ETV Bharat / bharat

ବିଦେଶୀ ପୁଞ୍ଜିନିବେଶ ପାଇଁ ବୃହତ୍‌ ସୁଯୋଗ

author img

By

Published : Jul 8, 2020, 3:07 PM IST

‘ଆତ୍ମନିର୍ଭର ଭାରତ’ ଶୀର୍ଷକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍‌ ବଳରେ କୋରୋନା ଭାଇରସ୍‌ ଦ୍ବାରା କୋଟି କୋଟି ଲୋକଙ୍କ ଜୀବନରେ ସୃଷ୍ଟି ହୋଇଥିବା ହଡ଼କମ୍ପରୁ କିଛିଟା ଆଶ୍ବସ୍ତି ମିଳିବ ବୋଲି ଆଶା ରହିଥିଲା । ଯାହାହେଉ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (FDI)ର ଆବଶ୍ୟକତା ରହିଛି । ଅଧିକ ପଢନ୍ତୁ..

ବିଦେଶୀ ପୁଞ୍ଜିନିବେଶ ପାଇଁ ବୃହତ୍‌ ସୁଯୋଗ
ବିଦେଶୀ ପୁଞ୍ଜିନିବେଶ ପାଇଁ ବୃହତ୍‌ ସୁଯୋଗ

ଦେଶର ଅର୍ଥବ୍ୟବସ୍ଥାରେ ଗୁରୁତର ମାନ୍ଦାବସ୍ଥା ଅନୁଭୂତ ହେଉଥିବା ବେଳେ, ବିକାଶର ସମସ୍ତ ଆଶାକୁ କୋରୋନା ବିଶ୍ବ ମହାମାରୀ କ୍ଷୀଣ କରିଦେଇଛି । ଏହାର ଭୟଙ୍କର ପ୍ରକୋପରେ ବହୁ ଶିଳ୍ପ ସଂସ୍ଥା ନଷ୍ଟ ହୋଇଯାଇଛି ଏବଂ ନିଯୁକ୍ତି ସୁଯୋଗ ଗୁରୁତର ଭାବେ ପ୍ରଭାବିତ ହୋଇଛି । ‘ଆତ୍ମନିର୍ଭର ଭାରତ’ ଶୀର୍ଷକ ସ୍ବତନ୍ତ୍ର ଅର୍ଥନୈତିକ ପ୍ୟାକେଜ୍‌ ବଳରେ କୋରୋନା ଭାଇରସ୍‌ ଦ୍ବାରା କୋଟି କୋଟି ଲୋକଙ୍କ ଜୀବନରେ ସୃଷ୍ଟି ହୋଇଥିବା ହଡ଼କମ୍ପରୁ କିଛିଟା ଆଶ୍ବସ୍ତି ମିଳିବ ବୋଲି ଆଶା ରହିଥିଲା । ଯାହାହେଉ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି ଯେ ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ନିମନ୍ତେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (FDI)ର ଆବଶ୍ୟକତା ରହିଛି । MSME (ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ) କ୍ଷେତ୍ର ଭଳି ଭିତ୍ତିଭୂମି ପ୍ରକଳ୍ପ ସମୂହରେ ବୃହତ୍‌ ଆକାରର ପୁଞ୍ଜିନିବେଶ ଯୋଗୁଁ ଅର୍ଥନୈତିକ ପ୍ରଗତିର ବେଗ ତ୍ବରାନ୍ବିତ ହେବ ବୋଲି ମନ୍ତ୍ରୀ ଆଶାବାଦୀ । ଜାତୀୟ ରାଜପଥ, ବିମାନବନ୍ଦର, ରେଳବାଇ, ମେଟ୍ରୋ ଏବଂ MSME କ୍ଷେତ୍ରରେ 50-60 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭବ ହେଲେ ଏଥିରୁ ଚମତ୍କାର ଫଳାଫଳ ହାସଲ ହୋଇପାରିବ ବୋଲି ଗଡ଼କରି ଆଶା କରନ୍ତି । ବାଣିଜ୍ୟ, ନିବେଶ ଏବଂ ବିକାଶ ସଂପର୍କିତ ମିଳିତ ଜାତିସଂଘର ସ୍ବତନ୍ତ୍ର ବିଭାଗ ଅନୁସାରେ 2019-20 ବର୍ଷରେ 51 ବିଲିଅନ୍‌ (ଶହ କୋଟି) ଡଲାର ପୁଞ୍ଜିନିବେଶ ଆକର୍ଷିତ କରିବା ସହିତ ଗତ ବର୍ଷ ତୁଳନାରେ ଭାରତ ଖୁବ୍‌ ଭଲ ପ୍ରଦର୍ଶନ କରିଛି । କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ହିସାବ ଅନୁସାରେ ଏହାର ସର୍ବମୋଟ ପରିମାଣ 73 ବିଲିଅନ୍‌ ଡଲାର- ଭାରତୀୟ ମୁଦ୍ରାରେ ହିସାବ କଲେ ପ୍ରାୟ ସାଢ଼େ ପାଞ୍ଚ ଲକ୍ଷ କୋଟି ଟଙ୍କା । ଏବେ ଗଡ଼କରି ତାହାକୁ ଦଶ ଗୁଣ ଅଧିକ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଚୀନ ଛାଡୁଥିବା ବିଭିନ୍ନ କମ୍ପାନିକୁ ଭାରତ ପ୍ରତି ଆକର୍ଷିତ କରିବା ଲାଗି ଲକ୍‌ସମବର୍ଗ ଆକାରଠାରୁ ଦୁଇ ଗୁଣ ଅଧିକ ଜମି ପ୍ରସ୍ତୁତ କରାଯିବା ସହିତ ବୈଷୟିକ ଜ୍ଞାନକୌଶଳର ଉନ୍ନତି ଉପରେ ଧ୍ୟାନ ଦିଆଯାଇଛି ବୋଲି ଗଡ଼କରି କହୁଥିଲେ ହେଁ, ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ପଡ଼ିବ ।

