ETV Bharat / bharat

ଆଜି ପାରିକରଙ୍କ ଶେଷକୃତ୍ୟ: ବିଜେପି ଅଫିସରେ ପାର୍ଥିବ ଶରୀର - Manohar dies

ପାରିକରଙ୍କ ଶେଷକୃତ୍ୟରେ ଅନେକ ରାଜନେତା ତଥା ବରିଷ୍ଠ ବିଜେପି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏଠାରେ ପହଞ୍ଚି ପାରିକରଙ୍କୁ ଶେଷ ସମ୍ମାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ମଧ୍ୟରେ ଗୋଆରେ ପହଞ୍ଚିବାର ସୂଚନା ରହିଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ୱିଟର@ଏଏନଆଇ
author img

By

Published : Mar 18, 2019, 1:29 PM IST

ପାଣାଜୀ: ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରବିବାର ପରଲୋକ ହୋଇଛି । ସାରା ଦେଶ ଏହି ଦୁଃଖଦ ଖବରରେ ମର୍ମାହତ ଥିବାବେଳେ ଆଜି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତେବେ ଏହା ପୂର୍ବରୁ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥିବ ଶରୀରକୁ ଗୋଆ ବିଜେପି ଅଫିସକୁ ଅଣାଯାଇଛି । ଆଜି ସକାଳେ ପାଣାଜୀ ସ୍ଥିତ ବିଜେପି ଅଫିସରେ ସାଧାରଣ ଜନତାଙ୍କ ପାଇଁ ପାରିକରଙ୍କ ମର ଶରୀରକୁ ରଖାଯାଇଛି ।

୬୩ ବର୍ଷ ବୟସରେ କର୍କଟ ରୋଗରେ ପୀଡିତ ଥିବା ପାରିକରଙ୍କର ଅବସ୍ଥା ଶନିବାର ରାତିରୁ ସଙ୍କଟାପନ୍ନ ହୋଇଥିଲା । ସେ ସନ୍ଧ୍ୟାରୁ ଲାଇଫ ସପୋର୍ଟିଂ ସିଷ୍ଟମରେ ଥିଲେ । ହେଲେ ଡାକ୍ତରଙ୍କର ସମସ୍ତ ଉଦ୍ୟମ ସତ୍ତ୍ବେ ରବିବାର ସନ୍ଧ୍ୟା ୬ଟା ୪୦ ମିନିଟ‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମେ ଟ୍ୱିଟ କରି ଦୁଃଖଦ ଖବର ଜଣାଇଥିଲେ । ପରେ ଅନ୍ୟ ନେତୃବୃନ୍ଦ ପାରିକରଙ୍କୁ ଦେଖା କରିବାକୁ ସେ ଚିକିତ୍ସାଧିନ ହସ୍ପିଟାଲରେ ପହଞ୍ଚିଥିଲେ ।

ତେବେ ଏହା ପୂର୍ବରୁ ସାଧାରଣ ଜନତାଙ୍କ ଶେଷ ଦର୍ଶନ ଉଦ୍ଦେଶ୍ୟରେ ତାଙ୍କ ପାର୍ଥିବ ଶରୀରକୁ ପାଣାଜୀ ସ୍ଥିତ ତାଙ୍କ ବାସଭବନରୁ ବିଜେପି ଅଫିସକୁ ଅଣାଯାଇଛି । ଏଠାରେ ହଜାର ହଜାର ସଂଖ୍ୟାରେ ଲୋକ ତାଙ୍କୁ ଶେଷ ସମ୍ମାନ ଦେଇଛନ୍ତି । ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ଲୋକେ ଦୁଃଖିତ ହୋଇପଡିଛନ୍ତି । ମନୋହର ଗୋଆ ମୁଖ୍ୟମନ୍ତ୍ରୀ ଭାବେ ବେଶ ଲୋକପ୍ରିୟ ଥିଲେ । ସେ 4 ଥର ଗୋଆ ମୁଖ୍ୟମନ୍ତ୍ରୀ ରହି ସାରିଛନ୍ତି ।

ପାରିକରଙ୍କ ଶେଷକୃତ୍ୟରେ ଅନେକ ରାଜନେତା ତଥା ବରିଷ୍ଠ ବିଜେପି ନେତୃବୃନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏଠାରେ ପହଞ୍ଚି ପାରିକରଙ୍କୁ ଶେଷ ସମ୍ମାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଅଳ୍ପ ସମୟ ମଧ୍ୟରେ ଗୋଆରେ ପହଞ୍ଚିବାର ସୂଚନା ରହିଛି । ପାରିକରଙ୍କ ପାଇଁ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆଜି ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ।

ସ୍ଲଗ :-ଭାରତୀୟ କମ୍ୟୁନିଷ୍ଟ ପାର୍ଟି  ରେଡ୍‌ଷ୍ଟାର  ପକ୍ଷରୁ  ଲୋକସଭା ଓ ବିଧାନସଭା ପାର୍ଥୀ ତାଲିକା ଘୋଷଣା

ରିପୋର୍ଟର: ସମୀର ଆଚାର୍ଯ୍ୟ,

ଫମାର୍ଟ  : ଏଭିଓ+ବାଇଟ୍,

ସ୍ଥାନ       :   ବ୍ରହ୍ମପୁର,

ତାରିଖ    :୧୬-୦୩-୧୯. :-(ଭିଜୁଆଲ Major ରେ ଯାଇଛି.)

 (ଆଙ୍କର):-ଆଗାମୀ ସାଧାରଣ ନିର୍ବାଚନ ପାଇଁ  ଭାରତୀୟ କମ୍ୟୁନିଷ୍ଟ ପାର୍ଟି  ରେଡ୍‌ଷ୍ଟାର   ପକ୍ଷରୁ ଘୋଷଣା କରାଯାଇଛି ଲୋକସଭା ଓ ବିଧାନ ସଭା ପାର୍ଥି ତାଲିକା । ଆସିକା ଲୋକସଭା ଆସନ୍ନ ପାଇଁ ଶଙ୍କର ସାହୁ, କନ୍ଧମାଳ ପାଇଁ ଟୁନା ମଲ୍ଲିକ,କୋରାପୁଟ-ରାଜେନ୍ଦ୍ର କେଣ୍ଡ୍ରୁକା,ଭୁବନେଶ୍ୱର- ପ୍ରମିଳା ବେହେରା,ପୁରୀ-ରଞ୍ଜନ ମିଶ୍ର ଙ୍କ ନାମ ଘୋଷଣା ହୋଇଥିବା ବେଳେ  ବିଧାନସଭା ମଧ୍ୟରୁ  ଭଞ୍ଜନଗରୁ -ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଲକ୍ଷ୍ମୀପୁର-ପୂର୍ଣ୍ଣ ମାଣ୍ଡିଙ୍ଗି, ଭୁବନେଶ୍ୱର ଉତ୍ତର-ରାଜେନ୍ଦ୍ର ପ୍ରସାଦ ବାରିକ ପ୍ରାର୍ଥୀ ହେବେ । ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି

 ଯେ  ଦେଶ ଓ ରାଜ୍ୟ ରେ ଆର୍ଥିକ ସାମାଜିକ ଓ ରାଜନୈତିକ ସ୍ଥିତି ସମୂର୍ଣ୍ଣ ଭୁଷୁଡି ପଡିଛି  । ଅଛେ ଦିନ ସ୍ୱଚ୍ଛ ଓ ନିର୍ମଳ ଶାସନର ସ୍ୱପ୍ନ ଦେଖାଇ କ୍ଷମତାସୀନ ହୋଇଥିବା କେନ୍ଦ୍ରର ବିଜେପି ସରକାର ଓ ୧୯ ବର୍ଷ ଧରି ରାଜ୍ୟ ରେ ଚାଲୁଥିବା ନବୀନ ସରକାର ଜନସାଧାରଣଙ୍କ ଜୀବନ ଓ ଜୀବିକାକୁ  ଦୁର୍ବିଶହ କରିଚାଲିଛନ୍ତି । ଲୋକଙ୍କୁ ରୋଜଗାର,ଶିକ୍ଷା ଓ ସ୍ୱାସ୍ଥ ଭଳି ମୋଳିକ ସେବା ଯୋଗାଇବାରେ ସମୂର୍ଣ୍ଣ ବିଫଳ ହୋଇଛନ୍ତି ।  ଛାତ୍ର,ଯୁବକ,ମହିଳା,କୃଷକ,ଶ୍ରମିକ,ଆଦିବାସୀ ଦଳିତ ଓ ସଂଖ୍ୟାଲଘୁଙ୍କୁ ଅଣଦେଖା କରି ମିଛପ୍ରତିଶ୍ରୁତି ଦେଇ ଭୁଆଁ ବୁଲାଉଛନ୍ତି । ସାରାଦେଶରେ ୫୦ ରୁ ଉର୍ଦ୍ଧ ଲୋକସଭା ପାର୍ଥି  ଦିଆଯାଇ କର୍ପୋରେଟ,ହିନ୍ଦୁତ୍ୱ,ଫାସିବାଦୀ ବିଜେପି କୁ ପରାସ୍ତ କରି ଜନ ବିରୋଧୀ ବିଜେଡି,କଂଗ୍ରେସ ଓ ସେମାନଙ୍କର ସହଯୋଗୀଙ୍କୁ ପରାସ୍ତ କରି ଏକ ଜନ ବିକଳ୍ପ ଗଢିତୋଳିବାକୁ ସି.ପି.ଆ.ଇ ଏମ୍‌-ଏଲ ରେଡଷ୍ଟାର ପ୍ରାର୍ଥିଙ୍କୁ ବିପୁଳ ପରିମାଣ ରେ ଭୋଟଦେଇ ଜୟଯୁକ୍ତ କରିବା ପାଇଁ ଆହ୍ୱାନ କରାଯାଇଛି ।

ବାଇଟ-ଶିବରାମ(ରାଜ୍ୟ ସ°ପାଦକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.