ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ପ୍ରାୟ 71.86 ଲକ୍ଷ ଟଙ୍କାର ବେଆଇନ ମାସ୍କ ଜବତ ହୋଇଛି । ପ୍ରାୟ 36 ହଜାର ମାସ୍କକୁ ବେଆଇନ ଭାବେ ଷ୍ଟକ୍ ରଖାଯାଇଥିଲା ।
ଏହାକୁ ନେଇ ପୋଲିସ ଅଧିକାରୀ କହିଛନ୍ତି ଯେ, ଏପ୍ରିଲ 13 ରେ ଭିରାରରୁ ଜବରଦଖଲ କରାଯାଇଥିଲା, ଯାହାଦ୍ବାରା ନାଗରାଜ ପିଲ୍ଲାଇ, ରୋହିତ କୋଥାରି ଏବଂ ମହମ୍ମଦ ଆଲାମ ନାମକ ତିନି ଜଣଙ୍କୁ ଗିରଫ କରାଯାଇଥିଲା’।
ପ୍ରକାଶଥାଉକି, ଏପ୍ରିଲ 13 ରେ ମଧ୍ୟ 51.34 ଲକ୍ଷ ଟଙ୍କା ମୂଲ୍ୟର 25,000 ମାସ୍କ ଜବତ କରାଯାଇଥିଲା। ବର୍ତ୍ତମାନ 36,000 ମାସ୍କ ଜବତ କରାଯାଇଛି, ଏସବୁ ବ୍ୟବହୃତ ମାସ୍କ ଓ ଏହାର ମୂଲ୍ୟ 71.86 ଲକ୍ଷ ଟଙ୍କା । ଏହାକୁ ପୁନଃ ବିକ୍ରି ପାଇଁ ରଖାଯାଇଥିଲା ।