ପାଞ୍ଚ ମାସ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରକାଶ କରିଥିବା ତଥ୍ୟକୁ ବିଚାର କଲେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶରେ ଅଚାନକ ଉନ୍ନତି ସମ୍ଭବ ହେବା ଭଳି ଲାଗୁନାହିଁ । 2009-14 ତୁଳନାରେ 2014-19ରେ ଦେଶକୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ପରିମାଣ 190 ବିଲିଅନ୍‌ ଡଲାରରୁ ବୃଦ୍ଧି ପାଇଁ 284 ବିଲିଅନ୍‌ ଡଲାର ହୋଇଥିଲା । ସଂପ୍ରତି ରହିଥିବା ଡଲାରର ବିନିମୟ ମୂଲ୍ୟ ଅନୁସାରେ ହିସାବ କଲେ ଗତ ପାଞ୍ଚ ବର୍ଷରେ ହାରାହାରି ଚାରି ଲକ୍ଷ ପଚିଶ ହଜାର କୋଟି ଟଙ୍କା ନିବେଶ ହୋଇଛି । IMF (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି) ଘୋଷଣା କରିଛି ଯେ, ବର୍ତ୍ତମାନର ଏହି ସଂକଟ, 1929-1939ର ମହା ମାନ୍ଦାବସ୍ଥା ପରବର୍ତ୍ତୀ ସବୁଠାରୁ ବଡ଼ ସଂକଟ ଏବଂ ଏହା କୋରୋନା ବିଶ୍ବ ମହାମାରୀ କାରଣରୁ ହୋଇଛି । ପରିଣାମସ୍ବରୂପ, ନିକଟରେ ମିଳିତ ଜାତିସଂଘ ଅଟକଳ କରିଛି ଯେ, ଏ ବର୍ଷ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ଧାରା ପୂର୍ବ ବର୍ଷଗୁଡ଼ିକ ତୁଳନାରେ 40 ପ୍ରତିଶତ କମ୍‌ ହେବ । ଏଭଳି ସ୍ଥିତିରେ, ରଣନୀତିଜ୍ଞମାନେ ଅସମ୍ଭବ ଧରଣର ଲକ୍ଷ୍ୟ ଧାର୍ଯ୍ୟ କରିବା ବଦଳରେ ବିଭିନ୍ନ ବାଧାବିଘ୍ନକୁ ଦକ୍ଷତାର ସହ ଏଡ଼ାଇ ଯିବା ଦିଗରେ ଧ୍ୟାନ ଦେବା ଉଚିତ ।

ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଆକର୍ଷଣ କରିବା କ୍ଷେତ୍ରରେ ଆମେରିକା, ଚୀନ, ସିଙ୍ଗାପୁର, ବ୍ରାଜିଲ, ୟୁକେ, ହଂକଂ ଏବଂ ଫ୍ରାନ୍‌ସ ଭଳି ଦେଶ ଆମ ତୁଳନାରେ ଭଲ ପ୍ରଦର୍ଶନ କରୁଛନ୍ତି । ଭାରତ ଯଦି ସେହି ତାଲିକାରେ ରହିବାକୁ ଚାହେଁ, ତେବେ ତାକୁ ଅଧିକ ପରିବର୍ତ୍ତନଶୀଳ ବାଣିଜ୍ୟିକ ସର୍ତ୍ତାବଳୀ ପରିଭାଷିତ କରିବାକୁ ହେବ ଏବଂ ବିଦେଶୀ ପୁଞ୍ଜି ବିନିଯୋଗକାରୀଙ୍କୁ ସୁହାଇଲା ଭଳି ବ୍ୟାବସାୟିକ ପରିବେଶ ସୃଷ୍ଟି କରିବାକୁ ହେବ । କୋରୋନା ସଂକଟ ପରବର୍ତ୍ତୀ ସମୟରେ ଚୀନର କ୍ଷୟକ୍ଷତିରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଏସିଆର ଦେଶମାନେ ଫାଇଦା ନେଉଥିବା ବେଳେ ଚୀନ ସନ୍ଦର୍ଭରେ ଲାଗି ରହିଥିବା କେତେକ ଦୀର୍ଘକାଳୀନ ସମସ୍ୟା ଯୋଗୁଁ, ଭାରତ ଏହି ସ୍ଥିତିରୁ କୌଣସି ସୁବିଧା ହାସଲ କରିବାରେ ଅକ୍ଷମ ହୋଇଛି । ସମସ୍ୟାଗୁଡ଼ିକ ହେଲା.. ବର୍ଦ୍ଧିତ ଟିକସ, ବିଦ୍ୟୁତ ଶକ୍ତି ଦର, ବିନିଯୋଗରେ ସୁଧହାର, ଅନୁମତି ପ୍ରଦାନରେ ବିଳମ୍ବ, ସର୍ବୋଚ୍ଚ ସ୍ତରରେ ଦୁର୍ନୀତି, ସାଧନ ସହାୟତା ଯୋଗାଣରେ ସମସ୍ୟା ଇତ୍ୟାଦି । ଭାରତରେ ଅର୍ଥନୈତିକ ଅଭିବୃଦ୍ଧିର ଧାରା ବିରୋଧରେ ବିଦ୍ୟମାନ ଦୋଷତ୍ରୁଟି ସଂଶୋଧନ ଦିଗରେ ତୁରନ୍ତ ପଦକ୍ଷେପ ନେବା ଏବଂ ଅନ୍ୟ ଦେଶ ତୁଳନାରେ ଆମ ଦେଶରେ ପ୍ରଚୁର ମାତ୍ରାରେ ରହିଥିବା ଅନନ୍ୟ ସଂପଦକୁ, ଅର୍ଥାତ୍‌ ଆମ ଯୁବଶକ୍ତିକୁ ପ୍ରଶିକ୍ଷିତ ସମ୍ବଳରେ ରୂପାନ୍ତରିତ କରିବା ଦ୍ବାରା ଭାରତ ସାରା ବିଶ୍ବର ଆସ୍ଥାଭାଜନ ହୋଇପାରିବ ଏବଂ ବୃହତ୍‌ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିପାରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.