ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବଢୁଥିବା କୋରୋନା ଭାଇରସ ମାମଲାରେ ଦିଲ୍ଲୀର ବ୍ୟବସାୟୀମାନେ ଭୟଭୀତ ଅଛନ୍ତି । ଏପରି ପରିସ୍ଥିତିରେ ଦିଲ୍ଲୀ ବଜାର ବନ୍ଦକୁ ନେଇ ଏକ ଅନଲାଇନ ସର୍ଭେ ମାଧ୍ୟମରେ ଦିଲ୍ଲୀର ଟ୍ରେଡର୍ସ ଆସୋସିଏସନ ଦିଲ୍ଲୀର କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT)ର ମତାମତ ଲୋଡିଛି । ସିଏଆଇଟିର ସର୍ବେକ୍ଷଣରେ, 2800 ବ୍ୟବସାୟୀ ସଙ୍ଗଠନକୁ ପ୍ରଶ୍ନ ପଚରାଯାଇଥିଲା, ସେଥିମଧ୍ୟରୁ 2610ଟି ଉତ୍ତର ମିଳିଛି ।
ସିଏଆଇଟି ସର୍ଭେ
99.4 ପ୍ରତିଶତ ବ୍ୟବସାୟୀ ବିଶ୍ବାସ କରନ୍ତି ଯେ, ଦିଲ୍ଲୀରେ କୋରୋନା ଦ୍ରୁତ ଗତିରେ ବ୍ୟାପିଛି ।
92.8 ପ୍ରତିଶତ ବ୍ୟବସାୟୀ ବିଶ୍ବାସ କରନ୍ତି ଯେ, ବଜାର ଖୋଲା ରହିଲେ କୋରୋନା ଆହୁରି ବିସ୍ତାର ହେବ ।
ସେହିପରି ଦିଲ୍ଲୀର କୋରୋନା ସଂକ୍ରମିତଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧା ପର୍ଯ୍ୟାପ୍ତ ନୁହେଁ ବୋଲି 92.7 ପ୍ରତିଶତ ବ୍ୟବସାୟୀ ବିଶ୍ୱାସ କରନ୍ତି ।
96.6 ପ୍ରତିଶତ ବ୍ୟବସାୟୀ ବଜାରରେ କୋରୋନା ବିସ୍ତାର ପାଇଁ ଚିନ୍ତିତ ଥିବା କହିଛନ୍ତି ।
କୋରୋନା କାରଣରୁ 88.1 ପ୍ରତିଶତ ବ୍ୟବସାୟୀ ବଜାର ବନ୍ଦ କରିବା ସପକ୍ଷରେ ଅଛନ୍ତି ।
ସିଏଆଇଟି ଏହାର ସର୍ଭେ ରିପୋର୍ଟକୁ ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ପଠାଇଛନ୍ତି । ଯାହାଫଳରେ ଦିଲ୍ଲୀର ବ୍ୟବସାୟୀଙ୍କ ଚିନ୍ତାକୁ ଗୁରୁତର ସହ ନିଆଯାଇ ଶୀଘ୍ର ଏହାର ସମାଧାନ ବାହାର କରାଯାଉ ।