳତା, ଶିଶୁର ଜନ୍ମ ଓ ଜନ୍ମର 42 ଦିନ ପରେ ମାତୃ ବିୟୋଗ ସଂଖ୍ୟା ବଢିବା ସମସ୍ୟାକୁ ଗୁରୁତର ଭାବରେ ଦର୍ଶାଯାଇଛି । ବର୍ଷ 2017ରେ ସମଗ୍ର ବିଶ୍ବରେ 2.95 ଲକ୍ଷ ମାତୃ ବିୟୋଗ ହୋଇଥିଲା । ଏହାସହ ସମଗ୍ର ଭାରତରେ 44ହଜାର ମହିଳା ଗର୍ଭାବସ୍ଥା ସମୟ ହେଉ ଅବା ପ୍ରସବ କିମ୍ବା ଶିଶୁ ଜନ୍ମ ତତ୍‌କ୍ଷଣାତ ମାତୃ ମୃତ୍ୟୁ ଘଟିଥାଏ । ମୋଟ ସଂଖ୍ୟାର ସବୁଠାରୁ ବଡ ଭାଗ ଅର୍ଥାତ 94 ପ୍ରତିଶତ ମାତୃ ମୃତ୍ୟୁ ଗରିବ ସମୁଦାୟରୁ ଆସିଥାଏ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ଏହିଭଳି ସାଂଘାତିକ ଘଟଣାରୁ ରକ୍ଷା ମିଳିବାର ଉପାୟ ରହିଛି । ଏହି ଭଳି ଅଲୋଡା ଓ ସଂଗୀନ ମାତୃମୃତ୍ୟୁ ହାରକୁ କମାଯାଇପାରିବ । ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ଓ ସ୍ବାସ୍ଥ୍ୟ ସେବା ପାଇଁ ଉପଲବ୍ଧ ସୁବିଧା ସୁଯୋଗ ପ୍ରତି ନାଗରିକଙ୍କ ପାଖରେ ନପହଞ୍ଚିବା ମାତୃ ମୃତ୍ୟୁ ହାର ବଢିବା ପଛର ମୁଖ୍ୟ କାରଣ । ଭାରତ ଠାରୁ ବିଶ୍ବର ଅନେକ ରାଷ୍ଟ୍ର ଏହି ସମସ୍ୟାରେ ପୀଡିତ । ସ୍ବାସ୍ଥ୍ୟସେବା ଭଳି ଗୁରୁତ୍ବପୂର୍ଣ୍ଣ ମୌଳିକ ସୁବିଧାରେ ଅବହେଳା ଓ ଆର୍ଥିକ ଭାବରେ ପଛୁଆ ରାଷ୍ଟ୍ର ସମୂହରେ ମଧ୍ୟ ମାତୃ ମୃତ୍ୟୁ ହାର ଭାରତ ଠାରୁ ଜଟିଳ ସ୍ଥିତିରେ ରହିଛି । ବର୍ଷ 2017 ରିପୋର୍ଟ ଅନୁସାରେ ବିକାଶଶୀଳ ରାଷ୍ଟ୍ରରେ ମାତୃ ମୃତ୍ୟୁ ହାରପ୍ରତି 1 ଲକ୍ଷରେ 462 ରହିଥିଲା । ସେହିବର୍ଷ ବିକଶିତ ରାଷ୍ଟ୍ରରେ ଏହି ସଂଖ୍ୟା ମାତ୍ର 11 ରହିଥିଲା । କମ୍‌ ଆୟ ଦେଶରେ ଏହି ସଂଖ୍ୟା 45 ରହିଥିଲା ବେଳେ ଶିଶୁ ଜନ୍ମ ପରେ ଜଣେ ମା'ଙ୍କ ମୃତ୍ୟୁ ହୋଇଥିଲା । ବିକଶିତ ଦେଶ ସମୂହରେ ଏହି ସଂଖ୍ୟା 5400ରେ ଗୋଟିଏ ଘଟଣା ସାମ୍ନାକୁ ଆସିଥିଲା ।

