ETV Bharat / bharat

ଓଜନ ହ୍ରାସ ଓ ବୃଦ୍ଧିର କାରଣ ‘ଆମ୍ବ’ - ଓଜନ ବୃଦ୍ଧିରେ ସାହାଯ୍ୟ କରେ ଆମ୍ବ

ଆମେ ଖାଉଥିବା ଫଳ ମଧ୍ୟରେ କିଛି ଫଳ ଓଜନ ବୃଦ୍ଧିରେ ସାହାଯ୍ୟ କରେ ଆଉ କିଛି ହ୍ରାସରେ । ହେଲେ ଆମ୍ବ ଏପରି ଏକ ଫଳ ଯାହା ପାଖରେ ଉଭୟ ଗୁଣ ଅଛି । ଅଧିକ ପଢନ୍ତୁ..

ଓଜନ ହ୍ରାସ ଓ ବୃଦ୍ଧିର କାରଣ ଆମ୍ବ
ଓଜନ ହ୍ରାସ ଓ ବୃଦ୍ଧିର କାରଣ ଆମ୍ବ
author img

By

Published : May 13, 2020, 1:13 PM IST

ହାଇଦ୍ରାବାଦ: ଫଳଙ୍କ ରାଜା ଆମ୍ବ ସମସ୍ତଙ୍କ ପ୍ରିୟ । ପାଚିଲା ହେଉ ଅବା କଞ୍ଚା ସମସ୍ତେ ଏହାକୁ ଖାଇବାକୁ ଭଲ ପାଆନ୍ତି । ଯେଉଁ ଦେଶରେ ଆମ୍ବକୁ ପ୍ରଧାନମନ୍ତ୍ରୀଙ୍କଠାରୁ ଜନତା ସମସ୍ତେ ଭଲ ପାଆନ୍ତି ସେଠାରେ ଏହାର ଜାତୀୟ ଫଳ ପାଲଟିବା ସ୍ବାଭାବିକ।

ପ୍ରଥମେ 3000 ବର୍ଷ ପୂର୍ବେ ଏହାର ଚାଷ କରାଯାଇଥିବା ଇତିହାସ କହେ । ଏବେ ତ ଖରାଦିନ ଆସିଲାଣି । ସମସ୍ତଙ୍କ ଘରେ ଆମ୍ବ ଖାଇବା ନିଶ୍ଚୟ ଚାଲିଥିବ । ତେବେ ଏହି ଅବସରରେ ଆମେ ଏକ ଉପାଦେୟ ଟିପ୍ସ ଜଣାଇବୁ ଯାହା ଖୁବ୍ କମ ଲୋକ ଜାଣିଥିବେ । ଆମେ ଖାଉଥିବା ଫଳ ମଧ୍ୟରେ କିଛି ଫଳ ଓଜନ ବୃଦ୍ଧିରେ ସାହାଯ୍ୟ କରେ ଆଉ କିଛି ହ୍ରାସରେ । ହେଲେ ଆମ୍ବ ଏପରି ଏକ ଫଳ ଯାହା ପାଖରେ ଉଭୟ ଗୁଣ ଅଛି ।

