ETV Bharat / bharat

ଜାଣନ୍ତୁ କିଏ ସମ୍ଭାଳୁଛି ଜୈଶ-ଇ-ମହମ୍ମଦର କାର୍ଯ୍ୟଭାର ? - ମାସୁଦ ଅଜହର ଅସୁସ୍ଥ

ଦେହ ଖରାପ ଯୋଗୁଁ ଜୈଶ-ଇ-ମହମ୍ମଦର କାର୍ଯ୍ୟଭାର ସମ୍ଭାଳିପାରୁନାହିଁ ମାସୁଦ ଅଜହର । ଫଳରେ ସଂଗଠନର ଦାୟିତ୍ବ ଏବେ ତା ଭାଇ ଅବଦୁଲ୍‌ ରଉଫ୍‌ ଅସଗର ତୁଲାଉଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଫାଇଲ ଫଟୋ
author img

By

Published : Sep 10, 2019, 3:14 PM IST

ହାଇଦ୍ରାବାଦ: ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହରକୁ ନେଇ ବିଭିନ୍ନ ଗଣାମାଧ୍ୟମରେ ଭିନ୍ନ ଭିନ୍ନ ଦାବି କରାଯାଉଛି । ଗତକାଲି ମାସୁଦକୁ ପାକିସ୍ତାନ ଜେଲରୁ ଗୁପ୍ତ ଭାବରେ ମୁକୁଳା ଯାଇଥିବା ଖବର ମିଳିଥିଲା । ସେ ଏବେ ରୋଗାଗ୍ରସ୍ତ ବୋଲି ମଧ୍ୟ କୁହାଯାଉଛି । ତେବେ ନିଜ ବେମାର ଯୋଗୁଁ ସେ ଜୈଶ-ଇ-ମହମ୍ମଦର କାର୍ଯ୍ୟଭାର ସମ୍ଭାଳିପାରୁନାହିଁ । ଫଳରେ ମାସୁଦର ଅନୁପସ୍ଥିତିରେ ସଂଗଠନର ଦାୟିତ୍ବ ଏବେ ତା ଭାଇ ଅବଦୁଲ୍‌ ରଉଫ୍‌ ଅସଗର ତୁଲାଉଥିବା କେତେକ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ମାସୁଦ୍‌ ଏବେ କିଡନୀ ରୋଗରେ ପୀଡ଼ିତ ଅଛି । ତେଣୁ ଅଧିକାଂଶ ସମୟ ସେ ପାକିସ୍ତାନର ବହାବଲପୁର ଥିବା ଜୈଶ୍‌ ମୁଖ୍ୟାଳୟ ମରକଜ୍‌ ସୁଭାନଲ୍ଲାହରେ ରହୁଛି । ବେମାର ଯୋଗୁଁ ନିଜ କାମର ଦେଖାସୁଣା ମଧ୍ୟ କରିପାରୁନାହିଁ ମାସୁଦ । ତେଣୁ ତା ଭାଇ ଅବଦୁଲ୍‌ ଏବେ ସବୁକିଛି ସମ୍ଭାଳୁଛି । ପାକିସ୍ତାନର ବହାବଲପୁରରେ ଜୈଶର ଏବେ 2 ଟି ପ୍ରମୁଖ ଠିକଣା ରହିଛି-ମରକଜ ଉସ୍‌ମାନ-ଓ-ଅଲ୍ଲୀ ଏବଂ ମରକଜ ସୁଭାନ ଅଲ୍ଲାହ । ତେବେ ଅବଦୁଲ୍‌ ଏଠାରେ ରହି ସମସ୍ତ ଅପରେଶନକୁ ନିୟନ୍ତ୍ରଣ କରୁଥିବା ରିପୋର୍ଟରେ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ମାସୁଦ ଅଜହରକୁ ପାକିସ୍ତାନ ଚଳିତ ବର୍ଷ ମାର୍ଚ୍ଚ ମାସରେ ଗିରଫ କରିଥିଲା । କିନ୍ତୁ ଗତକାଲି ତାକୁ ଗୁପ୍ତ ଭାବରେ ମୁକୁଳାଯାଇଥିବା କେତେକ ଗଣମାଧ୍ୟମ ଦାବି କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.