ETV Bharat / bharat

ଜେଜେ ବାପାଙ୍କ କବର ଦେବାକୁ ଯାଇ ଟଳିପଡିଲେ ନାତି - ଫତେପୁରରେ ଜେଜେ ବାପାଙ୍କ କବର ଦେବାକୁ ଯାଇ ଟଳିପଡିଲେ ନାତି

ମୁଜାଫରପୁରରେ ଜେଜେ ବାପାଙ୍କ କବକର ଖୋଳିବା ବେଳେ ଗଲା ନାତିର ଜୀବନ । ଜେଜେଙ୍କ ସଲଗ୍ନ କବରରେ ଦିଆଗଲା ନାତିଙ୍କୁ କବର ।

Man dies while digging grandfather's grave
ଜେଜେ ବାପାଙ୍କ କବର ଦେବାକୁ ଯାଇ ଟଳିପଡିଲେ ନାତି
author img

By

Published : Apr 27, 2020, 4:15 PM IST

ଲକ୍ଷ୍ନୌ: ୟୁପି ମୁଜାଫରପୁରରେ ଘଟିଛି ଅଭାବନୀୟ ଘଟଣା । ଜେଜେ ବାପାଙ୍କ କବର ଖୋଳିବା ବେଳେ ଗଲା ନାତିର ଜୀବନ । ପରେ ଉଭୟଙ୍କୁ ସଂଲଗ୍ନ କବରରେ ଦିଆଯାଇଥିଲା କବର । ମୁଜାଫରପୁରରେ ଜଣେ 42 ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ଜେଜେ ବାପାଙ୍କ କବର ଖୋଳିବା ସମୟରେ ହୃଦଘାତରେ ଆକ୍ରାନ୍ତ ହୋଇ କିଛି ମିନିଟ ମଧ୍ୟରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଖବର ମୁତାବକ ଦୁଇ ଦିନ ପୂର୍ବେ ମୁଜାଫରନଗରର ଜନସାଥ ଅଞ୍ଚଳରେ ଘଟିଥିଲା ​​ଏହି ଦୁଖଃଦ ଘଟଣା । ଯେଉଁଥିରେ 80 ବର୍ଷିୟ ମହମ୍ମଦ ୟୁସୁଫ ବୃଦ୍ଧାବସ୍ଥା ହେତୁ ମୃତ୍ୟୁ ବରଣ କରିଥିଲେ।

ତାଙ୍କ ନାତି ସଲିମ କିଛି ବନ୍ଧୁଙ୍କ ସହ ସମାଧି ପାଇଁ କବର ଖୋଳୁଥିବା ବେଳେ ତାର ଛାତିରେ ତୀବ୍ର ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ତଳେ ପଡିବା ପୂର୍ବରୁ ସେ ନିଜ ସାଙ୍ଗମାନଙ୍କୁ ଅନ୍ୟ କବର ଖୋଳିବାକୁ କହିଥିଲେ। ସେହି ସମୟରେ ତାଙ୍କୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନିଆଯାଇଥିବା ବେଳେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ପରେ ତାଙ୍କ ଜେଜେବାପାଙ୍କ କବର ପାଖରେ ତାଙ୍କୁ କବର ଦିଆଯାଇଥିଲା।

ସଲିମଙ୍କ ସମ୍ପର୍କୀୟ ବାବର ଅହମ୍ମଦ କହିବା ମୁତବକ ବୋଧହୁଏ ସେ ନିଜକୁ ଭଲ ଅନୁଭବ କରୁନଥିଲେ ଏବଂ ସେଥିପାଇଁ ସେ ଆମକୁ ଅନ୍ୟ କବର ଖୋଳିବାକୁ କହିଥିଲେ। ଆମେ କଦାପି କଳ୍ପନା କରିପାରୁନାହୁଁ ଯେ ପ୍ରକୃତରେ ତାଙ୍କ ପାଇଁ ଅନ୍ୟ କବର ଖୋଳିବୁ? ସେ ଜଣେ ଯୁବକ ଏବଂ ସୁସ୍ଥ ବ୍ୟକ୍ତି ଥିଲେ। ମୃତ ସଲିମ ଜଣେ ଫଳ ବିକ୍ରେତା ଥିଲେ ଏବଂ ତାଙ୍କର ପାଞ୍ଚ ପିଲା ଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.