ମାତୃ ମୃତ୍ୟୁର ପ୍ରମୁଖ କାରଣ ଗୁଡିକ ହେଲା, ଦାରିଦ୍ର୍ୟ, ଅର୍ଥ ଓ ଶିକ୍ଷା ଅଭାବ, ଗର୍ଭାବସ୍ଥାରେ ଯତ୍ନ ଓ ଗର୍ଭପାତ ପରେ ଯତ୍ନର ଅଭାବ, ଅବାଞ୍ଛିତ ଗର୍ଭପାତ, ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତାର ଅଭାବ, ସଠିକ ସମୟରେ ଚିକିତ୍ସାର ଅଭାବ, ହସ୍ପିଟାଲରେ ସଠିକ ସମରେ ପହଞ୍ଚିନପାରିବା, ଘରୋଇ ଉପଚାର, ସାଂସ୍କୃତିକ ପ୍ରଥା ଓ ବିଶ୍ବାସରୁ ଦେଶରେ ମାତୃ ମୃତ୍ୟୁ ହାର ବଢିବାରେ ଲାଗିଛି । ଦେଶରେ ପାଖାପାଖି 75 ପ୍ରତିଶତ ମାତୃ ମୃତ୍ୟୁ ଶିଶୁର ଜନ୍ମ ପରେ ମାତ୍ରାଧିକ ରକ୍ତସ୍ରାବ ଓ ପ୍ରସବସମୟରେ ସଂକ୍ରମଣ କାରଣରୁ ହୋଇଥାଏ । ଗର୍ଭାବସ୍ଥା ସମୟରେ ରକ୍ତଚାପର ବୃଦ୍ଧିଓ ଅସୁରକ୍ଷିତ ଉପାୟରେ ଗର୍ଭପାତ କାରଣଗୁଡିକ ମଧ୍ୟରୁ ସବୁଠାରୁ ଗୁରୁତର କାରଣ । ଏତଦ୍‌ବ୍ୟତୀତ ମ୍ୟାଲେରିଆ ଜନିତ ଜ୍ବର, ଦୀର୍ଘଦିନ ଧରି ରୋଗ, ହୃଦରୋଗ, ମଧୁମେହ ମଧ୍ୟ ମାତୃ ମୃତ୍ୟୁ ପାଇଁ ଦାୟୀ । ଗର୍ଭବତୀ ମହିଳାଙ୍କୁ ହୃଦରୋଗ ସମ୍ବନ୍ଧରେ ଚିକିତ୍ସା ପାଇଁ ପରାମର୍ଶ ନେବାର ଆବଶ୍ୟକତା ରହିଛି । ପ୍ରତି ତିନି ଜଣ ମାତୃ ମୃତ୍ୟୁ ଘଟଣା ମଧ୍ୟରୁ ହୃଦରୋଗରେ ଜଣଙ୍କର ପ୍ରାଣ ଯାଇଥାଏ ବୋଲି ସୂଚନା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ କିଛି ଅଫ୍ରିକୀୟ ରାଷ୍ଟ୍ର ଓ ଦକ୍ଷିଣ ଏସୀୟ ଦେଶରେ ଉପଯୁକ୍ତ ଚିକିତ୍ସା ସୁବିଧାର ଅଭାବ କାରଣରୁ ହିଁ ମାତୃ ମୃତ୍ୟୁ ମାତ୍ରା ଅଧିକ ଭାବରେ ଦେଖାଦେଉଛି । ଏହା ବ୍ୟତୀରେକ ସଂଯୁକ୍ତ ରାଷ୍ଟ୍ର 2030 ସୁଦ୍ଧା ମାତୃ ମୃତ୍ୟୁ ଅନୁପାତ (ଏମଏମଆର)କୁ 70 ସଂଖ୍ୟା ପର୍ଯ୍ୟନ୍ତ ହ୍ରାସ କରିବା ପାଇଁ ସହମତି ଓ ଲକ୍ଷ୍ୟ ରଖିଥିବା କହିଛି । ଏଥିପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଶିଶୁ ଓ ମା' ସ୍ବାସ୍ଥ୍ୟ ପାଇଁ ପ୍ରାଥମିକ ଉଦ୍ଦେଶ୍ୟ ସହିତ, ବିଶ୍ବର ବିଭିନ୍ନ ରାଷ୍ଟ୍ର ମିଳିତ ଭାବରେ କାର୍ଯ୍ୟକ୍ରମ ଆରମ୍ଭ କରିବା ଲକ୍ଷ୍ୟ ରଖିଛି । ଏଥିରେ ମାତୃ ମୃତ୍ୟୁର କାରଣ ଓ ନିରାକରଣ ସମ୍ବନ୍ଧରେ ଏହି କାର୍ଯ୍ୟକ୍ରମ ବିସ୍ତାର ଭାବରେ ଆଲୋଚନା କରାଯିବ । ଏଥିରେ ସମଗ୍ର ବିଶ୍ବରୁ ବ୍ୟାପକ ଭାବରେ ପ୍ରତିକାର ସୂତ୍ରକୁ ଏକତ୍ରୀତ କରାଯିବା ସହ ପ୍ରଭାବୀ ଢଙ୍ଗରେ ସମାଧାନ ରାସ୍ତା ବିକଶିତ କରିବା ପାଇଁ ପ୍ରୟାସ କରାଯିବ ।

