ମଖାନୀ ସ୍ବାସ୍ଥ୍ୟ ପାଇଁ ବହୁତ ହିତକର। ଏଥିରେ ସୋଡିୟମ,କ୍ୟାଲୋରୀ ଓ ଫ୍ୟାଟ ରହିଥାଏ। ଯଦି ଆପଣ ପ୍ରତ୍ୟେକ ଦିନ ଖାଦ୍ୟରେ ମଖାନୀ କିଛି ପରିମାଣର ଖାଇବେ ତେବେ ଅନେକ ଗୁଡିଏ ରୋଗରୁ ଦୂରେଇ ରହିବେ। ମଖାନୀରେ ପ୍ରଚୁର ମାତ୍ରାରେ ଫାଇବର ରହିଛି ଯାହା ପେଟ ସମସ୍ୟାକୁ ଦୂରେଇ ରଖିବା ସହ ହୃଦୟକୁ ସୁସ୍ଥ ରଖେ। ତେବେ ଆସନ୍ତୁ ଜାଣିବା ମଖାନୀର ଉପକାରିତା ଓ ଏହାକୁ ଖାଇବା ଦ୍ବାରା କେଉଁ ରୋଗ ପାଖ ମାଡେନି।
1.ଏହାକୁ ଆପଣ ଜଳଖିଆରେ ଖାଇପାରିବେ। ଯଦି ଚାହିଁବେ ଆପଣ ଏହାକୁ ଫ୍ରାଏ କରି ମଧ୍ୟ ଖାଇପାରିବେ। କୁହାଯାଏ ଯଦି ମଖାନୀକୁ ଆପଣ ଖାଲିପେଟରେ ପ୍ରତ୍ୟେକ ଦିନ ସକାଳେ ଖାଇବେ ତେବେ ଡାଇବେଟିସ ପାଖ ମାଡିବନି। ଏହାକୁ ଖାଇବା ଦ୍ବାରା ଶରୀରରେ ଇନସୁଲିନ ତିଆରି ହେବା ସହ ଶୀରରେ ସର୍କରାର ପରିମାଣ ହ୍ରାସ ପାଇବ।
2. ମଖାନୀ ହାର୍ଟ ପାଇଁ ମଧ୍ୟ ଉପକାରୀ। ଏହାକୁ ଖାଇବା ଦ୍ବାରା ହୃଦୟ ସୁସ୍ଥ ରହିବା ସହ ହଜମ କ୍ରିୟା ତ୍ବରାନିତ ହୋଇଥାଏ। ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ଓ ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ପ୍ରତ୍ୟେକ ଦିନ ରାତିରେ ମଖାନୀ ସହ କ୍ଷୀର ଖାଆନ୍ତୁ।
3. ଏଥିରେ ଆଣ୍ଟିଅକ୍ସିଡାଣ୍ଟର ପରିମାଣ ଅଧିକ ରହିଛି ଯାହା ହଜମ ପ୍ରକ୍ରିୟାକୁ ବଢାଇଥାଏ। ଏହାକୁ ଖାଇବା ଫଳରେ ଭୋକ ଲାଗିଥାଏ। ଯଦି ଆପଣ ଆଣ୍ଠୁଗଣ୍ଠି ସମସ୍ୟାର ସାମ୍ନା କରୁଛନ୍ତି ତେବେ ମଖାନୀ ଖାଆନ୍ତୁ ।
4. ଏହାକୁ ଖାଇବା ଦ୍ବାରା କୀଡନି ସୁସ୍ଥ ରହିବା ସହ ଶରୀରର ଓଜୋନ ହ୍ରାସ ପାଏ। ଏହାକୁ ଏକ ଡ୍ରାଏ ଫ୍ରୁଟ୍ସ ଭାବେ ବ୍ୟବହାର କରାଯାଏ। ତେବେ ମଖାନୀ ଖିରି ଖାଇବାକୁ ବହୁତ ଟେଷ୍ଟି ହୋଇଥାଏ। ମେଦବହୁଳତା,ମଧୁମେହ ଓ ଉଚ୍ଚରକ୍ତ ଚାପରୁ ମଖାନୀ ମୁକ୍ତି ଦେଇଥାଏ।
5. ମଖାନୀରେ ପ୍ରଚୁର ପରିମାଣର ପ୍ରୋଟିନ ରହିଛି। ଏହାକୁ ଖାଇବା ଦ୍ବାରା ଶରୀରରେ ପ୍ରୋଟିନ ଅଭାବ ଦୂର ହୋଇଥାଏ। ମଖାନୀରେ ଫୋଲିକ ଏସିଡ,ଆଇରନ,ଜିଙ୍କ୍ ରହିଥାଏ।