ରାଞ୍ଚି: କୋରୋନା ସମୟରେ ବି ମାଓବାଦୀ ଜାରି ରଖିଛନ୍ତି ନିଜର ବର୍ବରତା । ଝାଡଖଣ୍ଡର ଗୁମଲା ଜିଲ୍ଲାରେ ସଡ଼କ ନିର୍ମାଣରେ ବ୍ୟବହୃତ ଗାଡି ଏବଂ ଯନ୍ତ୍ରପାତିକୁ ମାଓବାଦୀମାନେ ନିଆଁ ଲଗାଇ ଦେଇଛନ୍ତି ବୋଲି ପୋଲିସ ସୂଚନା ଦେଇଛି ।
ମାଓବାଦୀର ଏକ ଗୋଷ୍ଠୀ ନିର୍ମାଣାଧୀନ କମ୍ପାନୀର କ୍ୟାମ୍ପ ଅଫିସରେ ପାର୍କିଂ ହୋଇଥିବା ରୋଡ-ରୋଲର, ଟ୍ରାକ୍ଟର, ଏକ୍ସକାଭେଟର ଏବଂ ଏର୍ଥମୋଭିଂକୁ ନିଆଁ ଲଗାଇ ଦେଇ ପୋଡିଦେଇଛନ୍ତି । ଏହାର ସୂଚନା ଦେଇଛନ୍ତି ପୋଲିସ ଅଧୀକ୍ଷକ ଏଚ୍ ପି ଜନାର୍ଦ୍ଦନ । ରବିବାର ରାତିରେ ଲୋଭା-କାମମାନ ଗ୍ରାମରେ ଏହି ଘଟଣା ଘଟିଥିବା ସେ କହିଛନ୍ତି । ଘଟଣା ପରେ ଶ୍ରମିକମାନେ ପୋଲିସକୁ ଏହାର ଖବର ଜଣାଇବା ପରେ ଖୁବ୍ ଶୀଘ୍ର ଉକ୍ତ ଅଞ୍ଚଳରେ ପୋଲିସ ଚଢାଉ କରି ତଦନ୍ତ ଆରମ୍ଭ କରିଛି ।
@PTI