ଶ୍ରୀନଗର: କୁପାୱାଡାରେ ଏକାଧିକ ପୋଲିସ ହେଲେ କ୍ବାରେଣ୍ଟିନ । ଜମ୍ମୁ କାଶ୍ମୀର କୁପାୱାଡାରେ ଜଣେ ପୋଲିସ ଅଫିସରଙ୍କ ପୁଅ ଗୁରୁବାର କୋରୋନା ପଜିଟିଭ ଚିହ୍ନଟ ହେବା ପରେ ବିଭାଗର ଏକାଧିକ ପୋଲିସ କର୍ମଚାରୀ କ୍ବାରେଣ୍ଟିନ ହୋଇଛନ୍ତି । ପୋଲିସ ସୂତ୍ରରୁ ପ୍ରକାଶ ଯେ ବୁଧବାର କେନ୍ଦ୍ରଶାସିତ ଅଞ୍ଚଳରେ କୋବିଡ-19 ପରୀକ୍ଷା କରିଥିବା 22 ଜଣଙ୍କ ମଧ୍ୟରୁ ଜଣେ ପୋଲିସର ସବ-ଇନ୍ସପେକ୍ଟର (ଏସଆଇ) ଙ୍କ ପୁଅ ଥିଲେ ।
ଅଧିକାରୀଙ୍କ ପୁଅ ପଜିଟିଭ ପରୀକ୍ଷା କରିବା ପରେ ପୋଲିସ ପରିବାରକୁ କ୍ବାରାଣ୍ଟାଇନ ରଖାଯାଇଥିଲା। ସେହିଭଳି ଅଧିକାରୀଙ୍କ ସହ ଯୋଗାଯୋଗରେ ଆସିଥିବା ଏକାଧିକ ପୋଲିସ କର୍ମଚାରୀଙ୍କୁ ମଧ୍ୟ କ୍ବାରାଣ୍ଟାଇନ ରଖାଯାଇଛି। ବର୍ତ୍ତମାନ ପରୀକ୍ଷାର ରିପୋର୍ଟ କୁ ଅପେକ୍ଷା କରାଯାଇଛି । ଯଦିଓ ବିଭାଗ ପକ୍ଷରୁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଇଛି । କିନ୍ତୁ ପରୀକ୍ଷା ରିପୋର୍ଟକୁ ନେଇ ଭବିଷ୍ୟତରେ କାର୍ଯ୍ୟନୁଷ୍ଠାନ ସ୍ଥିର ହେବ ।
ଅନ୍ୟପଟେ ଅତିତରେ ଅଧିକାରୀଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଉପରେ କଣ ପଦକ୍ଷେପ ନିଆଯିବ ଅଧିକାରୀଙ୍କ ପରିକ୍ଷା ରିପୋର୍ଟ ଆସିଲେ ତାହା ସ୍ଥିର ହେବା ବୋଲି ଜଣେ ଅଧିକାରୀ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜାମ୍ମୁକାଶ୍ମୀରରେ ପ୍ରାୟ 300 ଲୋକ କୋବିଡ-19 ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।
@IANS