କୋଲକାତା: ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟ୍ରାର(NRC) କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଘୋର ବିରୋଧ କରିଛନ୍ତି । ଏନେଇ ଏହାକୁ ବିରୋଧ କରି ମମତା ଆଜି ଏକ ବିଶାଳ ରାଲିର ଆୟୋଜନ କରିଛନ୍ତି ।
ଏହି ଶୋଭାଯାତ୍ରା ସମୟରେ ମମତା କହିଛନ୍ତି କି, "ଧର୍ମ ପାଇଁ, ହିନ୍ଦୁମାନଙ୍କ ପାଇଁ, ସମସ୍ତ ଜାତି ଯଥା ମୁସଲମାନ, ଶିଖ, ଇସାଇ ସମସ୍ତ ଜାତି ପାଇଁ ମୋର ଏହି ବିରୋଧ ଶୋଭାଯାତ୍ରା" । ଏହା ସହିତ ସେ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଭାବେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର କ୍ଷମତାକୁ ବ୍ୟବହାର କରି ପଶ୍ଚିମବଙ୍ଗକୁ ଚୁପ କରାଇ ପାରିବେ ନାହିଁ ।
"ହଠାତ ଆମ ମାନଙ୍କୁ ଧର୍ମର ପାଠ ପଢାଇବା ଆରମ୍ଭ କରିଦେଇଛନ୍ତି । ଯେମିତି ପଶ୍ଚିମବଙ୍ଗବାସୀ ଇଦ, ଦୁର୍ଗା ପୂଜା, ମହରମ ଏବଂ ଛଟ ପୂଜା ଭଳି ପର୍ବକୁ ଯେପରି ପାଳନ କରୁନାହାଁନ୍ତି । ଦୟାକରି ଏହାକୁ ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି "।