ETV Bharat / bharat

ସହିଦ୍ ପତ୍ନୀଙ୍କ ଦେଶପ୍ରେମ, ହରିୟାଣା ପୋଲିସକୁ 1 ହଜାର ପିପିଇ ଦାନ - martyr-s-wife-nitika-dhoundiyal-donates-1000

କୋରୋନା ସହ ଲଢିବା ପାଇଁ ସହିଦଙ୍କ ପତ୍ନୀ ହରିୟାଣା ପୋଲିସ ହଜାରେ ପିପିଇ କିଟ୍ ଯୋଗାଇଛନ୍ତି। ସହିଦ୍ ପତ୍ନୀଙ୍କ ଏପରି କାର୍ଯ୍ୟକୁ ହରିୟାଣା ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅଧିକ ଖବର ପଢନ୍ତୁ...

army wife
ସହିଦ୍ ପତ୍ନୀଙ୍କ ଦେଶପ୍ରେମ, ହରିୟାଣା ପୋଲିସକୁ 1 ହଜାର ପିପିଇ ଦାନ
author img

By

Published : Apr 27, 2020, 12:53 PM IST

ଗୁରଗାଓଁ: ସହିଦ୍ ସ୍ବାମୀଙ୍କ ଠାରୁ ବଳିଗଲେ ତାଙ୍କ ପତ୍ନୀ। ସ୍ବାମୀ ଦେଶ ପାଇଁ ଲଢି ସହିଦ୍ ହୋଇଗଲେ ସତ ହେଲେ ପତ୍ନୀ ମନରୁ ଏ ଯାଏଁ ମରିନି ଦେଶ ପ୍ରେମର ବହ୍ନି। ଘଟଣାଟି ହେଉଛି ହରିୟାଣାର। ଭାରତ କୋରୋନା ଯୁଦ୍ଧ ଲଢୁଥିବା ବେଳେ ଜଣେ ସହିଦଙ୍କ ପତ୍ନୀ ହରିୟାଣା ପୋଲିସକୁ ହଜାରେଟି ପିପିଇ ଯୋଗାଇଛନ୍ତି।

ପୋଲିସ କର୍ମୀ ମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ଏହା ସହାୟକ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। କେବଳ ସେତିକି ନୁହେଁ ସେ ମାସ୍କ, ଗ୍ଲୋବସ ଇତ୍ୟାଦି ପୋଲିସ ପ୍ରଦାନ କରି କୋରୋନା ସହ ଲଢିବାକୁ ସାହସ ଦେଇଛନ୍ତି।

ତେବେ ସହିଦ୍ ମେଜର ବିଭୂତି ସଙ୍କରଙ୍କ ପତ୍ନୀ କୌଲଙ୍କ ଏପରି ମହାନ କାର୍ଯ୍ୟ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି ଯେ,'' ସ୍ବାମୀ ଦେହ ପାଇଁ ଲଢି ଜୀବନ ଦେଇଥିବା ବେଳେ ପତ୍ନୀ ଦେଶ ପାଇଁ ଲଢୁଥିବା ପୋଲିସଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି।''

ସୂଚନା ଥାଉକି, ଜାମ୍ମୁ କାଶ୍ମୀରର ପୁଲୱାମା ଆକ୍ରମଣ ସମୟରେ ଆତଙ୍କବାଦୀଙ୍କ ସହ ମୁକାବିଲା କରିବା ସମୟରେ ମେଜର ବିଭୁତି ଧୁଣ୍ଡିଆଲ ଶହୀଦ ହୋଇଥିଲେ। ପୁଲୱାମା ଜିଲ୍ଲାର ଜେଏମ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିବା ଚାରିଜଣ ସେନାଙ୍କ ମଧ୍ୟରେ ଡେରାଡୁନ ନିବାସୀ ମେଜର ଧୋଣ୍ଡିଆଲ ମଧ୍ୟ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.