ETV Bharat / bharat

‘ଜୟ ବଙ୍ଗଳା ଜୟ ହିନ୍ଦ’ ପରେ ଦିଦିଙ୍କ ନୂଆ ଡାଇଲଗ - tmc

‘ଜୟ ବଙ୍ଗଳା ଜୟ ହିନ୍ଦ’ ନାରା ପରେ ବିଜେପିକୁ ଭୟଭୀତ କରିବା ପାଇଁ ଦିଦି ଆପଣାଇଲେ ନୂଆ ଡାଇଲଗ । 'ଆମ ସହ ଯିଏ ପଙ୍ଗା ନେବ ସେ ସମୂଳେ ନାଶ ପାଇବ' ବୋଲି ଦିଦି ନାରା ଲଗାଇଛନ୍ତି ।

ଡିଜାଇନ ଫଟୋ
author img

By

Published : Jun 5, 2019, 7:41 PM IST

ନୂଆଦିଲ୍ଲୀ: ବେଶ କିଛିଦିନ ହେବ ପଶ୍ଚିମବଙ୍ଗରେ ନାରାବାଜିକୁ ନେଇ ରାଜନୀତି ସରଗରମ । ଜୟ ଶ୍ରୀରାମ ନାରାକୁ ନେଇ ଦିଦିଙ୍କୁ ଚିଡେଇ ନାକେଦମ କଲାଣି ବିଜେପି । ବିଜେପିର ଏହି ଆଭିମୁଖ୍ୟରେ ଟିଏମସି ସୁପ୍ରିମୋଙ୍କୁ ଅଣନିଶ୍ବାସୀ କରିବାରେ ବ୍ୟସ୍ତ । ମାତ୍ର ବିଜେପିର ନାରା ଦିଦିଙ୍କ ଉପରେ ପ୍ରଭାବଶୂନ୍ୟ ରହିଛି । ଦିଦି ଦବଙ୍ଗ ରୂପ ଧାରଣ କରି କଡା ଟକ୍କର ଦେଉଛନ୍ତି ବିଜେପିକୁ । ଜୟ ବଙ୍ଗଳା ଜୟ ହିନ୍ଦ ନାରା ପରେ ଏବେ ଦିଦି ନାରାରେ ବିଜେପିକୁ ଭୟଭୀତ କରାଇଛନ୍ତି । 'ଆମ ସହ ଯିଏ ପଙ୍ଗା ନେବ ସେ ସମୂଳେ ନାଶ ପାଇଯିବ' ବୋଲି ଦିଦି ନାରା ଦେଇଛନ୍ତି ।

ମମତା ବାନାର୍ଜୀ ବିଜେପିକୁ ସୂର୍ଯ୍ୟ ସହ ତୁଳନା କରି କହିଛନ୍ତି, ଯେତେବେଳ ସୂର୍ଯ୍ୟ ଆସେ ସେହି ସମୟରେ ବହୁତ ଗରମ ଲାଗେ । ଠିକ ସେହିପରି ବିଜେପି ଇଭିଏମ ହ୍ୟାକ କରି ଆଗକୁ ଆସିଛି, କିନ୍ତୁ ସୂର୍ଯ୍ୟଙ୍କ ଭଳି ବିଜେପି ମଧ୍ୟ ଅସ୍ତ ହୋଇଯିବ । ସେ ପୁଣି କହିଛନ୍ତି, ତ୍ୟାଗର ନାମ ହେଉଛି ହିନ୍ଦୁ, ବିଶ୍ବାସର ନାମ ହେଉଛି ମୁସଲମାନ, ଭଲପାଇବା ମାନେ ଇସାଇ, ସିଖ ମାନେ ବଳିଦାନ । ଏହା ହେଉଛି ଆମର ସୁନ୍ଦର ଭାରତ । ଆମେ ଏହାର ରକ୍ଷା କରିବୁ । ଯିଏ ଏହାକୁ ଭାଙ୍ଗିବାକୁ ଚେଷ୍ଟା କରିବା ସିଏ ନିଜେ ସର୍ବନାଶ ହୋଇଯିବ । ଏହା ହେଉଛି ଆମର ସ୍ଲୋଗାନ ।

ମମତା ଉଚ୍ଚସ୍ବରରେ କହିଛନ୍ତି, ଆମକୁ ଜମା ଭୟ କରିବା ଉଚିତ ନୁହଁ । ବିଜେପିରେ ଏବେ ଉଷ୍ଣତା ଜାରି ରହିଛି । କିନ୍ତୁ ଏହା ଧିରେ ଧିରେ ମଉଳିବ । ସେପଟେ ଇଦର ଶୁଭେଚ୍ଛାକୁ ନେଇ ମମତା ଟ୍ରୋଲର ଶିକାର ହୋଇଛନ୍ତି । ଲୋକଙ୍କୁ ଇଦ ଶୁଭେଚ୍ଛା ଦେବା ଲାଗି ଟ୍ବିଟରରେ ଲେଖିଲେ, ‘ଧର୍ମ ବ୍ୟକ୍ତିଗତ ଆସ୍ଥାର ବିଷୟ । କିନ୍ତୁ ପର୍ବ ସର୍ବଭୌମିକ ଅଟେ । ଆସନ୍ତୁ ଆମେ ସବୁ ଏକାଠି ହୋଇ ଭାବନାକୁ ସଂଯୋଗ କରିବା ଏବଂ ଶାନ୍ତି, ପ୍ରେମର ସହିତ ବଞ୍ଚିବା ।’ ମମତାଙ୍କ ଏହି ଟ୍ବିଟ ପରେ ଲୋକେ ତାଙ୍କୁ ଟ୍ରୋଲ କଲେ । ଆଉ ଅଧିକାଂଶ ଲୋକେ ତାଙ୍କୁ ରିପ୍ଲାଏରେ ଜୟ ଶ୍ରୀରାମ ଲେଖି ପଠାଇଛନ୍ତି ।

Intro:Body:

cccd

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.