ସଦ୍ୟତମ ମାତୃ ମୃତ୍ୟୁ ହାର ରିପୋର୍ଟ ଭାରତ ପାଇଁ ଏକ ଉଲ୍ଲୋଖନୀୟ ସକାରାତ୍ମକ ପରିମାଣ ବୋଲି କୁହାଯାଇପାରେ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବିଗତ 30 ବର୍ଷରେ ଭାରତରେ ଏହି ସଂଖ୍ୟାରେ 77 ପ୍ରତିଶତ ହ୍ରାସ କରିଥିବା କାରଣରୁ ପ୍ରଶଂସାର ପାତ୍ର ସାଜିଛି । 1990ରେ ଭାରତରେ ପ୍ରତି 1 ଲକ୍ଷ ଜନ୍ମରେ ମାତୃ ମୃତ୍ୟୁ ଅନୁପାତ (ଏମଏମଆର) 556 ରହିଥିଲା । ବର୍ଷ 2017 ବେଳକୁ ଏହି ସଂଖ୍ୟା 130ରେ ପହଞ୍ଚିଛି । ଏହା ଭାରତ ପାଇଁ ଉଲ୍ଲେଖନୀୟ ସଫଳତା । ଏହାର ସମସ୍ତ ଶ୍ରେୟ ଦେଶରେ ସ୍ବାସ୍ଥ୍ୟ ସେବାର ଉନ୍ନତ୍ତତର ସୋପାନ । ଗର୍ଭବତୀ ତଥା ପ୍ରସୂତି ମା ପାଇଁ ଜନନୀ ସୁରକ୍ଷା, ମମତା ଯୋଜନା, ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ଵାରା ଗୋଷ୍ଠୀ ସ୍ତରରେ ଉତ୍ତମ ସ୍ୱାସ୍ଥ୍ୟ ସେବାକୁ ଦାୟିତ୍ଵ ବିକେନ୍ଦ୍ରିକରଣର ସଫଳ ରୂପାୟନକୁ ଶ୍ରେୟ ଦିଆଯାଇଛି ।

ବର୍ଷ 2005ରେ ହସ୍ପିଟାଲରେ ଶିଶୁ ଜନ୍ମ ରିପୋର୍ଟ ସମଗ୍ର ଦେଶରେ 18 ପ୍ରତିଶତ ରହିଥିଲା । କେନ୍ଦ୍ର ଓ ରାଜ୍ୟସରକାରଙ୍କ ପ୍ରୟାସ ଓ ଯୋଜନା ଫଳରେ ବର୍ଷ 2016ରେ ଏହା 52 ପ୍ରତିଶତରେ ପହଞ୍ଚିଛି । ଏହାସହ ସଂପ୍ରତି ଦେଶରେ କେନ୍ଦ୍ର ସରକାରଙ୍କ ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ , ଜନନୀ ସୁରକ୍ଷା ଯୋଜନା ସଫଳ ହେବାରେ ଲାଗିଛି । ଏହି ଯୋଜନା ଫଳରେ ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ, ମାଗଣା ଔଷଧ, ମାଗଣା ଖାଦ୍ୟ, ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ। ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ। ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ । ଏହାସହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପରିଚାଳିତ ସୁରକ୍ଷିତ ମାତୃତ୍ବ ଅଭିଯାନ ଯୋଜନା ମଧ୍ୟରେ ସଫଳ ଯୋଜନା ଭାବରେ ପରିଣତ ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଓ ଆକର୍ଷକ ନୀତିଗୁଡିକ କାରଣରୁ 75 ପ୍ରତିଶତ ଗ୍ରାମୀଣ ମହିଳା ଓ 89 ପ୍ରତିଶତ ଗର୍ଭବତୀ ମହିଳା ପ୍ରସବ ପାଇଁ ହସ୍ପିଟାଲ ଯିବା ପାଇଁ ଉତ୍ସାହିତ ରହୁଛନ୍ତି ।

