କୋଲକାତା: ଦେଶର ପଚାଶ ପ୍ରତିଶତ ଲୋକେ ମେଟ୍ରୋ ସେବାକୁ ପୁନଃ କାର୍ଯ୍ୟକ୍ଷମ ଆରମ୍ଭକୁ ବିରୋଧ କରୁଛନ୍ତି । କାରଣ କୋରୋନା ସମୟରେ ମେଟ୍ରୋ ସେବାକୁ ଚାଲୁ କରିବାକୁ ସେମାନେ ବିପଦପୂର୍ଣ୍ଣ ମନେ କରୁଛନ୍ତି। ଦେଶରେ ସର୍ଭେ କରାଯାଇଥିବା ଏକ ସଂସ୍ଥାର ରିପୋର୍ଟ ମୁତାବକ, ବର୍ତ୍ତମାନର COVID-19 ସଙ୍କଟରେ, ସତୁରି ପ୍ରତିଶତ ଲୋକ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସପକ୍ଷରେ ନାହାଁନ୍ତି ବୋଲି ମତ ପ୍ରକାଶ ପାଇଛି ।
ସୋସିଆଲ୍ ମିଡିଆ-ଆଧାରିତ ପ୍ଲାଟଫର୍ମ ଲୋକାଲ୍ ସର୍କଲ୍ସ ଦ୍ୱାରା ପରିଚାଳିତ ଏହି ସର୍ଭେରୁ ଜଣାପଡିଛି ଯେ 25,000 ଉତ୍ତରଦାତାଙ୍କ ମଧ୍ୟରୁ 51 ପ୍ରତିଶତ ମେଟ୍ରୋ ଏବଂ ସ୍ଥାନୀୟ ଟ୍ରେନ୍ ସେବା ସପକ୍ଷରେ ଆଗ୍ରହୀ ନୁହଁନ୍ତି । ଯଦି ସେପ୍ଟେମ୍ବର 1 ରୁ 'ଅନଲକ୍ 4' ପର୍ଯ୍ୟାୟରେ ଏହି ସେବାଗୁଡିକ ପୁନଃ ଆରମ୍ଭ ହୁଏ, ତେବେ କେବଳ 36 ପ୍ରତିଶତ ଲୋକ ଏହାର ସପକ୍ଷରେ ଅଛନ୍ତି।
ସର୍ବେକ୍ଷଣ ଅନୁଯାୟୀ, ଯଦି ଏହି ସୁବିଧା ପରବର୍ତ୍ତୀ ମାସରୁ ଖୋଲିବାକୁ ଅନୁମତି ଦିଆଯାଏ, ତେବେ 77 ପ୍ରତିଶତ ଉତ୍ତରଦାତା ମଲ୍ଟିପ୍ଲେକ୍ସ ଏବଂ ସିନେମାହଲ୍ ପରିଦର୍ଶନ କରିବାକୁ ଇଛୁକ ମଧ୍ୟ ନୁହଁନ୍ତି । ସର୍ଭେକୁ ନେଇ ବିଶେଷଜ୍ଞ ମାନେ ମତ ପ୍ରକାଶ କରି କହିଛନ୍ତି, ଏହି ସ୍ଥାନଗୁଡ଼ିକରେ AC ବ୍ୟବସ୍ଥା ଅତ୍ୟନ୍ତ ବିପଦଜନକ ଏବଂ ଏହା କରୋନାଭାଇରସ୍ ରୋଗର ପ୍ରସାରକୁ ତ୍ୱରାନ୍ୱିତ କରିପାରେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