ETV Bharat / bharat

ଗରିବ ସନାତନ ବ୍ରାହ୍ମଣ ପରିବାକୁ 1 ହଜାର ଭତ୍ତା ସହ ମାଗଣା ଘର ଦେବେ ମମତା - Mamata announces monthly allowance

ସନାତନ ବ୍ରାହ୍ମଣ ସମ୍ପ୍ରଦାୟ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି । ସେମାନଙ୍କୁ ମାସିକ ଏକ ହଜାର ଭତ୍ତା ପ୍ରଦାନ କରି ସେମାନଙ୍କୁ ମାଗଣା ଘର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ସିଏମ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ଗରିବ ସନାତନ ବ୍ରାହ୍ମଣ ପରିବାକୁ 1 ହଜାର ଭତ୍ତା ସହ ମାଗଣା ଘର ଦେବାକୁ ମମତାଙ୍କ ଘୋଷଣା

author img

By

Published : Sep 15, 2020, 7:56 AM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାଜ୍ୟର 8 ହଜାରରୁ ଅଧିକ ଗରିବ ସନାତନ ବ୍ରାହ୍ମଣ ପୁରୋହିତଙ୍କ ପାଇଁ ମାସିକ 1 ହଜାର ଟଙ୍କା ଭତ୍ତା ଏବଂ ମାଗଣା ଘର ଘୋଷଣା କରିଛନ୍ତି। 2021ରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ସିଏମ ବାନାର୍ଜୀ କହିଛନ୍ତି ଯେ, "ଆମେ ପୂର୍ବରୁ ସନାତନ ବ୍ରାହ୍ମଣ ସମ୍ପ୍ରଦାୟକୁ କୋଲାଘାଟରେ ଏକ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଜମି ଯୋଗାଇ ଦେଇଥିଲୁ। ଏହି ସମ୍ପ୍ରଦାୟର ଅନେକ ପୁରୋହିତ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି। ସେମାନଙ୍କୁ ମାସିକ ଏକ ହଜାର ଭତ୍ତା ପ୍ରଦାନ କରି ସେମାନଙ୍କୁ ମାଗଣା ଘର ଯୋଗାଇଦେବାକୁ ନିଷ୍ପତ୍ତି ନେଇଛୁ। ଏହା ରାଜ୍ୟ ସରକାରଙ୍କ ଗୃହ ଯୋଜନା''।

ହିନ୍ଦୀ ଦିବସରେ ଲୋକଙ୍କୁ ଅଭିନନ୍ଦନ ଜଣାଇବା ସହ ସେ ଏହା ମଧ୍ୟ କହିଛନ୍ତି ଯେ, ତାଙ୍କ ସରକାର ସମସ୍ତ ଭାଷାକୁ ସମ୍ମାନ କରନ୍ତି ଏବଂ ଭାଷାଭିତ୍ତିକ ପକ୍ଷପାତିତା ନାହିଁ।

ସେ ଗଣମାଧ୍ୟମକୁ କହିଛନ୍ତି ଯେ, "ଆମେ ସମସ୍ତ ଭାଷାକୁ ସମ୍ମାନ ଦେଉଛୁ। ଆମେ ଏକ ନୂତନ ହିନ୍ଦୀ ଏକାଡେମୀ ଗଠନ କରିବାକୁ ନିଷ୍ପତ୍ତି ନେଇଛୁ। ଏକ 'ଦଳିତ ସାହିତ୍ୟ ଏକାଡେମୀ' ପ୍ରତିଷ୍ଠା କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ। ବଙ୍ଗଳା ଭାଷା ଉପରେ ଦଳିତଙ୍କ ଭାଷା ପ୍ରଭାବ ପକାଉଛି"।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.