ETV Bharat / bharat

ଏବେ 21 ଦିନ ବଦଳରେ ଗୋଟିଏ ଦିନରେ ହେବ କୈଳାସ ମାନସରୋବର ଯାତ୍ରା

ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାର ଧାର୍ଚୁଲା ଠାରୁ ଲିପୁଲେଖ ପର୍ଯ୍ୟନ୍ତ ଭାରତ 80 କିମିର ରାସ୍ତା ନିର୍ମାଣ କରିଛି । ଏହା ଦ୍ବାରା ସୀମାବର୍ତ୍ତି ଗାଁ ଲୋକଙ୍କ ଯାତାୟତ ସହ ବ୍ୟବସାୟରେ ମଧ୍ୟ ଅନେକ ସୁବିଧା ମିଳିବ । ଅଧିକ ପଢନ୍ତୁ...

author img

By

Published : May 27, 2020, 11:49 AM IST

ଏବେ 21 ଦିନ ବଦଳରେ ଗୋଟିଏ ଦିନରେ ହେବ କୈଳାସ ମାନସରୋବର ଯାତ୍ରା
ଏବେ 21 ଦିନ ବଦଳରେ ଗୋଟିଏ ଦିନରେ ହେବ କୈଳାସ ମାନସରୋବର ଯାତ୍ରା

ଡେରାଡୁନ: ଭାରତ-ନେପାଳ ସୀମାରେ ଲିପୁଲେଖ ଏବଂ କାଲାପାନୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାର ଧାର୍ଚୁଲା ଠାରୁ ଲିପୁଲେଖ ପର୍ଯ୍ୟନ୍ତ ଭାରତ 80 କିମିର ରାସ୍ତା ନିର୍ମାଣ କରିଛି । ଏହା ସହିତ କୈଳାସ ମାନସରୋବର ଯାତ୍ରା ଯାହା ପୂର୍ବରୁ 21 ଦିନରେ ଶେଷ ହେଉଥିଲା, ତାହା ବର୍ତ୍ତମାନ ମାତ୍ର ଗୋଟିଏ ଦିନରେ ଶେଷ ହେବ ।

ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିବାବେଳେ, ପଡୋଶୀ ଦେଶ ନେପାଳରେ କିନ୍ତୁ ଏହାକୁ ନେଇ ସମସ୍ୟା ଦେଖାଦେଇଛି । ଏହି ରାସ୍ତା ଭାରତୀୟ ସେନାର ଗତିବିଧିକୁ ଅତି ସହଜ କରିବ ।

କିଛି ଦିନ ପୂର୍ବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ବାରା ଏହି ରାସ୍ତା ଆରମ୍ଭ କରାଯାଇଥିଲା, ଯାହା ପରେ ବର୍ତ୍ତମାନ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସ୍ଥାନୀୟ ଲୋକ ଏନେଇ ବହୁତ ଖୁସି ଅଛନ୍ତି । କାରଣ ଏହି ରାସ୍ତା ସେମାନଙ୍କ ବ୍ୟବସାୟକୁ ସହଜ କରିବ ।

ଅନ୍ୟପକ୍ଷରେ, ଯେଉଁଭଳି ଭାବେ ନେପାଳ ଲିପୁଲେଖ ଏବଂ କାଲାପାନି ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଛି ଏହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଅଟେ । କାରଣ 1816ର ସୁଗୌଲି ଚୁକ୍ତି ସମୟରେ କାଳୀ ନଦୀକୁ ସୀମା ଭାବରେ ବିବେଚନା କରାଯାଉଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଜମି ବିବାଦକୁ ନେଇ କୌଣସି ସନ୍ଦେହ ନଥିଲା ।

କିନ୍ତୁ ଚୀନର ପ୍ରବର୍ତ୍ତନରେ ନେପାଳ ନିଜ ନକ୍ସାରେ ଭାରତୀୟ ଅଞ୍ଚଳର ସମସ୍ତ ସ୍ଥାନ ଦଖଲ କରିବା ସହ ଏହା ନିଜର ଜମି ବୋଲି କହିବା ଆରମ୍ଭ କରିଛି । ଏହି କାରଣରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.