ଆମ୍ବ ଓଜନ ବୃଦ୍ଧିର କାରଣ

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ଆମ୍ବରେ ଓଜନ ବଢାଇବାର କୌଣସି ସିଧାସଳଖ ଗୁଣ ନାହିଁ । ଏଥିରେ କୋଲେଷ୍ଟ୍ରଲ ଆଦୌ ନାହିଁ । ଏହାସହ ଆମ୍ବ ଲବଣମୁକ୍ତ ମଧ୍ୟ । ଖରାଦିନେ ଶରୀରକୁ ଅଧିକ ଜଳ ଓ ପ୍ରୋଟିନର ଆବଶ୍ୟକ ଅଛି ଯାହା ଆମ୍ବରୁ ଯଥେଷ୍ଟ ପରିମାଣରେ ମିଳିଥାଏ । ତେବେ ଏହାକୁ ଅତ୍ୟଧିକ ପରିମାଣରେ ଖାଇଲେ ଓଜନ ବଢିବା ନିଶ୍ଚିତ । କୌଣସି ଖାଦ୍ୟର ଅତ୍ୟଧିକ ଦେହ ପାଇଁ ହିତ ନୁହେଁ । ଆମ୍ବ ଏଥିରୁ ବାଦ ପଡିନାହିଁ । ସେହିପରି ଏଥିରେ ପ୍ରାକୃତିକ ଭାବେ ମିଠା ଅଧିକ ଥାଏ । ତେଣୁ ଏହାକୁ ସବୁବେଳେ ଖାଇବା ଦ୍ବାରା ଶରୀରରେ ସୁଗାରର ମାତ୍ରା ବଢିପାରେ । ପ୍ରତିଦିନ ଅଧିକ ନଖାଇ ସଠିକ୍ ମାତ୍ରାରେ ଖାଇଲେ କୌଣସି ସମସ୍ୟା ହେବ ନାହିଁ ।

ଆମ୍ବରେ ଭିଟାମିନ୍ ସି, ଭିଟାମିନ୍ ଏ, ଆଇରନ, କପର, ପଟ୍ଟାସିୟମ ଅଧିକ ପରିମାଣରେ ଥାଏ । ଶରୀର ପାଇଁ ଏସବୁ ଦରକାରୀ । ତେବେ କ୍ୟାଲୋରୀ ବଢାଇବାରେ ଏସବୁ ସାହାଯ୍ୟ କରେ । ଏହିସବୁ ପ୍ରୋଟିନ ଅଧିକ ହେଲେ ଶରୀରରେ କ୍ୟାଲୋରୀ ବଢିଥାଏ । ସେହିପରି ଡାଇବେଟିସ ଓ କୋଲୋଷ୍ଟ୍ରୋଲ ରୋଗୀ ଏହା ସାମାନ୍ୟ ପରିମାଣର ଖାଇବା ଉଚିତ ।

ଆମ୍ବ ଓଜନ ହ୍ରାସର କାରଣ

ଆମ୍ବକୁ ନିଜ ଡାଏଟ୍ ପ୍ଲାନରେ ସାମିଲ କରନ୍ତୁ । ଏହା ଫ୍ୟାଟ୍ ଫ୍ରି କିନ୍ତୁ ଏଥିରେ ସୁଗାର ଅଧିକ ଥାଏ । ତେଣୁ କେବଳ ଏହା ଉପରେ ନିର୍ଭର କଲେ ଡାଏଟ୍ ଠିକ ହେବ ନାହିଁ । ବ୍ରେକଫାଷ୍ଟ କିମ୍ବା ସନ୍ଧ୍ୟା ସମୟରେ ଆମ୍ବ ଜୁସ ବ୍ୟବହାର କରନ୍ତୁ । ଏଥିରେ ଫିବ୍ରେ ଅଧିକ ପରିମାଣରେ ଥାଏ । ଏହା ଶରୀରକୁ ଶକ୍ତି ଦେବା ସହ ସ୍ବାସ୍ଥ୍ୟ ନିୟନ୍ତ୍ରଣରେ ରଖିବ । ୱାର୍କଆଉଟ ପୂର୍ବରୁ ଆମ୍ବ ଖାଆନ୍ତୁ । ଏହା ଶକ୍ତି ଓ କ୍ୟାଲୋରୀ ଯୋଗାଇଥାଏ । ଏଥିରେ କେବେ ହେଲେ ଅଧିକ ଚିନି ଦିଅନ୍ତୁ ନାହିଁ । କାରଣ ଏହା ମୂଳରୁ ମିଠା ଏବଂ ଅତ୍ୟଧିକ ସୁଗାର ଶରୀର ପାଇଁ କ୍ଷତିକାରକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.