ETV Bharat / bharat

ପୂରା ହେଲା ବିଶ୍ବ ଭ୍ରମଣ ସ୍ବପ୍ନ - ମୁମ୍ବାଇ

ଚ୍ୟାଲେଞ୍ଜିଙ୍ଗ ଥିଲା ଯାତ୍ରା। ହେଲେ କେବେ ପଛକୁ ଫେରି ଚାହିଁ ନଥିଲେ ସେ । ସ୍ବପ୍ମ ପୂରା କରିବା ଆଶାରେ ମାଡି ଚାଲିଥୁିଲେ ଆଗକୁ ଆଗକୁ। ଆର୍ଥିକ ଅକ୍ଷମତା ତାଙ୍କୁ ଅଟକାଇ ପାରିନଥିଲା। ଆଉ ଶେଷରେ ସେ ସଫଳ ହୋଇଥିଲେ । ଆଉ ବିଶ୍ବ ଭ୍ରମଣର ସ୍ବପ୍ମ ପୂରଣ ହୋଇଥିଲା । ସେ ହେଉଛନ୍ତି ମହାରାଷ୍ଟ୍ରର ଏକ ମଧ୍ୟବିତ ପରିବାରରେ ଜନ୍ମ ନେଇଥିବା ବିଷ୍ଣୁଦାସ ଚାମକେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Mar 23, 2019, 2:27 PM IST

ମୁମ୍ବାଇ: ଚ୍ୟାଲେଞ୍ଜିଂଜର୍ଣ୍ଣି ପୂରା କରି 3 ବର୍ଷ ପରେ ଘରକୁ ଫେରିଛନ୍ତି ମହାରାଷ୍ଟ୍ରର ଏହି ବ୍ୟକ୍ତି। ତେବେ ଏତେ ବର୍ଷ ପରେ ତାଙ୍କୁ ଦେଖିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ମୁମ୍ବାଇର ବିଷ୍ଣୁଦାସ ଚାମକେ ନିଜର ସ୍ବପ୍ନ ପୂରଣ କରିବା ପାଇଁ 3 ବର୍ଷ ତଳେ ଘରୁ ବାହାରି ଯାଇଥିଲେ ବିଶ୍ବ ଭ୍ରମଣରେ ।

ବିଷ୍ଣୁ 3 ବର୍ଷ ଭିତରେ 34ଟି ଦେଶ ଏବଂ 4ଟି ମହାଦ୍ବୀପ ଭ୍ରମଣ କରିଛନ୍ତି । ବିଷ୍ଣୁଦାସଙ୍କ ପିତା ଜଣେ ଚାଷୀ। ଆର୍ଥିକ ଭାବେ ତାଙ୍କ ପରିବାର ସ୍ବଚ୍ଛଳ ନୁହେଁ। କିନ୍ତୁ ସେ ତାଙ୍କ ସ୍ବପ୍ନକୁ ସେ ପୂରା କରିବା ପାଇଁ ସ୍ଥିର କରିଥିଲେ। ଆଉ ଆର୍ଥିକ ଅକ୍ଷମତା ତାଙ୍କୁ ଅଟକାଇ ପାରିନଥିଲା।

କିଛି ଟଙ୍କା ଯୋଗାଡ କରିଥିଲେ ବିଷ୍ଣୁ । ହେଲେ ସେତିକି ଟଙ୍କା ଯଥେଷ୍ଟ ନଥିଲା । ତେଣୁ ଘର କିଣିବା ପାଇଁ ରଖିଥିବା ଟଙ୍କାରେ ସେ ଆରମ୍ଭ କରିଥିଲେ ତାଙ୍କର ଜର୍ଣ୍ଣି। ସବୁ ଦେଶରେ ସେ ଗଛ ଲଗାଇ ତାଙ୍କର ଛାପ ଛାଡିଆସିଛନ୍ତି । ଏହି ଜର୍ଣ୍ଣିରେ ଅନେକ ବାଧା ବିଘ୍ନ ଦେଖାଦେଇଛି ସତ ହେଲେ ସବୁ ବାଧାକୁ ସାମନା କରି ଆଗକୁ ଯାଇଛନ୍ତି ଏବଂ ତାଙ୍କ ସ୍ବପ୍ନ ପୂରଣ କରିଥିବା ସେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.