ETV Bharat / bharat

ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ପୋଡିଦେଲେ ରାସ୍ତା ନିର୍ମାଣରେ ନିୟୋଜିତ ରୋଲର - ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ

ତେଲେଙ୍ଗାନାର ଭାଦ୍ରାଦ୍ରି ଓ କୋଠାଗୁଡେମରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ମେସିନ ଗାଡିକୁ ଜାଳିଦେଇଛନ୍ତି ମାଓବାଦୀ । ଅଧିକ ପଢନ୍ତୁ...

ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ରାସ୍ତା ନିର୍ମାଣରେ ନିୟୋଜିତ ରୋଲରରେ ଲଗାଇଲେ ନିଆଁ

author img

By

Published : Jul 22, 2020, 9:19 PM IST

ହାଇଦ୍ରାବାଦ: ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ଭାଦ୍ରାଦ୍ରି ଓ କୋଠାଗୁଡେମରେ ଚାଲିଥିବା ରାସ୍ତା କାମରେ ନିୟୋଜିତ ମେସିନ ଗାଡିକୁ ଜାଳିଦେଇଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ଛତିଶଗଡ ସୀମାରୁ କିଛି ମାଓବାଦୀ ଆସି ତିପ୍ପାପୁରମ ଗାଁରେ ଗୋଟିଏ ଡ୍ରୋଜର ଓ ରୋଲରରେ ନିଆଁ ଲଗାଇ ଦେଇଥିଲେ । ଏମାନେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଭଦ୍ରାଦ୍ରି-କୋଠାଗୁଡେମ ଏସପି ସୁନୀଲ ଦତ୍ତ । ତେବେ ଏହି ମାଓବାଦୀଙ୍କୁ ଧରିବାକୁ ଅପରେସନ ଚଳାଇଛି ପୋଲିସ ।

ତେଲେଙ୍ଗାନାରେ ମାଓବାଦୀଙ୍କ ଲଙ୍କାକାଣ୍ଡ, ରାସ୍ତା ନିର୍ମାଣରେ ନିୟୋଜିତ ରୋଲରରେ ଲଗାଇଲେ ନିଆଁ

ଗତ ସପ୍ତାହରେ ସିପିଆଇର ତେଲେଙ୍ଗାନା ରାଜ୍ୟ କମିଟି ସଦସ୍ୟ ଭାସ୍କରର ନେତୃତ୍ବରେ 5 ସଦସ୍ୟ ବିଶିଷ୍ଟ ମାଓବାଦୀଙ୍କ ଦୁଇଟି ଗୋଷ୍ଠୀ ପୋଲିସ ସହ ଗୁଳିବିନିମୟ ସମୟରେ ଖସି ପଳାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.