ETV Bharat / bharat

ନାଗରିକତା ସଂଶୋଧନ ଆଇନ୍‌ ଭାରତର ଆଭ୍ୟନ୍ତରୀଣ ମାମଲା: ମାଲଦ୍ବୀପ

ନାଗରିକତା ସଂଶୋଧନ ଆଇନ୍‌ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ଗସ୍ତରେ ଥିବା ମାଲଦ୍ବୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନାସିଦ କହିଛନ୍ତି ।

maldives-former-president-mohamed-nasheed
ଫାଇଲ ଫଟୋ
author img

By

Published : Dec 14, 2019, 11:58 AM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ବଡ ବୟାନ ଦେଇଛି ମାଲଦ୍ବୀପ । ଏହା ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ଭାରତ ଗସ୍ତରେ ଥିବା ମାଲଦ୍ବୀପର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନର ବାଚସ୍ପତି ମହମ୍ମଦ ନାସିଦ କହିଛନ୍ତି । ନାଗରିକ ସଂଶୋଧନ ଆଇନ୍‌ ଉପରେ ନିଜ ମତ ବ୍ୟକ୍ତ କରି ସେ କହିଛନ୍ତି, ଆମକୁ ଭାରତର ଗଣତନ୍ତ୍ର ଉପରେ ବିଶ୍ବାସ ଅଛି । ଏହି ବିଲ୍‌କୁ ପୁରା ପ୍ରକ୍ରିୟାରେ ସଂସଦର ଉଭୟ ସଦନରେ ମଞ୍ଜୁରୀ ମିଳିଛି ଏବଂ ଏହି ସମୟରେ ମୁଁ ନିଜେ ଭାରତରେ ଉପସ୍ଥିତ ଥିଲି ବୋଲି ସେ କହିଛନ୍ତି ।

ଭାରତ ଉତ୍ପୀଡିତ ସଂଖ୍ୟାଲଘୁଙ୍କ ପାଇଁ ସର୍ବଦା ସୁରକ୍ଷିତ ସ୍ଥାନ ଭାବେ ପରିଲକ୍ଷିତ ହୋଇଛି ବୋଲି ନାସିଦ କହିଛନ୍ତି । ଏହା ସହିତ ଭାରତ-ମାଲଦ୍ବୀପ ମଧ୍ୟରେ ଥିବା ସମ୍ପର୍କର ଭବିଷ୍ୟତ ଉଜ୍ବଳ ବୋଲି ସେ କହିଛନ୍ତି ।

ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସଂଯୁକ୍ତ ନିମନ୍ତ୍ରଣ କ୍ରମେ ନାସିଦ 5ଦିବସୀୟ ଭାରତ ଗସ୍ତରେ ଅଛନ୍ତି । ଭାରତରେ ମାଲଦ୍ବୀପର ସଂସଦୀୟ ପ୍ରତିନିଧିମଣ୍ଡଳର ନେତୃତ୍ବ ନେଇଥିବା ମହମ୍ମଦ ନାସିଦ ନିଜ ଦେଶ ପାଇଁ ଇସଲାମିକ ଷ୍ଟେଟ ଏବଂ ଜଳବାୟୁ ପରିବର୍ତ୍ତନ ଭଳି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.