ଉତ୍ତର ଭାରତ ତୁଳନାରେ ଦକ୍ଷିଣ ଭାରତର ରାଜ୍ୟ ଗୁଡିକରେ ମାତୃ ମୃତ୍ୟୁ ଅନୁପାତ କମ ରହିଛି । ନୀତି ଆୟୋଗ ପ୍ରଦତ୍ତ ସଂଖ୍ୟା ଅନୁସାରେ ପ୍ରତି 1ଲକ୍ଷ ଜୀବିତ ଜନ୍ମ ସଂଖ୍ୟାରେ ମୃତକଙ୍କ ସଂଖ୍ୟା ଦକ୍ଷିଣ ରାଜ୍ୟ ଗୁଡିକରେ 93 ଓ ଉତ୍ତର ଭାରତର 115 ପ୍ରତିଶତ ରହିଛି । 2014-16 ସୁଧା ଏହି ସଂଖ୍ୟ କ୍ରମଶଃ ହ୍ରାସ ପାଇ 77 ଓ 93ରେ ପହଞ୍ଚିଛି । ବର୍ଷ 2016 ସୁଧା ଏହି ଅନୁପାତ ଆନ୍ଧ୍ରପ୍ରଦେଶରେ 74, ତେଲେଙ୍ଗାନାରେ 81, ଆସମାରେ 237, ଉତ୍ତରପ୍ରଦେଶରେ 201, ରାଜସ୍ଥାନରେ 199 ଓ ବିହାରେ 165 ବୋଲି ଦର୍ଶାଯାଇଛି ।

ଦେଶରେ ଏତେ ସବୁ ଯୋଜନା ରହିଥିବା ବେଳେ ବିଶେଷଜ୍ଞଙ୍କ ଦ୍ବାରା ପ୍ରଦତ୍ତ ରିପୋର୍ଟ ଭାରତ ପାଇଁ ଏବେ ଜାଗ୍ରତ ହେବା ପାଇଁ ସମୟ ଆସିଥିବା କହିଛନ୍ତି । ସଂଯୁକ୍ତ ରାଷ୍ଟ୍ର ବିକାଶ ପାଇଁ ଉଦ୍ଦିଷ୍ଚ ମାନଦଣ୍ଡ ଠାରୁ ଦୂରରେ ପଡିଛି ଭାରତ । ବିଶ୍ବସ୍ତରରେ ମାତୃ ମୃତ୍ୟୁ ହାର 1990 ତୁଳନାରେ ଭାରତେ ଅଧାରୁ ଅଧିକ ହ୍ରାସ ପାଇଛି ସତ ମାତ୍ର ଆଶାନୁରୂପକ ଭାବରେ ଏଥିରେ ସୁଧାର ଆସିନଥିବା ଜଣାଯାଇଛି । ସବୁଠାରୁ ଚିନ୍ତଜନକ ଓ ଦୁଖଃଦ ଘଟଣା ଏହା ଯେ ନାଇଜେରିଆ ଓ ଭାରତରେ ମାତୃ ମୃତ୍ୟୁ ସଂଖ୍ୟା ବର୍ଷ 2015ରେ ବିଶ୍ବରେ ତୃତୀୟ ସର୍ବାଧିକ ରହିଥିଲା । ସେହିପରି 2017ରେ ସାରା ବିଶ୍ବରେ ପ୍ରସବ ସମୟରେ ମାତୃ ମୃତ୍ୟୁ ଦର 810 ରହିଥିଲା ବେଳେ କେବଳ ଭାରତରେ ଏହା 15ରୁ 20 ପ୍ରତିଶତ ରହିଥିଲା ।

ପ୍ରସବ ସମୟର ଓ ପ୍ରସବ ପରେ ବିଶେଷଜ୍ଞ, ଅଭିଜ୍ଞ ଚିକିତ୍ସକଙ୍କ ସାହାଯ୍ୟ ନେଲେ ଅନେକାଂଶରେ ମୃତ୍ୟୁ ଦର କମ କରାଯାଇପାରିବ । ଏହାସହ କେବଳ ପ୍ରଶିକ୍ଷିତ କର୍ମୀଙ୍କ ଦ୍ବାରା ପ୍ରସବ କରାଇନେବା ଉଚିତ୍‌। ଏହାସହ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଗର୍ଭଧାରଣ ମଧ୍ୟରେ ଅନ୍ତରାଣ ରଖିବା ପ୍ରତି ଧ୍ୟାନ ଦେବା ଓ ଗର୍ଭାବସ୍ଥା ସମୟରେ ଆବଶ୍ୟକୀୟ ଔଷଧର ଉପଯୋଗ କରିବା ନିତାନ୍ତ ଦରକାର । ନିରାପଦ ମାତୃତ୍ଵ ଓ ସୁସ୍ଥ ଶିଶୁ ପାଇଁ ଘରେ ପ୍ରସବ କରିବାରେ ସମସ୍ୟା ବିଷୟରେ ଲୋକଙ୍କୁ ସଚେତନା କରାଇବା ଆବଶ୍ୟକ ରହିଛି ।

sample description
Last Updated : Nov 17, 2019, 9:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.